ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ତ୍ରୁଟି

ବାରିପଦା ଅଫିସ,୧୫ା୧୦: ମୟୂରଭଞ୍ଜ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଅଭିଯୋଗ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ପକ୍ଷରୁ ଠିକ୍‌ ଭାବେ ଯାଞ୍ଚ କରା ନ ଯାଇ ତ୍ରୁଟିପୂର୍ଣ୍ଣ ତାଲିକା ଦିଆଯାଇଥିବା ବେଳେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯାଇଛି। ଏହି ତାଲିକାରେ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେବେ ବିଭାଗୀୟ କର୍ମଚାରୀମାନଙ୍କ ଖାମଖିଆଲି ନୀତି ଓ ତରବରିଆ ଭାବେ ତାଲିିକା ପ୍ରକାଶ ପାଇଥିବା ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରେ କାର୍ଯ୍ୟରତ ଲେଭଲ-୪ ପ୍ରଧାନ ଶିକ୍ଷକ ଓ ଲେଭଲ-୪ ଗ୍ରାଜୁଏଟ ବିଜ୍ଞାନ, କଳା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରାବାରଠାରୁ କାଉନସେଲିଂ ଆରମ୍ଭ ହୋଇଛି। ଜିଲାସ୍ତରୀୟ ପଦୋନ୍ନତି କମିଟି ମାଧ୍ୟମରେ ପ୍ରଧାନ ଶିକ୍ଷକ ପଦବୀରେ ୨୮୮ଜଣ, ଗ୍ରାଜୁଏଟ କଳା ଶିକ୍ଷକ ଭାବେ ୨୮୬ ଓ ବିଜ୍ଞାନ ଶିକ୍ଷକ ଭାବେ ୯୧ଜଣଙ୍କୁ ପଦୋନ୍ନତି ନିମନ୍ତେ ୧୭ ସେପ୍ଟେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାକୁ ଏଲିମେଣ୍ଟାରୀ ଶିକ୍ଷା ନିର୍ଦ୍ଦେଶାଳୟ ପତ୍ର ସଂଖ୍ୟା ୧୭୯୬୮/୨୯ ସେପ୍ଟେମ୍ବର ୨୦୨୨ରେ ଅନୁମୋଦନ କରିଛି। ତେବେ ଉକ୍ତ ତାଲିକାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନାମ ପ୍ରକାଶ ପାଇଥିବା ବେଳେ ପୂର୍ବ ବର୍ଷମାନଙ୍କରେ ପଦୋନ୍ନତି ଫର୍ଗ (ପରିତ୍ୟାଗ)କରିଥିବା ଶିକ୍ଷକମାନଙ୍କ ନାମ ସାମିଲ କରାଯାଇଛି। ବେତନଟୀ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ଦାମୋଦରପୁର ୟୁଆର ସରକାରୀ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ମୀନା ଦାସ ଓ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପୁନଃ ପଦୋନ୍ନତି ତାଲିକାରେ ସ୍ଥାନିତ କରାଯାଇଛି। ଉଭୟ ଶିକ୍ଷକ ୨୦୨୧ରେ ପଦୋନ୍ନତି ନେବାକୁ ଫର୍ଗ କରିଥିଲେ। ତେବେ ନିୟମାନୁଯାୟୀ ଫର୍ଗ କରିଥିବା ଶିକ୍ଷକମାନଙ୍କୁ ଅବସରଗ୍ରହଣ ପର୍ଯ୍ୟନ୍ତ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ରହିଛି। ସେହିପରି ତିରିଂ ବ୍ଲକର ଶିକ୍ଷକ ମନୋରଞ୍ଜନ ସିଂ, ସାରସକଣା ବ୍ଲକର ଶିକ୍ଷକ ମୋତିଲାଲ ପ୍ରଧାନ ଓ ବିଜାତଳା ବ୍ଲକ ହେସେଲଗଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହରିଶ ଚନ୍ଦ୍ର ମହାନ୍ତ ଅବସର ଗ୍ରହଣ କରିବା ପରେ ମଧ୍ୟ ସେମାନଙ୍କ ନାମ ପଦୋନ୍ନତି ତାଲିକାରେ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ ସହିତ ପଦୋନ୍ନତି ନେବାକୁ ଫର୍ଗ କରିଥିବା ଶିକ୍ଷକମାନଙ୍କୁ ପୁନଃ ତାଲିକାଭୁକ୍ତ କରାଯାଇଥିବା ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ପଦୋନ୍ନତି ପାଇବା ଲାଗି ମୋଟା ଅଙ୍କର ଅର୍ଥ କାରବାର କରାଯାଇଥିବା ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନବକିଶୋର ଗିରଙ୍କୁ ପଚାରିବାରୁ ୩୦ଜୁନ୍‌ ପର୍ଯ୍ୟନ୍ତ ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ତାଲିକା ପ୍ରସ୍ତୁତ କରି ଗଣଶିକ୍ଷା ବିଭାଗକୁ ପଠାଯାଇଥିଲା। ତାଲିକା ଅନୁମୋଦନ ହୋଇ ଆସିବା ମଧ୍ୟରେ କିଛି ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ସେମାନଙ୍କୁ ତାଲିକାରୁ ବାଦଦେଇ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହାର ତଦନ୍ତ ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri