ବିଶ୍ୱ ଦରବାରରେ ପହଞ୍ଚିବ କୋରାପୁଟ କଫି

କୋରାପୁଟ/ନବରଙ୍ଗପୁର, ୨୮ା୧୧(ସ୍ବ.ପ୍ର./ବି.ପ୍ର.): କୋରାପୁଟ ଓ ନବରଙ୍ଗପୁର ଜିଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଶନିବାରଠାରୁ ଆରମ୍ଭ ହୋଇଛି। ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଛନ୍ତି। ଏଥିସହ କୋରାପୁଟରେ ପ୍ରାୟ ୧ ହଜାର କୋଟି ଟଙ୍କାରେ ୧୧୨ଟି ପ୍ରକଳ୍ପ ଓ ନବରଙ୍ଗପୁରରେ ୧୨୯ କୋଟି ଟଙ୍କା ବ୍ୟୟରେ ୬୯ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। କୋରାପୁଟ ଜିଲାର ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। କୋରାପୁଟର କଫି ଏକ ନୂଆ ବ୍ରାଣ୍ଡ ମାକେର୍ଟରେ ପହଞ୍ଚତ୍ଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଜିଲାରେ ୫ହଜାର ହେକ୍ଟର ଜମିରେ କଫି ଚାରାରୋପଣ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। କୋରାପୁଟ ଅଞ୍ଚଳର ସାମଗ୍ରିକ ବିକାଶ ସହ ଅଧିବାସୀଙ୍କ ମୁହଁରେ ହସ ଫୁଟାଇବାକୁ ସବୁବେଳେ ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋରାପୁଟ ଜିଲାର ୩ ଲକ୍ଷ ୭୦ ହଜାର ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଉଛି। ଏହାଦ୍ୱାରା ଜିଲାର ୧୨ ଲକ୍ଷ ଲୋକ ମାଗଣାରେ ଚିକିସତ୍ା ସୁବିଧା ପାଇପାରିବେ ବୋଲି ସେ କହିଥିଲେ। ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ପ୍ରେକ୍ଷାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ରାଜ୍ୟ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ତଥା ଜିଲା ଯୋଜନା କମିଟିଅଧ୍ୟକ୍ଷ ରଘୁରାମ ପଡାଲ ଉପସ୍ଥିତ ଥିଲେ।

 

ନବରଙ୍ଗପୁର ଆର୍‌ସିଡି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ୍ଥାନୀୟ ଏମ୍‌ପି ରମେଶ ଚନ୍ଦ୍ର ମାଝି, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମଞ୍ଚାସୀନ ଥିଲେ। ସ୍ବାସ୍ଥ୍ୟ ଆମ ସମସ୍ତଙ୍କ ପାଇଁ ମୂଲ୍ୟବାନ୍‌। ଏହି କାର୍ଡ ଦ୍ୱାରା ଜିଲାର ୧୧,୩୧,୪୭୬ ଜଣ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପଞ୍ଜୀକୃତ ଓ ସମସ୍ତ ସରକାରୀ ଡାକ୍ତରଖାନାରେ ଏହି କାର୍ଡ ବ୍ୟବହାର ହୋଇପାରିବ। ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟ କରିଛନ୍ତି। ଶିକ୍ଷାର ବିକାଶ ପାଇଁ ଇ-ସ୍ମାର୍ଟ ସ୍କୁଲ ହୋଇଛି। ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୧ ଲକ୍ଷରୁ ବେଶି ଲୋକ ଉପକୃତ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ହିତାଧିକାରୀଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିଛନ୍ତି। ପରେ ଅତିଥିଙ୍କ ଦ୍ୱାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମ ଶେଷରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଶ୍ରୀମନ୍ଦିରରେ ରକ୍ଷାବନ୍ଧନ

ପୁରୀ ଅଫିସ, ୧୨।୮: ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ପଡୁଥିବାରୁ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ପର୍ବ ଶୁକ୍ରବାର ଅନୁଷ୍ଠିତ ହେବ। ଏଥିସହ ବଡଠାକୁର ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ...

ଜଳକଷ୍ଟରେ ଗତରକଣ୍ଡାବାସୀ

ନନ୍ଦପୁର, ୧୧ା୨: ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ଦୁର୍ଗମ ଗତରକଣ୍ଡା ଗ୍ରାମବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ଖରାଦିନ ପୂର୍ବରୁ ଅନୁଭୂତ...

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ଭବାନୀପାଟଣା,୩୧।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼-କଲମପୁର ପିଡବ୍ଲୁଡି ମୁଖ୍ୟ ରାସ୍ତାର ଦେପୁର ବୁଲାଣି ନିକଟରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ଜଣକଙ୍କ ମୃତ୍ୟୁ ହୋଇଛି। ସେମାନେ...

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍‌ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ...

ଏଟିଏମ୍‌ ଟଙ୍କା ଭର୍ତ୍ତି ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌ ଘଟଣା: ମାଷ୍ଟରମାଇଣ୍ଡ ଅଟକ

ବ୍ରହ୍ମପୁର ଅଫିସ,୨୧ା୮: ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ୍‌ କମ୍ପାନୀର ଏଟିଏମ୍‌ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର...

ଫାର୍ମାସିଷ୍ଟଙ୍କ ଯୋଗଦାନକୁ ବିରୋଧ: ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଟାୟାର ଜାଳି ପ୍ରତିବାଦ

ନାଉଗାଁ,୧୨ା୭(ସ୍ବ.ପ୍ର.): ନାଉଗାଁ ବ୍ଲକ ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଫାର୍ମାସିଷ୍ଟଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ବୁଧବାର...

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ଆଜି:ମହାପ୍ରଭୁଙ୍କୁ ଲାଗି ହେଲା ଯେଉଡ଼ ଭୋଗ

ପୁରୀ ଅଫିସ,୨୩ା୮:ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଶୁକ୍ରବାର ଏହି ପବିତ୍ର ତିଥିରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର...

ଅପହରଣ କରି ଶିକ୍ଷୟିତ୍ରୀ ଭଉଣୀଙ୍କୁ ବିବାହ କଲେ ବଡ଼ବାପା ପୁଅ: ବାପା ପ୍ରତିବାଦ କରିବାରୁ କଙ୍ଗାରୁ କୋର୍ଟରେ ଜରିମାନା

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ଜିଲା ବାଣପୁର ଥାନାର ହରିଚନ୍ଦନପୁର। ଏଠାରେ ଭାଇ ଭଉଣୀଙ୍କୁ ବିବାହ କରିବା ଘଟଣା ଚର୍ଚ୍ଚାର କାରଣ ପାଲଟିଛି। ଶିକ୍ଷୟିତ୍ରୀ ଭଉଣୀଙ୍କୁ ଅପହରଣ...

Advertisement
Archives

Model This Week