ରୋଜଗାର ଚିନ୍ତାରେ ମାଛଧରାଳୀ

ଭଦ୍ରକ ଅଫିସ, ୨୫ା୮- କରୋନା ପ୍ରଭାବରେ ଦେଶରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ମାଛଧରାଳୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସବୁ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ଏଣୁ ୬ ମାସ ଧରି ରୋଜଗାର ହରାଇଛନ୍ତି ସମୁଦ୍ର କୂଳିଆ ମାଛଧରାଳୀମାନେ। ଏପଟେ କୋଭିଡ୍‌ ସଙ୍କଟ ସାଙ୍ଗକୁ ପ୍ରକୃତି ଦାଉ ସାଧୁଛି ବୋଲି ମତ ରଖିଛନ୍ତି ସେମାନେ। କୋଭିଡ୍‌ କାରଣରୁ ମାର୍ଚ୍ଚଠାରୁ ଲକ୍‌ଡାଉନ ଓ ଶଟ୍‌ଡାଉନ ଫଳରେ ବଜାର ମାନ୍ଦା ପଡ଼ିଛି। କେଉଁ ମାସରେ ବଜାର ସକାଳୁ ୧୦ଟା ପର୍ଯ୍ୟନ୍ତ ଖୋଲିଲା ତ କେତେବେଳେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ। ଫଳରେ ସମୁଦ୍ରରୁ ଧରି ଆଣିଥିବା ମାଛର ବଜାର ଚାହିଦା ରହିଲା ନାହିଁ। ଯେଉଁ ମାଛ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ଅଧା ଦରରେ ବେପାରୀମାନେ ନେଉଛନ୍ତି। ଯେଉଁ ବେପାରୀ ୫ କୁଇଣ୍ଟାଲ ମାଛ ନେଉଥିଲେ ସେମାନେ ଏବେ କୁଇଣ୍ଟାଲ ମାଛ ବି ନେଉନାହାନ୍ତି। ସ୍ଥାନୀୟ ବ୍ୟବସାୟୀ ସମୁଦ୍ର ମାଛ ନେବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାଛଧରାକୁ ବେଉସା କରି ଚଳୁଥିବା ଭଦ୍ରକ ଜିଲାର ବାସୁଦେବପୁର ଓ ଚାନ୍ଦବାଲି (ଧାମରା) ଅଞ୍ଚଳର ହଜାର ହଜାର ପରିବାର ଦାଦନ ଖଟିବା ପାଇଁ ଯିବାକୁ ଚିନ୍ତା କଲେଣି।
ବଙ୍ଗୋପସାଗରର ୫୦ କି.ମି. ପର୍ଯ୍ୟାପ୍ତ ସମୁଦ୍ର ବେଳାଭୂମି ଉପରେ ନିର୍ଭର କରି ୨ଟି ବ୍ଲକ ଅଧୀନ ୧୨୮ଟି ଗାଁର ଲୋକେ ଏହି ବେଉସା କରି ଚଳନ୍ତି। ଏହି ଗାଁଗୁଡ଼ିକର ମୋଟ ୧୬,୫୨୭ ପରିବାରର ୮୭,୫୯୩ ଲୋକ ମାଛଧରି ପରିବାର ପ୍ରତିପୋଷଣ କରନ୍ତି। ଏଥିରୁ ୩୦,୬୫୮ ପୁରୁଷ, ୨୯,୭୮୨ ମହିଳା ଓ ୨୭,୧୫୩ ଶିଶୁ ମାଛଧରା ଆୟ ଉପରେ ନିର୍ଭର କରିଥାନ୍ତି। ଏହି ୨ଟି ବ୍ଲକର ମୋଟ ୨୯,୧୯୭ ମାଛ ଧରାଳୀ ଥିବା ଜିଲା ମତ୍ସ୍ୟବିଭାଗ ଗଣନା କରିଛି। ବାସୁଦେବପୁର ବ୍ଲକରେ ମୋଟ ୨୫୪ଟି ମାଛଧରା ଡଙ୍ଗା ଥିବା ବେଳେ ଧାମରା ଅଞ୍ଚଳର ୪୦୨ ଏହିଭଳି ମୋଟ ୬୫୬ ଯନ୍ତ୍ରଚାଳିତ ଡଙ୍ଗା ସମୁଦ୍ରରେ ମାଛଧରା କାର୍ଯ୍ୟ ପାଇଁ ନିୟୋଜିତ ହେଉଛି। କୋଭିଡ୍‌ କଟକଣା କାରଣରୁ ଅଧିକାଂଶ ଡଙ୍ଗାରେ ମାଛଧରାଳିମାନେ ସମୁଦ୍ରକୁ ଯାଆନ୍ତି ନାହିଁ। ଜେଟି ମାନଙ୍କରେ ଡଙ୍ଗା ଗୁଡ଼ିକ ଲଙ୍ଗର ପକାଇ ଅଟକି ରହୁଥିବା ଦୃଶ୍ୟ ଦେଖିବାକୁ ମିଳେ।
ଅନ୍ୟପକ୍ଷେ ସମୁଦ୍ରକୂଳିଆ ଜିଲା ହୋଇଥିବାରୁ ପ୍ରାୟ ସମୟ ଘୂର୍ଣ୍ଣିଝଡ଼ ମାଛଧରାଳୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ଅଦିନିଆ ବର୍ଷା, ଘୂର୍ଣ୍ଣିଝଡ଼ ଏମାନଙ୍କ ପାଇଁ ଅଭିଶାପ ପାଲଟୁଛି। ଫେବୃୟାରୀରେ ଲଗାଣ ବର୍ଷା, ମେ’ ପ୍ରଥମ ସପ୍ତାହରେ ଲଗାଣ ବର୍ଷା, ତୃତୀୟ ସପ୍ତାହରେ ଅମ୍ଫାନ୍‌ ବାତ୍ୟା, ଅଗଷ୍ଟ ମାସରେ ୨୦ରୁ ୨୨ ତାରିଖ ଲଘୁଚାପ ଜନିତ ବର୍ଷା ସେମାନଙ୍କ ପାଇଁ କାଳ ସାଜିଛି। ଏହି କାରଣରୁ ଜିଲାରେ କେତେବେଳେ ରେଡ୍‌ ୱାର୍ନିଂ ତ କେତେବେଳେ ୟେଲୋ ୱାର୍ନିଂ ଦାଉ ସାଧୁଛି। ଏହି ସମୟରେ ସମୁଦ୍ରକୁ ଯାଇ ପାରୁନାହାନ୍ତି ମାଛଧରାଳୀ। ଏନେଇ ମାଛଧରାଳୀ ସୁବ୍ରତ ମାନା କୁହନ୍ତି ସରକାରୀ ସ୍ତରରେ ମାଛଧରାଳୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଯୋଜନା ନାହିଁ। ପ୍ରଶାସନର କଟକଣା ଓ ପ୍ରକୃତିର ଦାଉ କାରଣରୁ ୬ ମାସ ଧରି ଆମେ ସମସ୍ୟା ଭୋଗୁଛୁ। ଏଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ଜିଲା ମତ୍ସ୍ୟ ଅଧିକାରୀ ସନ୍ତୋଷ କୁମାର ଦଳେଇ କୁହନ୍ତି, ସରକାରଙ୍କ ପକ୍ଷରୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ନିମନ୍ତେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଯଦିଓ କୋଭିଡ୍‌କୁ ନେଇ କୌଣସି ଯୋଜନା ନାହିଁ କିନ୍ତୁ ସେମାନଙ୍କୁ ଅନ୍ୟ ସମୟରେ ସରକାରଙ୍କ ବିଭିନ୍ନ ସବ୍‌ସିଡି ଯୋଜନା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri