ବନ୍ୟା ପ୍ରଭାବିତ ସ୍କୁଲ ବନ୍ଦ ଲାଗି ଜିଲାପାଳଙ୍କ ନିର୍ଦ୍ଦେଶ

ଜଗତସିଂହପୁର ଅଫିସ,୧୬।୮: ଜଗତସିଂହପୁର ଜିଲାର କେତେକ ସ୍ଥାନରେ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ମହାନଦୀ ଓ ଦେବୀ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିଯୋଗୁ କେତେକ ବିଦ୍ୟାଳୟ ପ୍ରଭାବିତ ହୋଇଛି । ଆଗକୁ ମଧ୍ୟ କେତେକ ବିଦ୍ୟାଳୟ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଜିଲାପାଳ ପାରୁଲ ପଟାୱାରୀ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ବିଦ୍ୟାଳୟଗୁଡିକୁ ଛୁଟି କରିବାକୁ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଦ୍ୟାଳୟଗୁଡିକରେ ଥିବା ମୂଲ୍ୟବାନ ସାମଗ୍ରୀ, କାଗଜପତ୍ର, ମଧ୍ୟାହ୍ନ ଭୋଜନ ଚାଉଳ ଆଦି ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।