ପୋଲିସ ଗୁଳିରେ ୫ ନିହତ

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି। ଏଥିରେ ୫ ନିହତ ଓ ଅନେକେ ଆହତ ହୋଇଛନ୍ତି। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ବିକ୍ଷୋଭ ବେଳେ ଗୋଷ୍ଠୀ ସଂଘର୍ଷରେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି।
୧୯୭୧ ମାର୍ଚ୍ଚ ୨୬ରେ ପାକିସ୍ତାନଠାରୁ ଅଲଗା ହୋଇ ବାଂଲାଦେଶ ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇଥିଲା। ଏହାର ୫୦ ବର୍ଷ ପୂର୍ତ୍ତି ତଥା ବାଂଲାଦେଶ ରାଷ୍ଟ୍ରନାୟକ ବଙ୍ଗବନ୍ଧୁ ଶେଖ୍‌ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ବାଂଲାଦେଶ ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ୧୦ ଦିନ ଧରି ପାଳନ କରାଯାଉଥିବାବେଳେ ଶ୍ରୀଲଙ୍କା, ନେପାଳ, ଭୁଟାନ ଓ ମାଳଦ୍ୱୀପର ନେତାମାନେ ଗସ୍ତ ଶେଷ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ଢାକାସ୍ଥିତ ହଜରତ୍‌ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ମୁଜିବୁର ରହମାନଙ୍କ ଝିଅ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ସ୍ବାଗତ କରିଛନ୍ତି। ଉଭୟେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଭାରତରେ ମୁସଲମାନ ସମୁଦାୟକୁ ଦ୍ୱିତୀୟ ଶ୍ରେଣୀ ନାଗରିକ କରିବା ଲାଗି ମୋଦି ସରକାର ଅନେକ ଆଇନ ଆଣିଛନ୍ତି। ଶେଖ୍‌ ମୁଜିବୁର ରହମାନ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପାଇଁ ଲଢ଼େଇ କରିଥିବାବେଳେ ମୋଦି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିଛନ୍ତି। ଏହି ବିଷୟ ମୋଦିଙ୍କ ଗସ୍ତ ପୂର୍ବରୁ ସେଠାକାର ଗୋଇନ୍ଦା ଓ ପୋଲିସ ବିଭାଗକୁ ଜଣାଥିଲେ ମଧ୍ୟ ସେମାନେ ଏହାକୁ ଅଣଦେଖା କରିଥିଲେ, ଯାହାର କୁପରିଣାମ ଶୁକ୍ରବାର ଦେଖିବାକୁ ମିଳିଛି। ଚିଟ୍ଟଗାଓଁରେ ହେଫାଜତ୍‌ ଇ-ଇସ୍‌ଲାମ କର୍ମୀମାନେ ନମାଜ ପାଠ ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଗୁଳି ଚଳାଇବାରୁ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ବ୍ରାହ୍ମଣବରିଆରେ ମଧ୍ୟ ଜଣେ ବିକ୍ଷୋଭକାରୀ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। ପୋଲିସ ବର୍ବରତା ପ୍ରତିବାଦରେ ଉକ୍ତ ସଙ୍ଗଠନ ପକ୍ଷରୁ ଶନିବାର ଦେଶବ୍ୟାପୀ ବିକ୍ଷୋଭ ଓ ରବିବାର ବନ୍ଦ ପାଳନ କରିବାକୁ ଡାକରା ଦିଆଯାଇଛି।
ସେହିପରି ଢାକାର ମୁଖ୍ୟ ମସ୍‌ଜିଦରେ ଶୁକ୍ରବାର ନମାଜ ପାଠ ପରେ ମୋଦିଙ୍କ ଗସ୍ତକୁ ବିରୋଧ କରାଯାଇଥିଲା। ବୈତୁଲ ମୋକରମ୍‌ ମସ୍‌ଜିଦ୍‌ ବାହାରେ ଗୋଟିଏ ଗୋଷ୍ଠୀ ମୋଦିଙ୍କୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ ଜୋତା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୋଦି ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ
ଗୋଧ୍ରା ଦଙ୍ଗାରେ ୧,୦୦୦ରୁ ଊର୍ଦ୍ଧ୍ୱ ମୁସଲମାନଙ୍କ ଜୀବନ ଯାଇଥିଲା। ଗୁଜରାଟ, କଶ୍ମୀର ଓ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ମୋଦି ମୁସଲମାନମାନଙ୍କୁ ହତ୍ୟା କରୁଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ମୁସଲମାନ ବିରୋଧୀ ଆଇନ ପ୍ରଣୟନ କରିବାରେ ଲାଗିଛନ୍ତି। ତେଣୁ ଆମେ ତାଙ୍କୁ ଚାହୁଁନାହୁଁ। ତାଙ୍କ ଭଳି ନେତା ବାଂଲାଦେଶର ୫୦ତମ ସ୍ବାଧୀନତା ଦିବସକୁ ଅତିଥି ହୋଇ ଆସିବା ଅନୁଚିତ। ‘ଗୋ ବ୍ୟାକ୍‌ ମୋଦି’ ବୋଲି ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇଥିଲେ। ଅନ୍ୟ ଗୋଷ୍ଠୀ ସେମାନଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିଥିଲେ। ଫଳରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ ସହ ରବର ବୁଲେଟ୍‌ ଚଳାଇଥିଲା। ଏଥିରେ ଅନେକେ ଆହତ ହୋଇଛନ୍ତି। ବହୁ ସଂଖ୍ୟକ ବିକ୍ଷୋଭକାରୀ ପୋଲିସ ଉପରକୁ ଜୋତା ଓ ଟେକାପଥର ଫିଙ୍ଗିବା ପରେ ସୁରକ୍ଷା ବଳ ସେମାନଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲା। ଏଥିରେ ଖବରଦାତାଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇିଛି। ଜୋତାଧାରୀ ବିକ୍ଷୋଭକାରୀଙ୍କୁ ବିରୋଧ କରିଥିବା ବିକ୍ଷୋଭକାରୀମାନେ ଶାସକ ଆଓ୍ବାମି ଲିଗ୍‌ ପାର୍ଟିର ସମର୍ଥକ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ଗୁରୁବାର ମଧ୍ୟ ଢାକା ୟୁନିଭର୍ସିଟି କ୍ୟାମ୍ପସରେ ମୋଦିଙ୍କ ଗସ୍ତକୁ ୨,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ବିରୋଧ କରିଥିବାବେଳେ ପୋଲିସ ରବର ବୁଲେଟ ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିନ୍ଦୁ ଜାତୀୟତାବାଦୀ ନେତା ମୋଦିଙ୍କ ଗସ୍ତକୁ ଦେଶରେ ବିରୋଧ କରାଯାଉଥିବାବେଳେ ସରକାର ତାଙ୍କୁ କାହିଁକି ନିମନ୍ତ୍ରଣ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ପୋଲିସର ରବର ବୁଲେଟ ମାଡ଼ରେ ଆହତ ହୋଇଥିବା ୧୮ ଜଣଙ୍କୁ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ହିଂସା ଭିଆଇଥିବା ୩୩ ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri