ମାଛଚାଷ କରିବ ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୨୩।୧୨: ଢେଙ୍କାନାଳ ଜିଲାରେ ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଯୁବଚାଷୀମାନେ ନିଜସ୍ବ ଉଦ୍ୟମରେ ମାଛ ଫାର୍ମିଂ କରି ପର୍ଯ୍ୟାପ୍ତ ରୋଜଗାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିଶର୍ସ କୋଅପରେଟିଭ୍‌ ଲିମିଟେଡ୍‌ ସହଭାଗୀତାରେ ମତ୍ସ୍ୟଚାଷ ତାଲିମ ଓ ପରିଦର୍ଶନ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନରେନ୍ଦ୍ରପୁରଠାରେ ଅବସ୍ଥିତ କମ୍ପାନୀ ପାର୍ଶ୍ୱବର୍ତ୍ତୀ କୁରୁଣ୍ଟି, କୁସୁପଙ୍ଗା, ତାଳବାହାଳ, ଇଟାପ, ଗଣ୍ଠିଗାଡିଆ, ନୂଆଗଁା, କୋଚିଲାମଡ଼ା, ଶିବପୁର, ନରେନ୍ଦ୍ରପୁର, ସରପା, ରଘୁନାଥପୁର ଗ୍ରାମର ୭୧ ଚାଷୀ ଅଂଶଗ୍ରହଣ କରିଥିଲେ। ମାଛ ପାଳନ, ଔଷଧ ପ୍ରୟୋଗ, ପୋଖରୀର ପରିଚାଳନା, ରୋଗ ଉପଚାର, ଜଳ ପରୀକ୍ଷଣ ଉପାୟ ଏବଂ ଅଧିକ ଉତ୍ପାଦନକ୍ଷମ ବିହନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଜିଲା ମତ୍ସ୍ୟଚାଷ ଅଧିକାରୀ ପ୍ରଦୀପ୍ତ କିଶୋର ଭୂୟଁା, ଅନୁଗୋଳ ଜିଲା ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶିକା ବବିତା ମହାନ୍ତି ଯୋଗଦେଇ ମତ୍ସ୍ୟଚାଷ ଲାଗି କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଶିବିରରେ ଅଂଶଗ୍ରହଣ କରିଥିବା ଚାଷୀଙ୍କୁ ଯୋରନ୍ଦାସ୍ଥିତ ଫାର୍ମ ପରିଦର୍ଶନ ନିମନ୍ତେ ନିଆଯାଇଥିଲା। ସଫଳ ମତ୍ସ୍ୟଚାଷୀମାନେ ଅଭିଜ୍ଞତା ବାଣ୍ଟିଥିଲେ। ଟାଟାଷ୍ଟିଲ ସିଏସ୍‌ଆଇ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କମ୍ପାନୀ ପାର୍ଶ୍ୱବର୍ତ୍ତୀ ଗ୍ରାମର ଉତ୍ସାହୀ ଯୁବକ, ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର କାରଖାନା ପାର୍ଶ୍ୱବର୍ତ୍ତୀ ଗ୍ରାମରେ ମାଛ ଚାଷ ପ୍ରଶିକ୍ଷଣ ଦିଆଯାଉଛି। ମତ୍ସ୍ୟଚାଷରେ ନିୟୋଜିତ ଚାଷୀଙ୍କୁ ମାଛ ଖାଦ୍ୟ, ଯାଅଁାଳା, ଔଷଧ ଯୋଗାଇ ଦିଆଯାଉଛି। ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିଶର୍ସ କୋଅପରେଟିଭ୍‌ ଲିମିଟେଡ୍‌ର ବିଶେଷଜ୍ଞଙ୍କ ଦ୍ୱାରା ମାର୍ଗଦର୍ଶନ କରାଯାଉଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ ଭାଙ୍ଗି ଲୁଟ୍‌ ମାମଲାର ପର୍ଦ୍ଦାଫାଶ: ୩ ଗିରଫ, ୪ ଫେରାର

ଢେଙ୍କାନାଳ ଅଫିସ,୨୭ା୧୦: ଢେଙ୍କାନାଳ ଜିଲା ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଏଟିଏମ୍‌କୁ ଗତ ୩...

କୋର୍ଟରେ ୧୦ କୋଟିର କ୍ଷତିପୂରଣ ମାମଲା

ଢେଙ୍କାନାଳ ଅଫିସ, ୨।୩: ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଜଣେ ନବଜାତ ଶିଶୁକନ୍ୟାର ହାର୍ଟରେ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ...

ବଢ଼ିଲା ଧାନକ୍ରୟ ସମସ୍ୟା

ଢେଙ୍କାନାଳ ଅଫିସ, ୧।୨ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନକିଣାକୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ଧାନ କିଣା ସରି ନ ଥିବା ବେଳେ ୧ ତାରିଖରୁ...

ବାର୍ଦ୍ଧକ୍ୟରେ ବଢୁଛି ବ୍ୟଥା

ଢେଙ୍କାନାଳ ଅଫିସ, ୨୨।୮: ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର...

ହେଲାନି ସମାଧାନ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୧୨ ମନୋମାଳିନ୍ୟ ଦୂରକରି ଦମ୍ପତିଙ୍କୁ ମିଶାଇବାକୁ ୨ଦିନ ଧରି ଯଥାସାଧ୍ୟ ପ୍ରୟାସ କଲା ପୋଲିସ। ହେଲେ ଦ୍ୱନ୍ଦ୍ୱ ଦୂର ହେଲାନି କି ବାହାରିଲାନି...

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ

କାମାକ୍ଷାନଗର, ୧୮।୬(ଡି.ଏନ୍‌.ଏ.): ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ସୋମବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି।...

ଦକ୍ଷତା ବୃଦ୍ଧି କର: ତଥାଗତ

ଭାପୁର,୮।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ବ୍ଲକ ଅନ୍ତର୍ଗତ ଭାପୁର ନିକଟ କୋଇଲିପଙ୍ଗି ସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜ ପରିସରରେ ରବିବାର ୯୦ ତମ ଦେବେନ୍ଦ୍ର ଶତପଥୀ...

ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ...

Advertisement
Archives

Model This Week