ରୋଜଗାର ଚିନ୍ତାରେ ମାଛଧରାଳୀ

ଭଦ୍ରକ ଅଫିସ, ୨୫ା୮- କରୋନା ପ୍ରଭାବରେ ଦେଶରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ମାଛଧରାଳୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସବୁ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ଏଣୁ ୬ ମାସ ଧରି ରୋଜଗାର ହରାଇଛନ୍ତି ସମୁଦ୍ର କୂଳିଆ ମାଛଧରାଳୀମାନେ। ଏପଟେ କୋଭିଡ୍‌ ସଙ୍କଟ ସାଙ୍ଗକୁ ପ୍ରକୃତି ଦାଉ ସାଧୁଛି ବୋଲି ମତ ରଖିଛନ୍ତି ସେମାନେ। କୋଭିଡ୍‌ କାରଣରୁ ମାର୍ଚ୍ଚଠାରୁ ଲକ୍‌ଡାଉନ ଓ ଶଟ୍‌ଡାଉନ ଫଳରେ ବଜାର ମାନ୍ଦା ପଡ଼ିଛି। କେଉଁ ମାସରେ ବଜାର ସକାଳୁ ୧୦ଟା ପର୍ଯ୍ୟନ୍ତ ଖୋଲିଲା ତ କେତେବେଳେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ। ଫଳରେ ସମୁଦ୍ରରୁ ଧରି ଆଣିଥିବା ମାଛର ବଜାର ଚାହିଦା ରହିଲା ନାହିଁ। ଯେଉଁ ମାଛ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ଅଧା ଦରରେ ବେପାରୀମାନେ ନେଉଛନ୍ତି। ଯେଉଁ ବେପାରୀ ୫ କୁଇଣ୍ଟାଲ ମାଛ ନେଉଥିଲେ ସେମାନେ ଏବେ କୁଇଣ୍ଟାଲ ମାଛ ବି ନେଉନାହାନ୍ତି। ସ୍ଥାନୀୟ ବ୍ୟବସାୟୀ ସମୁଦ୍ର ମାଛ ନେବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାଛଧରାକୁ ବେଉସା କରି ଚଳୁଥିବା ଭଦ୍ରକ ଜିଲାର ବାସୁଦେବପୁର ଓ ଚାନ୍ଦବାଲି (ଧାମରା) ଅଞ୍ଚଳର ହଜାର ହଜାର ପରିବାର ଦାଦନ ଖଟିବା ପାଇଁ ଯିବାକୁ ଚିନ୍ତା କଲେଣି।
ବଙ୍ଗୋପସାଗରର ୫୦ କି.ମି. ପର୍ଯ୍ୟାପ୍ତ ସମୁଦ୍ର ବେଳାଭୂମି ଉପରେ ନିର୍ଭର କରି ୨ଟି ବ୍ଲକ ଅଧୀନ ୧୨୮ଟି ଗାଁର ଲୋକେ ଏହି ବେଉସା କରି ଚଳନ୍ତି। ଏହି ଗାଁଗୁଡ଼ିକର ମୋଟ ୧୬,୫୨୭ ପରିବାରର ୮୭,୫୯୩ ଲୋକ ମାଛଧରି ପରିବାର ପ୍ରତିପୋଷଣ କରନ୍ତି। ଏଥିରୁ ୩୦,୬୫୮ ପୁରୁଷ, ୨୯,୭୮୨ ମହିଳା ଓ ୨୭,୧୫୩ ଶିଶୁ ମାଛଧରା ଆୟ ଉପରେ ନିର୍ଭର କରିଥାନ୍ତି। ଏହି ୨ଟି ବ୍ଲକର ମୋଟ ୨୯,୧୯୭ ମାଛ ଧରାଳୀ ଥିବା ଜିଲା ମତ୍ସ୍ୟବିଭାଗ ଗଣନା କରିଛି। ବାସୁଦେବପୁର ବ୍ଲକରେ ମୋଟ ୨୫୪ଟି ମାଛଧରା ଡଙ୍ଗା ଥିବା ବେଳେ ଧାମରା ଅଞ୍ଚଳର ୪୦୨ ଏହିଭଳି ମୋଟ ୬୫୬ ଯନ୍ତ୍ରଚାଳିତ ଡଙ୍ଗା ସମୁଦ୍ରରେ ମାଛଧରା କାର୍ଯ୍ୟ ପାଇଁ ନିୟୋଜିତ ହେଉଛି। କୋଭିଡ୍‌ କଟକଣା କାରଣରୁ ଅଧିକାଂଶ ଡଙ୍ଗାରେ ମାଛଧରାଳିମାନେ ସମୁଦ୍ରକୁ ଯାଆନ୍ତି ନାହିଁ। ଜେଟି ମାନଙ୍କରେ ଡଙ୍ଗା ଗୁଡ଼ିକ ଲଙ୍ଗର ପକାଇ ଅଟକି ରହୁଥିବା ଦୃଶ୍ୟ ଦେଖିବାକୁ ମିଳେ।
ଅନ୍ୟପକ୍ଷେ ସମୁଦ୍ରକୂଳିଆ ଜିଲା ହୋଇଥିବାରୁ ପ୍ରାୟ ସମୟ ଘୂର୍ଣ୍ଣିଝଡ଼ ମାଛଧରାଳୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ଅଦିନିଆ ବର୍ଷା, ଘୂର୍ଣ୍ଣିଝଡ଼ ଏମାନଙ୍କ ପାଇଁ ଅଭିଶାପ ପାଲଟୁଛି। ଫେବୃୟାରୀରେ ଲଗାଣ ବର୍ଷା, ମେ’ ପ୍ରଥମ ସପ୍ତାହରେ ଲଗାଣ ବର୍ଷା, ତୃତୀୟ ସପ୍ତାହରେ ଅମ୍ଫାନ୍‌ ବାତ୍ୟା, ଅଗଷ୍ଟ ମାସରେ ୨୦ରୁ ୨୨ ତାରିଖ ଲଘୁଚାପ ଜନିତ ବର୍ଷା ସେମାନଙ୍କ ପାଇଁ କାଳ ସାଜିଛି। ଏହି କାରଣରୁ ଜିଲାରେ କେତେବେଳେ ରେଡ୍‌ ୱାର୍ନିଂ ତ କେତେବେଳେ ୟେଲୋ ୱାର୍ନିଂ ଦାଉ ସାଧୁଛି। ଏହି ସମୟରେ ସମୁଦ୍ରକୁ ଯାଇ ପାରୁନାହାନ୍ତି ମାଛଧରାଳୀ। ଏନେଇ ମାଛଧରାଳୀ ସୁବ୍ରତ ମାନା କୁହନ୍ତି ସରକାରୀ ସ୍ତରରେ ମାଛଧରାଳୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଯୋଜନା ନାହିଁ। ପ୍ରଶାସନର କଟକଣା ଓ ପ୍ରକୃତିର ଦାଉ କାରଣରୁ ୬ ମାସ ଧରି ଆମେ ସମସ୍ୟା ଭୋଗୁଛୁ। ଏଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ଜିଲା ମତ୍ସ୍ୟ ଅଧିକାରୀ ସନ୍ତୋଷ କୁମାର ଦଳେଇ କୁହନ୍ତି, ସରକାରଙ୍କ ପକ୍ଷରୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ନିମନ୍ତେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଯଦିଓ କୋଭିଡ୍‌କୁ ନେଇ କୌଣସି ଯୋଜନା ନାହିଁ କିନ୍ତୁ ସେମାନଙ୍କୁ ଅନ୍ୟ ସମୟରେ ସରକାରଙ୍କ ବିଭିନ୍ନ ସବ୍‌ସିଡି ଯୋଜନା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri