ଶ୍ରୀମନ୍ଦିରରେ ୫ ପତିତପାବନ

ମହାପ୍ରଭୁ ଓଡ଼ିଶାରେ ୬୪ଟି ନାମରେ ପୂଜିତ ହେଉଛନ୍ତି। ତାହା ମଧ୍ୟରୁ ଶ୍ରୀପତିତପାବନ, ଶ୍ରୀଦଧିବାମନ ଓ ଶ୍ରୀଭାଗବତ ଏହି ତିନୋଟି ନାମରେ ଅନେକ ଗୁରୁତ୍ୱ ରହିଛି। ଶ୍ରୀବଳଭଦ୍ର ଅନେକ ଜାଗାରେ ବଳଦେବ ବା ବଳରାମ ଭାବରେ ଉପାସିତ ହେଉଥିବାର ଦେଖାଯାଏ। ଉଦାହରଣ ସ୍ବରୂପ ବନଯୋଗ ବିଧିରେ ପ୍ରଥମ ଶବରପଲ୍ଲୀ ଶ୍ରୀ ପତିତପାବନ ଏକକ ବିଗ୍ରହ ଭାବରେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ ହେଉଛନ୍ତି। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପାସନାରେ ଶ୍ରୀପତିତପାବନ ଚେତନା ବହୁ ପୁରାତନ କାଳରୁ ରହିଆସିଛି। ସଂସ୍କୃତ ଭାର୍ଗବ ଉପପୁରାଣର ତଥ୍ୟ ଅନୁଯାୟୀ ଆଲଓ୍ବାର ସମ୍ପ୍ରଦାୟର ଶ୍ରୀମହଦ୍‌ଯୋଗୀ ପ୍ରଥମେ ନୀଳାଦ୍ରି କ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ଗ୍ରନ୍ଥର ପୋଥିଟି ଚେନ୍ନାଇର ଆଢ଼୍ୟାର ଗ୍ରନ୍ଥାଳୟରୁ ମିଳିଥିଲା।
ଆଲଓ୍ବାରମାନେ ଶ୍ରୀବିଷ୍ଣୁଙ୍କ କ୍ଷେତ୍ରକୁ ‘ଦିବ୍ୟଦେଶ’ କହିଥାନ୍ତି। ଦିବ୍ୟଦେଶ ପରିଦର୍ଶନ କରି ଫେରିବା ପରେ ତାଙ୍କର କନ୍ୟା ତଥା ଆଲଓ୍ବାର ସମ୍ପ୍ରଦାୟର ଅନ୍ୟତମ ଯୋଗୀ ତାଙ୍କୁ କେଉଁ ଦିବ୍ୟଦେଶ ଶ୍ରେଷ୍ଠ ବୋଲି ପଚାରିଥିଲେ। ଶ୍ରୀନୀଳାଦ୍ରି ଦିବ୍ୟଦେଶର ଶ୍ରୀପତିତପାବନ ଚେତନା ମୋତେ ମୁଗ୍ଧ କରିଥିବାରୁ ତାହା ହିଁ ଶ୍ରେଷ୍ଠ ଦିବ୍ୟଦେଶ। ଏହି ଯୋଗୀଙ୍କର ସମୟ ଷଷ୍ଠଶତକ ବୋଲି ସମ୍ଭାବନା ହୁଏ। ନୀଳାଦ୍ରି ଶବ୍ଦର ସେ ପ୍ରଥମେ ପ୍ରୟୋଗ କରିଥିବାର ପ୍ରମାଣ ମିଳୁଅଛି।
ଶ୍ରୀମହଦ୍‌ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତମାନଙ୍କର ପ୍ରଭୁ। ଶ୍ରୀମାନ୍‌ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ ଉପରକୁ ଉଠାଇବାକୁ ହେଲେ ଏକମାତ୍ର ଉପାୟ ହେଉଛି ପତିତପାବନ ଶ୍ରୀଜଗନ୍ନାଥଙ୍କ ଉପାସନା। ଏହି ସମୀକରଣର ସିଦ୍ଧାନ୍ତ ଘୋଷଣା କଲାବେଳକୁ ବର୍ତ୍ତମାନ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଶ୍ରୀପତିତପାବନ ନ ଥିଲେ। କାରଣ ସିଂହଦ୍ୱାର ଗୁମୁଟ ସେହି ସମୟର ହାରାହାରି ଏକହଜାର ବର୍ଷ ପରେ ନିର୍ମିତ ହୋଇଅଛି। ବାସ୍ତବରେ ଶ୍ରୀମନ୍ଦିର ଭିତରେ ବର୍ତ୍ତମାନ ଚାରୋଟି ସ୍ଥାନରେ ଶ୍ରୀପତିତପାବନ ପୂଜା ପାଉଛନ୍ତି।
ଗୁମୁଟ ପତିତପାବନଙ୍କୁ ମିଶାଇଲେ ପାଞ୍ଚ। ଶ୍ରୀମନ୍ଦିର ବେଢ଼ାରେ ବଟଗଣେଶଙ୍କ ସମ୍ମୁଖ କଳ୍ପବଟ ମୂଳରେ ‘ବଟପତିତପାବନ’ ପୂଜିତ ହେଉଛନ୍ତି। ପୁରୁଣା ସେବକଙ୍କ ମତାନୁଯାୟୀ ପୂର୍ବେ ଏହି ବିଗ୍ରହ ବର୍ତ୍ତମାନର ବିଗ୍ରହ ଭଳି ବଡ଼ ନ ଥିଲେ। ଶ୍ରୀମନ୍ଦିର ଆକ୍ରମଣ କାଳରେ ଏହି ବିଗ୍ରହ ହିଁ ସ୍ବୟଂ ଜଗନ୍ନାଥ ବୋଲି ଆକ୍ରମଣକାରୀଙ୍କୁ ଭଣ୍ଡେଇ ଦିଆଯାଇଥିବା କଥା ଇତିହାସରୁ ମିଳେ। ବିଶ୍ୱାସ ଅଛି ବଟପତିତପାବନ କଳ୍ପବଟ ପରିଧିରେ ରହି ଭକ୍ତଙ୍କ ମାନସିକତାର ସାକ୍ଷୀଦାତା ହୁଅନ୍ତି। ନାଟ ମଣ୍ଡପକୁ ଲାଗି ରହିଥିବା ପୁରାଣପଣ୍ଡାଙ୍କ ଆସ୍ଥାନ ନିକଟରେ ଥିବା ପତିତପାବନଙ୍କୁ ପୁରାଣ ପୁରୁଷୋତ୍ତମ ଶ୍ରୀପତିତପାବନ ବୋଲି କୁହାଯାଏ। ତୃତୀୟ ପତିତପାବନ ବିଜେ ହୋଇଛନ୍ତି ଶ୍ରୀନୀଳମାଧବଙ୍କ ମନ୍ଦିରରେ। ଶ୍ରୀମାଧବ ଆନନ୍ଦଦାତା ହୋଇଥିବାରୁ ମୂଳ ମାଧବଙ୍କ ସହିତ ବସିଥିବାରୁ ତାଙ୍କୁ ‘ଆନନ୍ଦଦାତା ଶ୍ରୀପତିତପାବନ’ କୁହାଯାଏ। ଚତୁର୍ଥରେ ଶ୍ରୀମନ୍ଦିରବେଢ଼ା ଚାରିଧାମ ମନ୍ଦିରରେ ଶ୍ରୀପତିତପାବନ ବିଜେ କରିଥିବାରୁ ତାଙ୍କୁ ‘ମୋକ୍ଷଦାତା ପତିତପାବନ’ କୁହାଯାଏ।
ଶ୍ରୀପତିତପାବନଙ୍କର ହୁଏ
ନବକଳେବର
ଏହି ପାଞ୍ଚ ପତିତପାବନଙ୍କର ଅଣସରବିଧି ହୁଏ। ନବକଳେବରରେ ମୋକ୍ଷଦାତା ଶ୍ରୀପତିତପାବନଙ୍କ ଶ୍ରୀଅଙ୍ଗଫିଟା ନୀତି ହୁଏ। ଗୁମୁଟ ଶ୍ରୀପତିତପାବନଙ୍କ ଅଣସର ଓ ମହାଅଣସର ଶେଷରେ ବନକଲାଗି ହୋଇଥାଏ। ଶ୍ରୀମାଧବଙ୍କ ନିକଟରେ ଉପାସିତ ଶ୍ରୀପତିତପାବନଙ୍କର ନବକଳେବର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri