ପ୍ରତି ଜିଲାରେ ନିଯୁକ୍ତ ହେବେ ୫ ‘ଶକ୍ତି ଅପା’

ଭୁବନେଶ୍ୱର,୩ା୯(ସୁଚିସ୍ମିତା ସାହୁ): ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କ ସୁରକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ କଲ୍ୟାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ଅଧୀନରେ ପ୍ରତି ଜିଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’। ଏମାନଙ୍କୁ ମନୋନୟନ କରି ନାମ ତାଲିକା ଦାଖଲ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାସ୍ତରୀୟ ଡିଗ୍ରୀ ନୋଡାଲ କଲେଜ ଅଧ୍ୟକ୍ଷ ଓ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ କରିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରତି ଜିଲାରେ ୫ଜଣ ବିଶିଷ୍ଟ ପେସାଦାର ମହିଳାଙ୍କୁ ‘ଶକ୍ତି ଅପା’ ଭାବେ ମନୋନୀତ କରାଯିବ। ଜିଲାର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳମାନେ ଏହି ସଂଖ୍ୟାକୁ ସର୍ବାଧିକ ୧୦ଜଣ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ଶକ୍ତି ଅପାମାନେ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀଙ୍କ ପାଇଁ ରୋଲ ମଡେଲ, ମେଣ୍ଟର ଓ ରିସୋର୍ସ ପର୍ସନ ଭାବେ କାର୍ଯ୍ୟ କରିବେ। ସେମାନେ ନିର୍ଦ୍ଦିଷ୍ଟ ଉଚ୍ଚଶିକ୍ଷାନୁଷ୍ଠାନକୁ ପ୍ରତି ୩ ମାସରେ ଥରେ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ଓ ମାର୍ଗଦର୍ଶନ କରିବେ। ଏହି ଗସ୍ତ ପାଇଁ ଟିଏ/ଡିଏ ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ବହନ କରାଯିବ। ‘ଶକ୍ତି ଅପା’ ଚୟନ ପାଇଁ ଏ କ୍ଷେତ୍ରରେ ସର୍ବନିମ୍ନ ୧୫ ବର୍ଷର ବୃତ୍ତିଗତ ଅଭିଜ୍ଞତା ଥିବା ମହିଳାଙ୍କୁ ପ୍ରାଥମିକତା ଦିଆଯିବ। ବିଶେଷକରି ମହିଳା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ କର୍ମୀ, ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ, ପୋଲିସ ଓ ସଶସ୍ତ୍ର ବାହିନୀର ପୂର୍ବତନ କର୍ମଚାରୀ, ଆଇନ ଓ ସାଇବର ସୁରକ୍ଷା ବିଶେଷଜ୍ଞ, ଜନସ୍ବାସ୍ଥ୍ୟ ବିଶେଷଜ୍ଞ, ମନସ୍ତାତ୍ତ୍ୱିକ ପରାମର୍ଶଦାତା, ଶିକ୍ଷାବିତ୍‌, ଅଧ୍ୟାପକ, ମହିଳା ଉଦ୍ୟୋଗୀ ଓ ଶିଳ୍ପ କ୍ଷେତ୍ରର ଅଭିଜ୍ଞ ମହିଳାମାନେ ସାମିଲ ହୋଇପାରିବେ। ଏହାବ୍ୟତୀତ, ମହିଳା ସଶକ୍ତୀକରଣ ପ୍ରତି ପ୍ରତିବଦ୍ଧ ଅନ୍ୟ କୌଣସି ଯୋଗ୍ୟ ଓ ବିଶିଷ୍ଟ ମହିଳାଙ୍କୁ ମଧ୍ୟ ଜିଲା ପ୍ରଶାସନ ବିଚାର କରିପାରିବେ। ଶକ୍ତି ଅପାମାନେ ଉଚ୍ଚଶିକ୍ଷାନୁଷ୍ଠାନର ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍‌’କୁ ସହଯୋଗ କରିବା ସହ ଛାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା, ଆତ୍ମବିଶ୍ୱାସ ଓ ସଶକ୍ତୀକରଣ ବାତାବରଣ ସୃଷ୍ଟିରେ ସହାୟତା କରିବେ। ପ୍ରତ୍ୟେକ ଗସ୍ତ ପରେ ବିସ୍ତୃତ ରିପୋର୍ଟ ଜିଲା ନୋଡାଲ କଲେଜରେ ଦାଖଲ କରିବାକୁ ପଡ଼ିବ। ଆସନ୍ତା ୨୧ ତାରିଖ ସୁଦ୍ଧା ମନୋନୀତ ‘ଶକ୍ତି ଅପା’ଙ୍କ ନାମ, ପେସାଗତ କ୍ଷେତ୍ର, ପଦବୀ/ସଂକ୍ଷିପ୍ତ ପରିଚୟ, ମୋବାଇଲ ନମ୍ବର, ଇ-ମେଲ୍‌ ଆଇଡି ଓ ଜିଲାର ବିବରଣୀ ନିର୍ଦ୍ଦିଷ୍ଟ ଗୁଗଲ ଫର୍ମ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଅନୁଗୋଳ, ବାଲେଶ୍ୱର, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର ଓ ରାୟଗଡ଼ ଜିଲାରୁ ‘ଶକ୍ତି ଅପା’ଙ୍କ ନାମ ପୂର୍ବରୁ ମିଳିସାରିଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?