କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୨ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା ମଧ୍ୟରେ ରଖାଯାଇଛି। ତେବେ ମତ୍ସ୍ୟଜୀବୀ ଏହି କଟକଣାକୁ ମାନୁନାହାନ୍ତି। ଗତ ୨୬ ଦିନ ମଧ୍ୟରେ ୭ଟି ଟ୍ରଲର କଟକଣାକୁ ଅଣଦେଖା କରି ନିଷିଦ୍ଧାଞ୍ଚଳରେ ପ୍ରବେଶ କରିଛନ୍ତି। ବନ ବିଭାଗ ପକ୍ଷରୁ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ଗିରଫ ସହିତ ସେମାନେ ବ୍ୟବହାର କରୁଥିବା ବୋଟ୍‌ ଓ ମାଛମରା ସାମଗ୍ରୀକୁ ଜବତ କରାଯାଇଛି। ସେହିପରି ଆସନ୍ତା ଡିସେମ୍ବରରୁ ରାଜନଗର ବ୍ଲକ ପେଣ୍ଠ ସମୁଦ୍ର ତଟାଞ୍ଚଳରେ ଇକୋ ରିଟ୍ରିଟ୍‌ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି  ଏହି ଉତ୍ସବର ବର୍ଜ୍ୟବସ୍ତୁ ଗହୀରମଥା ସାମୁଦ୍ରିକ ଅଞ୍ଚଳ ପରିବେଶକୁ କ୍ଷତି କରିବାର ସମ୍ଭାବନା ରହିଛି। ଏହାବ୍ୟତୀତ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଭାବେ ପରିଚିତ ଅଗରନାଶୀ, ବାବୁବାଲି, ସାତଭାୟା ଆଦି ଅଞ୍ଚଳର ତଟକ୍ଷୟ ସମସ୍ୟା ବଢ଼ାଇଛି। ଶିକାରୀଙ୍କ ଲୋଭ ଏହି ବିରଳ ଜୀବଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ପରିବେଶବିତ୍‌ ଦୋଳଗୋବିନ୍ଦ ଜେନା କହିଛନ୍ତି, ନିଷିଦ୍ଧାଞ୍ଚଳରେ ମାଛଧରା ବ୍ୟବସାୟ ସମ୍ପ୍ରତି ଅନୁପ୍ରବେଶକାରୀଙ୍କ ଅକ୍ତିଆରକୁ ଚାଲିଯାଇଛି। ଗତ ମାସକ ମଧ୍ୟରେ ଧରାପଡ଼ିଥିବା ବୋଟ୍‌ ଓ ଟ୍ରଲରଗୁଡିକ ମଧ୍ୟରୁ ୮୦% ବାଲେଶ୍ୱର ଓ ଭଦ୍ରକ ଜିଲାର। କଟକଣା ଜାରି ବେଳେ ମାଛମାନେ ପ୍ରଜନନ କରିଥା’ନ୍ତି। ଫଳରେ ମାଛସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଅଧିକ ମାଛ ଧରିବା ଲୋଭରେ ଅନୁପ୍ରବେଶକାରୀମାନେ ନିଷିଦ୍ଧାଞ୍ଚଳକୁ ପ୍ରବେଶ କରୁଛନ୍ତି। ଅଶୋକ କୁମାର ସ୍ବାଇଁ କହିଛନ୍ତି, ଗହୀରମଥାର ପରିବେଶ ଏବେ ବିଗିଡି ଯାଇଛି। ତଟକ୍ଷୟ ସମସ୍ୟାର ସମାଧାନ ପ୍ରତି କାହାରି ନଜର ରହୁନାହିଁ। ସେହିପରି ଏହି ଅଞ୍ଚଳରେ ଏବେ ବନ୍ୟ ଓ ସାମୁଦ୍ରିକ ଜୀବ ଶିକାରୀଙ୍କ ସଂଖ୍ୟା ଅଧିକ ହୋଇଛି, ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଆଗାମୀ ମାସରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେ ପ୍ରଜନନ ପାଇଁ ଠୁଳ ହେବେ। ଏହି ସମୟରେ କଇଁଛ ମାଂସ ଓ ଅଣ୍ଡାର ଚୋରା ଚାଲାଣକାରୀ ଅଧିକ ସକ୍ରିୟ ହେବା ସମ୍ଭାବନା ଅଛି। ଏଥିପ୍ରତି ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ସତର୍କ ହେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ୨୦୨୦ରେ ପେଣ୍ଠଠାରେ ସାଗରବେଳା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ବାହାରି ସମୁଦ୍ରକୁ ଯାଇଥିଲା। ପ୍ଲାଷ୍ଟିକରେ ଥିବା ଖାଦ୍ୟ ଆଗନ୍ତୁକ ଅଲିଭ ରିଡ୍‌ଲେଙ୍କ ଜୀବନ ନାଶର କାରଣ ହେବ। ଇକୋ ରିଟ୍ରିଟ୍‌ ସ୍ଥାନ ବଦଳାଇବା ପାଇଁ ସେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି, ନିଷିଦ୍ଧାଞ୍ଚଳ କଟକଣାକୁ ଚଳିତବର୍ଷ କଡାକଡି କରାଯାଇଛି। ସୂଚନାଯୋଗ୍ୟ, ବିଶ୍ୱରେ ଅଲିଭ୍‌ ରିଡ୍‌ଲେଙ୍କ ସଂଖ୍ୟା କମ୍‌ ଥିବାରୁ ଆଇୟୁସିଏନ୍‌ର ରେଡ୍‌ ଡାଟା ବୁକ୍‌ରେ ଏହି ଜୀବ ସ୍ଥାନ ପାଇଛି। ଏହାର ସୁରକ୍ଷା ପାଇଁ ୧୯୭୨ ବନ୍ୟଜନ୍ତୁ ସଂରକ୍ଷଣ ଆଇନ, ଓଡିଶା ମେରାଇନ ଫିଶର ରେଗୁଲେଶନ ଆକ୍ଟ ୧୯୮୨ରେ ସମୁଦ୍ରର ନିଷିଦ୍ଧାଞ୍ଚଳରେ ବୋଟ ଓ ଟ୍ରଲର ଚଳାଚଳ ଉପରେ କଟକଣା ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri