ଫିଟ୍‌ନେସ୍‌ ମନ୍ତ୍ର

ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କଠାରେ ବିଶେଷ କରି ମହିଳାଙ୍କଠାରେ
ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ ା ଏମିତିରେ ଦୈନିକ କିଛି ସମୟ ଯୋଗ କରିବା
ସ୍ବାସ୍ଥ୍ୟପକ୍ଷେ ବରଦାନ ସଦୃଶ…

ବର୍ତ୍ତମାନ ଶାରୀରିକ ପରିଶ୍ରମ କମ୍‌ ହେବା ଯୋଗୁ ଅଧିକାଂଶ ଗୃହିଣୀଙ୍କଠାରେ ମେଦବହୁଳତା ହେତୁ ହେଉ କିମ୍ବା ଡେସ୍କଜବ୍‌ କରୁଥିବା ମହିଳା ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହୁଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ତେବେ ଏମିତିରେ କର୍ମଜୀବୀ ହୁଅନ୍ତୁ ଅବା ଗୃହିଣୀ, ପ୍ରତ୍ୟେକଙ୍କ ଲାଗି ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ବେଶ୍‌ ଉପକାରୀ। ଏହା ଦ୍ୱାରା ଶରୀରର ପଞ୍ଚ ଇନ୍ଦ୍ରିୟ, ସ୍ନାୟୁତନ୍ତ୍ର, ରକ୍ତ ନାଡ଼ି, ଶ୍ୱାସକ୍ରିୟା ଆଦି ସୂଚାରୁ ରୂପେ ସଞ୍ଚାଳନ ହେବା ସହ ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆତ୍ମିକ ସବୁ କ୍ଷେତ୍ରର ବିକାଶ ସମ୍ଭବ ହୋଇଥାଏ। ଜାଣନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ…
କମାଏ ମାନସିକ ଚିନ୍ତା: ପାରିବାରିକ ହେଉ ବା କର୍ମମୟ ଜୀବନର ଜଞ୍ଜାଳ ଅନେକ ମହିଳାଙ୍କଠାରେ ମାନସିକ ଚିନ୍ତାର କାରଣ ସାଜିଥାଏ। ଏ କ୍ଷେତ୍ରରେ ନିୟମିତ ଯୋଗାସନ କରିବା ଦ୍ବାରା ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ। ଫଳରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇ ଚିଡ଼ିଚିଡ଼ାପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ।
ଦିଏ ପୀଡ଼ାରୁ ମୁକ୍ତି: ଋତୁସ୍ରାବ ବିରତି ପରେ ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ହେଲେ ଯୋଗାସନ କରିବା ଦ୍ୱାରା ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧି ପାଉଥିବାରୁ ଶାରୀରିକ ପୀଡ଼ା ବିଶେଷକରି ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ସେହିପରି ଯେଉଁ ମହିଳାମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ଠିଆ ହୋଇ ରୋଷେଇ କରୁଛନ୍ତି, ବସି ଅଫିସ କାମ କରୁଛନ୍ତି କିମ୍ବା ଗାଡ଼ି ଚଳାଉଛନ୍ତି ସେମାନେ ନିୟମିତ ଯୋଗ କରିବା ଜରୁରୀ। କାରଣ ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ ନୀରୋଗ, ଗତିଶୀଳ, ଉତ୍ସାହୀ, ଖୁସି ରଖିଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନଶକ୍ତି ବୃଦ୍ଧି ପାଇଥାଏ। ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ। କେବଳ ଏତିକି ନୁହେଁ, ନିୟମିତ ଯୋଗ କରିବା ଦ୍ବାରା ସ୍ତନ କର୍କଟ ଆଶଙ୍କା ମଧ୍ୟ କମିଥାଏ।
ରକ୍ତ ସଞ୍ଚାଳନ ଠିକ୍‌ କରାଏ: ବର୍ତ୍ତମାନ ମେଦବହୁଳତା ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ଼ ସମସ୍ୟା ପାଲଟିଛି। ଏଣୁ ଏଥିଯୋଗୁ ଡାଇବେଟିସ୍‌, ବ୍ଲଡ୍‌ପ୍ରେସର ଭଳି ସମସ୍ୟା ଦେଖାଦେଉଛି। ସୁଚାରୁ ରୂପେ ଶ୍ୱାସ ପ୍ରକ୍ରିୟାର ସମ୍ପାଦନ କରିବାରେ ବି ଯୋଗାସନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମୋଟାପଣ ଯୋଗୁ ଶରୀରରେ ଚର୍ବି ଜମି ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଉଛି। ଫଳରେ ଆଣ୍ଠୁଗଣ୍ଠି ବ୍ୟଥାରୁ ଆରମ୍ଭ କରି ହୃଦ୍‌ରୋଗ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଉପୁଜୁଛି। ତେଣୁ ଏସବୁ କମାଇ ଶରୀରକୁ ଫିଟ୍‌ ରଖିବା ଲାଗି ଯୋଗାସନ ବେଶ୍‌ ଉପକାରୀ। ଏହାଦ୍ବାରା ହାର୍ଟ, ଧମନୀ ସୁସ୍ଥ ରହିଥାଏ ଏବଂ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁ ରୂପେ ହୋଇଥାଏ। ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବର ପରିମାଣ ନିୟନ୍ତ୍ରଣରେ ରହିବା ଯୋଗୁ ତ୍ବଚା ଏବଂ ଅଙ୍ଗଗୁଡ଼ିକ ମଧ୍ୟ ସୁସ୍ଥ ରହିଥାଏ। ଏହାଦ୍ୱାରା ହୃଦ୍‌ରୋଗ ଆଶଙ୍କା କମିଥାଏ।
ବଢ଼ାଏ କାର୍ଯ୍ୟଦକ୍ଷତା: ଏହା ମଣିଷକୁ ଶକ୍ତି ଯୋଗାଏ, ଯାହାକି ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ସହନଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ମାଂସପେଶୀଗୁଡ଼ିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ନିଦ୍ରାହୀନତା ଭୋଗୁଥିବା ମହିଳାଙ୍କ ଲାଗି ଏହା ଅତି ଉତ୍ତମ।
ବଢ଼ାଏ ସୌନ୍ଦର୍ଯ୍ୟ: ପ୍ରତିଦିନ ଯୋଗ କରିବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଶରୀରରେ ଥିବା ଅନାବଶ୍ୟକ ଚର୍ବିକୁ ହ୍ରାସ କରି ଶାରୀରିକ ଗଠନକୁ ସୁଠାମ କରିଥାଏ। ଯୋଗ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହେବା ଦ୍ୱାରା ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିଥାଏ। ସେହିପରି କେଶ ଝଡ଼ିବା, ଛିଣ୍ଡିବା ଆଦି ଦୂର କରି କେଶକୁ କଳା ଓ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।

ସାବଧାନତା
ଯଦିଓ ଯୋଗ କରିବା ସୁସ୍ଥ ଜୀବନ ପାଇଁ ବେଶ୍‌ ଜରୁରୀ, ହେଲେ ଯୋଗ କରିବା ସମୟରେ କେତେକ ଦିଗ ପ୍ରତି ଯତ୍ନଶୀଳ ନ ହେଲେ ଏହାର ସୁଫଳ ମିଳିବା ବଦଳରେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣି ରଖନ୍ତୁ ଏ ସମ୍ପର୍କରେ…
ଯୋଗ କରିବା ଲାଗି ଠିକ୍‌ ସମୟ ବାଛନ୍ତୁ। ସୂର୍ଯ୍ୟୋଦୟର ଅଧ ଘଣ୍ଟା ପୂର୍ବରୁ ସୂର୍ଯ୍ୟୋଦୟର ଏକ ଘଣ୍ଟା ପର୍ଯ୍ୟନ୍ତ ଦେଢ଼ ଘଣ୍ଟା ସମୟ ଏଥିପାଇଁ ସବୁଠୁ ଉତ୍ତମ। ଖାଇବା ପରେ ଆଦୌ ଯୋଗ କରନ୍ତୁ ନାହିଁ। ଯୋଗ କରିବା ବେଳେ ତରତର ହୁଅନ୍ତୁ ନାହିଁ। ପ୍ରଥମେ ପ୍ରଥମେ ଆରମ୍ଭ କରୁଥିଲେ ଶୀଘ୍ର ସୁଫଳ ମିଳିବା ଲୋଭରେ ଏକାସଙ୍ଗେ ବହୁତ ଯୋଗାସନ ଅଧିକ ସମୟ ପର୍ଯ୍ୟନ୍ତ କରନ୍ତୁ ନାହିଁ। କାରଣ ଆବଶ୍ୟକତାଠାରୁ ଅଧିକ ଯୋଗ ଏକାଦିନେ କରିବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ମନେରଖନ୍ତୁ, ଯଦି ଆପଣ ଗର୍ଭବତୀ ତେବେ ଏ ସମୟରେ କେଉଁ ଯୋଗ କରିବା ଦରକାର ଏକ୍ସପର୍ଟଙ୍କ ପରାମର୍ଶ ନେବାପରେ କରନ୍ତୁ। ଋତୁସ୍ରାବ ସମୟରେ ମଧ୍ୟ ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ଯୋଗର ଠିକ୍‌ ଲାଭ ଉଠାଇବାକୁ ଚାହୁଁଥିଲେ ଖାଦ୍ୟପେୟ ପ୍ରତି ମଧ୍ୟ ଯତ୍ନଶୀଳ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri