ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ସରକାର ଗ୍ରହଣ କରିଥିବା ପଦକ୍ଷେପ ପରେ ଡିସକମ ଦେୟ କ୍ଷେତ୍ରରେ ଏହି ଉନ୍ନତି ଆସିଛି।

ପ୍ରାପ୍ତି ପୋର୍ଟାଲ ଅନୁଯାୟୀ, ଜାନୁଆରୀ ୨୦୨୩ ସୁଦ୍ଧା ଡିସକମର ମୋଟ ଦେୟ ୬୨,୬୮୧.୬୮ କୋଟି ଟଙ୍କା ରହିଛି। ଏଥିରେ ୨୫,୫୨୬.୪୨ କୋଟି ଟଙ୍କା ପୁରୁଣା ଦେୟ ଅନ୍ତର୍ଭୁକ୍ତ। ଏଥି ସହିତ, ଜାନୁଆରୀ ୨୦୨୨ରେ ଡିସକମ ମୋଟ ଦେୟ ୧,୨୧,୦୩୦ କୋଟି ଟଙ୍କା ଥିଲା। ଯେଉଁଥିରେ ୧,୦୧,୩୫୭ କୋଟି ଟଙ୍କା ପୁରୁଣା ଦେୟ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ବିଦ୍ୟୁତ ଉତ୍ପାଦନକାରୀମାନେ ବିଦ୍ୟୁତ ଯୋଗାଣ ପାଇଁ ବିଲ ପୈଠ କରିବାକୁ ଡିସକମକୁ ୪୫ ଦିନ ସମୟ ଦିଅନ୍ତି। ତା’ପରେ ବାଲାନ୍ସ ରାଶି ପୁରୁଣା ବାଲାନ୍ସରେ ଅନ୍ତର୍ଭୂକ୍ତ ହୁଏ। ତଥ୍ୟ ଅନୁଯାୟୀ, ୨ ଜୁନ ୨୦୨୨ ସୁଦ୍ଧା ୧,୩୭,୯୪୯ କୋଟି ଟଙ୍କା ବକେୟା ଥିବା ରାଜ୍ୟଗୁଡିକର ମୋଟ ବକେୟା ୨୪,୬୮୦ କୋଟି ଟଙ୍କା ହ୍ରାସ ପାଇ ୧,୧୩,୨୬୯ କୋଟିରେ ପହଞ୍ଚିଛି। ଏଥି ସହିତ ପାଞ୍ଚଟି ରାଜ୍ୟ ପାୱାର ଫାଇନାନ୍ସ କର୍ପୋରେଶନ ଏବଂ ଆରଇସି ଲିମିଟେଡରୁ ୧୬,୮୧୨ କୋଟି ଟଙ୍କା ଋଣ ନେଇ ୨୪,୬୮୦ କୋଟି ଟଙ୍କା ଇଏମଆଇ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଆଠଟି ରାଜ୍ୟ ଦେୟ ପାଇଁ ନିଜସ୍ବ ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri