Posted inଜାତୀୟ

ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…

ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ତଥା କର୍ନାଟକ କଂଗ୍ରେସ ମୁଖପାତ୍ର ପ୍ରିୟାଙ୍କ ଖାର୍ଗେ ଶାହାଙ୍କ କଡ଼ା ସମାଲୋଚନା କରିଛନ୍ତି। ଦେଶରେ ବେକାରୀ ବୃଦ୍ଧି ପାଉଥିବା ବେଳେ ଚାକିରି ଦେବାକୁ ନେଇ ଗୃହମନ୍ତ୍ରୀ ମଧ୍ୟ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ପ୍ରିୟାଙ୍କ କହିଛନ୍ତି।

ପ୍ରିୟାଙ୍କ ଟୁଇଟ କରି କହିଛନ୍ତି ଯେ ରାମ ମନ୍ଦିରର ନିର୍ମାଣ ଆସନ୍ତା ବର୍ଷ ୨୦୨୪ ଜାନୁୟାରୀ ୧ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଶାହା କହିଛନ୍ତି। ଏହା ଖୁବ୍‌ ଭଲ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କେବଳ ରାମ ମନ୍ଦିର ପାଇଁ ନୁହେଁ, ବରଂ ସରକାରୀ ଚାକିରି ପଦବୀ ପୂରଣ ପାଇଁ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ମଧ୍ୟ ଧାର୍ଯ୍ୟ ସମୟସୀମା ସ୍ଥିର କରିବାକୁ ଅନୁରୋଧ କରାଯାଉଛି। ପରିଶେଷରେ ରାମ ରାଜ୍ୟ ଅର୍ଥ ହେଉଛି ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି। ଏହା କେନ୍ଦ୍ର ସରକାର ଆପେଣଇବା ଜରୁରୀ।

ଏହାପୂର୍ବରୁ ପାନିପତରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ ଶାହା ପୁରୋହିତ ନୁହଁନ୍ତି ବରଂ ଜଣେ ରାଜନେତା। ତୁମର କର୍ତ୍ତବ୍ୟ ହେଉଛି ଦେଶର ସୁରକ୍ଷା, କୃଷକମାନଙ୍କୁ ଏମଏସପି ଦେବା। ସେ କହିଥିଲେ ଯେ ଭାଜପା ନେତୃତ୍ୱ ମିଛ କହୁଛି। ଦୁଇ କୋଟି ଚାକିରିର ପ୍ରତିଶ୍ରୁତି ଦେଇ ସେମାନେ କ୍ଷମତାକୁ ଆସିଥିଲେ, କିନ୍ତୁ କାହାକୁ ଚାକିରି ମିଳିଲା ନାହିଁ। ସେମାନେ ୧୫ ଲକ୍ଷ ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ବାସ୍ତବରେ, ଗତ ସପ୍ତାହରେ ତ୍ରିପୁରାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୧ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବ ଭାରତ…

ଲଦାଖ,୨୫।୭ : ଏଲଏସିରେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଅଣ୍ଡା ଭିଡ଼ିଛି। ଏନେଇ ଭାରତ ଏଲଏସିରେ ଏସ୍‌-୪୦୦ ତୋପ ମୁତୟନ କରିବାକୁ ଯୋଜନା କରିଛି।...

ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍‌ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ...

ଥମୁଛି ସଂକ୍ରମଣ

ନୂଆଦିଲ୍ଲୀ,୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩...

ବିକ୍ଷୋଭ ବେଳେ ୧୮୫ ଛାତ୍ରୀଛାତ୍ର ଅଟକ

ନୂଆଦିଲ୍ଲୀ,୪ା୩(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଓ ଜାତୀୟ ରାଜଧାନୀରେ ସଦ୍ୟ ଘଟିଥିବା ସାମ୍ପ୍ରଦାୟିକ ହିଂସା ପ୍ରତିବାଦରେ ମଙ୍ଗଳବାର ଦିଲ୍ଲୀର ରାମଲୀଲା ମଇଦାନକୁ...

ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ...

ଜନ୍ମ ହୋଇ ନ ଥିବା ଶିଶୁର ପୋଷ୍ୟ ଗ୍ରହଣ ଚୁକ୍ତି କିଭଳି ହେବ, ସେ ନେଇ ଆଇନ ଅଜ୍ଞାତ: ପ୍ରଶ୍ନ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ...

ଦୋଷୀ ସାବ୍ୟସ୍ତ ପରେ ମନ୍ତ୍ରୀ କୋର୍ଟରୁ ଫେରାର

ଲକ୍ଷ୍ନୌ, ୮ା୮ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ଥିବା ରାକେଶ ସଚାନ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ କରୋନା

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ସିଂହ କୋଶିଆରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।...

Advertisement
Archives

Model This Week