ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ ହେବାରେ ଲାଗିଛି। ଏହା ନଦୀରେ ମାଛବଂଶ ବୃଦ୍ଧିରେ ବାଧକ ସାଜିବା ସହ ଏହାର ସିଧାସଳଖ ପ୍ରଭାବ ତଟବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପଡୁଛି।
ସୂଚନା ଅନୁସାରେ, ଏହି ପ୍ରମୁଖ ୩ ନଦୀରୁ ପ୍ରତ୍ୟେହ ମାଛ ମାରି ସହର ତଥା ତଟବର୍ତ୍ତୀ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରନ୍ତି। ମାତ୍ର ବାରମ୍ବାର ପ୍ରଶାସନର ବାରଣ ଏବଂ ତାଗିଦ ସତ୍ୱେ ତିନି ପ୍ରମୁଖ ନଦୀ ଗର୍ଭକୁ ରାସାୟନିକ ଏବଂ ବିଶାକ୍ତ ଦ୍ରବ୍ୟଯୁକ୍ତ ଉପାଦାନ ଛଡାଯାଉଛି। ଯାହାର ପ୍ରଭାବ ସିଧାସଳଖ ନଦୀ, ନଦୀରେ ଥିବା ଜଳଜୀବ ଓ ମତ୍ସ୍ୟଜୀବୀଙ୍କ ଉପରେ ପଡୁଥିବା ଅଭିଯୋଗ ହେଉଛି। ଉକ୍ତ ନଦୀରୁ ପୂର୍ବରୁ ପ୍ରବଳ ମାତ୍ରାରେ ବଳିଆ, କଣା, ବାମୀ ବା ବଏଁରା, ରୋହୀ, ଶେଉଳ ମାଛ ଏବଂ ବଡ ଚିଙ୍ଗୁଡି ମିଲୁଥିଲେ। ମାତ୍ର ବର୍ତ୍ତମାନ ଜଳଜୀବ ବଂଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲେଣି। ଫଳରେ ନଦୀରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତି ଠପ୍‌ ହୋଇଯାଇଛି। ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ସେମାନେ ନଦୀରୁ ପ୍ରବଳ ମାଛ ମାରି ଭଲ ରୋଜଗାର କରୁଥିଲେ। ମାତ୍ର ଗତ କିଛିବର୍ଷ ହେଲା ସକାଳୁ ସନ୍ଧ୍ୟା ଯାଏଁ ପରିଶ୍ରମ କଲେ ମଧ୍ୟ ଆଉ ମାଛ ଜାଲରେ ପଡୁ ନ ଥିବା କୁହାଯାଉଛି। ରାଉରକେଲା ଆମିଷ ବଜାରରେ ଦେଶୀ ମାଛ ମିଳୁନାହିଁ। ନଦୀ ପ୍ରଦୂଷଣ ନେଇ ପ୍ରଦୂଷଣ ବିଭାଗ, ମତ୍ସ୍ୟ ବିଭାଗ ଓ ଆରଏମସି ଅବଗତ ଥିଲେ ସୁଦ୍ଧା ନଦୀ ଗୁଡିକୁ ଅପମିଶ୍ରଣ ମୁକ୍ତ କରାଯାଇପାରୁନାହିଁ। ସେହିପରି ଦିନସାରା ପରିଶ୍ରମ କଲେ ଗୋଟିଏ କେଜି ମାଛ ମିଳୁନି। ବାଳିଆ, କଣା, ବାମୀ, ଶେଉଳ, ରୋହି, ଭାକୁର ଓ ବଡ ଚିଙ୍ଗୁଡି ଆଦି ନଦୀରୁ ବିଲୁପ୍ତ ହୋଇଗଲେଣି। ଏହାର ନଦୀଜଳ ପ୍ରଦୂଷଣ ଏହାର ମୁଖ୍ୟ କାରଣ ବୋଲି ନଦୀକୂଳିଆ ମତ୍ସ୍ୟଜୀବୀ ଅର୍ଜନ ନାଏକ, ଅଜୟ ନାଏକ ଏବଂ ବିପିନ ଟପ୍ପୋ ପ୍ରମୁଖ ମତ ଦେଇଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୈବର୍ତ୍ତ ସମାଜ ପକ୍ଷରୁ ଦାବି ହେଉଛି।
ଏ ନେଇ ରାଉରକେଲା କମିଶନର ଆଶୁତୋଷ କୁଲକର୍ଣ୍ଣୀଙ୍କୁ ପଚାରିବାରୁ ସେ କହିଥିଲେ, ନଦୀଗୁଡିକରୁ ମାଛବଂଶ ଲୋପ ପାଉଥିବା ଅଭିଯୋଗ କେତେଦୂର ଯୁକ୍ତିଯୁକ୍ତ ତାର ସମୀକ୍ଷା କରାଯିବ। ମାତ୍ର ମୋ ଜାଣିବାରେ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିସହ ନଦୀ ପ୍ରଦୂଷଣ ରୋକିବା ସକାଶେ ବାଲୁଘାଟରେ ସୁଦୀର୍ଘ ପୋଖରୀ ନିର୍ମାଣ ହୋଇସାରିଛି। ଏହାସତ୍ତ୍ୱେ ଯଦି ନଦୀରେ ରାସାୟନିକ ଉପାଦାନ ମିଶ୍ରଣ ହେଉଛି ତାହା ଉପରେ ତର୍ଜମା କରି ପଦକ୍ଷେପ ନିଆଯିବ ବୋଲି କୁଲକର୍ଣ୍ଣୀ କହିଥିଲେ। ଏ ସମ୍ପର୍କରେ ରାଉରକେଲା ସହର କୈବର୍ତ୍ତ ସମାଜ ସଭାପତି ନଟବର ବେହେରା କୁହନ୍ତି, ସହରରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୯ହଜାରରୁ ଊର୍ଦ୍ଧ୍ୱ ହେବ। ୪ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ବାହାରୁ ମାଛ କିଣି ସହରରେ ବିକ୍ରି କରୁଛନ୍ତି। ପୂର୍ବଭଳି ସହରରେ ନଦୀମାଛ ମିଲୁନାହିଁ। ନଦୀଗୁଡିକରେ ଅପମିଶ୍ରିତ ଉପାଦାନ ବୃଦ୍ଧି ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହେଉଛି। ଆଗକୁ କୈବର୍ତ୍ତ ସମାଜ ଏହା ବିରୋଧରେ ସ୍ବର ଶାଣିତ କରିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri