କାବୁଲ ବିମାନବନ୍ଦର ଗୁଳିବର୍ଷଣରେ ୫ ମୃତ: ସଙ୍କଟରେ ଫସିଲେ ଭାରତୀୟ

କାବୁଲ,୧୬।୮: ଆଫଗାନିସ୍ତାନରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ତାଲିବାନ ଦେଶକୁ ଦଖଲ କରି ନେବାପରେ ଦେଶରେ ପରିସ୍ଥିତି ଭୟଙ୍କର ରହିଛି। ଲୋକମାନେ ଭୟରେ ଦେଶ ଛାଡି ପଳାଉଛନ୍ତି। ଫଳରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି। ଏହି କାରଣରୁ ସେଠାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ସୈନ୍ୟ ଆକାଶମାର୍ଗରୁ ଗୁଳିବର୍ଷଣ କରୁଛନ୍ତି। ଆଫଗାନିସ୍ତାନରୁ ଆମେରିକା ନିଜ ଦେଶର ନାଗରିକ ତଥା ସହଯୋଗୀଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କାବୁଲ ବିମାନବନ୍ଦରରେ ୬,୦୦୦ ସୈନ୍ୟ ନିଯୁକ୍ତ କରିଛି। କାବୁଲ ବିମାନ ବନ୍ଦରରେ ଗୁଳି ବିନିମୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ଭାରତରୁ ସମସ୍ତ ବିମାନ ବନ୍ଦ ହେବା ପରେ ଭାରତୀୟ ନାଗରିକମାନେ ମଧ୍ୟ ଅସହାୟ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦି ଭାରତ ଆସିବା ରାସ୍ତା ସଫା

ଲଣ୍ଡନ,୯।୧୧: ଭାରତରେ ୭ ହଜାର କୋଟି ଟଙ୍କା ଠକେଇ ଅଭିଯୋଗରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଆଣିବା ପାଇଁ ରାସ୍ତା ସଫା ହୋଇଇଛି। ବ୍ରିଟେନ...

ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ

କିଭ୍‌,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ...

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ...

ପୁଅ ବାହାଘରରେ ଭାରତୀୟ ଡିଜାଇନର ଲେହେଙ୍ଗା ପିନ୍ଧିଲେ ମରିୟମ

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପିଏଲ୍‌ଏମ୍‌-ଏନ୍‌ର ଉପାଧ୍ୟକ୍ଷା ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କର ଆୟଶା ସୈଫ ଖାଁଙ୍କ...

ଚର୍ଚ୍ଚିଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି ୩୨% ଅଜ୍ଞ

ଲଣ୍ଡନ, ୨୭।୨: ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ସାରା ବିଶ୍ୱ ଅତି ନିକଟରୁ ଦେଖିଛି। ଏହା ଯୋଗୁ ବୈଶ୍ୱିକ ସଙ୍କଟ ମୁଣ୍ଡ ଟେକିଥିଲା। ଯୁଦ୍ଧ ପରେ ରାଷ୍ଟ୍ରଗୁଡ଼ିକ...

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ।...

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ...

ୟୁକ୍ରେନର ୪ ସହର ଦଖଲ କଲା ରୁଷିଆ, ସରକାରୀସ୍ତରରେ ଦସ୍ତଖତ କଲେ ପୁଟିନ

କ୍ୱିଭ୍‌,୫ା୧୦: ଶେଷରେ ରୁଷିଆ ୟୁକ୍ରେନର ୪ଟି ସହରକୁ କାବୁ କରିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର ସରକାରୀ ଦସ୍ତାବିଜରେ ଦସ୍ତଖତ କରିଛନ୍ତି। ଏହି ଡକ୍ୟୁମେଣ୍ଟଗୁଡ଼ିକ...

Advertisement
Archives

Model This Week