ଖାରିପାଣି ମାଛଚାଷ ନାମରେ ଚିଙ୍ଗୁଡ଼ି ଘେରି ବଢୁଛି

କେନ୍ଦ୍ରାପଡ଼ା ଅଫିସ,୧୭ା୪: ଭଦ୍ରକର ଧାମରାଠାରୁ ଜଗତ୍‌ସିଂହପୁରର ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡିଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି। ଏଥିରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ୍‌ ପଡୁନାହିଁ। ଚିଙ୍ଗୁଡି ଘେରିରୁ ଉପତ୍ନ୍ନ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ଓ ଗ୍ୟାସ ଏକ ବିଷ ବଳୟ ସୃଷ୍ଟି କରିଛି। ଏଥିରେ ମଣିଷ ସହ ବନ୍ୟ ଓ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛି। ଖାରିପାଣି ଚାଷକୁ ପ୍ରୋତ୍ସାହିତ କରି ହାଇକୋର୍ଟର ଆଦେଶକୁ ଅମାନ୍ୟ କରାଯାଉଛି। ଚିଙ୍ଗୁଡିଘେରି ଉଚ୍ଛେଦ ଆଉ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଦୋଳଗୋବିନ୍ଦ ଜେନା, ପ୍ରତାପ କୁମାର ପାଢୀ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି, ରାଜ୍ୟ ସରକାର ଖାରିପାଣି ମାଛ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା ପ୍ରଶାସନ ତପତ୍ର ହୋଇଉଠିଛି। ଜିଲା ପ୍ରଶାସନର ଏହି ତପତ୍ରତା ଭିତରକନିକାର ଜୈବବିବିଧତା ଉପରେ ପ୍ରଭାବ ପକାଇଛି। ଏପରିକି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚିଙ୍ଗୁଡିଘେରି ମାଲିକଙ୍କ ଜଙ୍ଗଲରାଜ ଚାଲିଛି। ଜଙ୍ଗଲ ମଧ୍ୟରେ ତଟାଞ୍ଚଳ ଏବେ ଜବରଦଖଲକାରୀଙ୍କ ହାତକୁ ଚାଲିଯାଇଛି। ପ୍ରତ୍ୟେକ ଦିନ ନୂଆ କରି ୧୦ରୁ ୨୦ଟି ଘେରି ପ୍ରସ୍ତୁତ ହେଉଛି। ସେମାନେ କହିଛନ୍ତି, ଏହି ଚାଷ ପାଇଁ ଏରିଏଟର ଓ ପାଣିପମ୍ପ ଚାଳନା ଆବଶ୍ୟକ। ଏହି ୨ ଯନ୍ତ୍ରରୁ ଉପତ୍ନ୍ନ ଶବ୍ଦ ବନ୍ୟ ପ୍ରାଣୀଙ୍କୁ ବିଚଳିତ କରୁଛି। ସେହିପରି ଘେରି ପାଇଁ ଜଙ୍ଗଲ କାଟିବା ଏଠାରେ ସ୍ବାଭାବିକ ଘଟଣା ହୋଇଛି। ଚାଷ ପାଇଁ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ, କୀଟନାଶକ ବନ୍ୟ ଓ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ହୋଇଛି। ପ୍ରାୟ ୧୪ ପ୍ରକାର ନିଷିଦ୍ଧ ଔଷଧ ଚିଙ୍ଗୁଡିର ଶାରୀରିକ ଓ ବଂଶ ବୃଦ୍ଧି ପାଇଁ ବ୍ୟବହାର ହେଉଛି। ଘେରିରୁ ଜଳ ନିଷ୍କାସିତ ହୋଇ ନିକଟସ୍ଥ ନାଳ ମଧ୍ୟ ଦେଇ ସମୁଦ୍ରରେ ପଡୁଛି। ଏବେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୨୬୩ ପ୍ରକାର ମାଛଙ୍କ ପ୍ରଜନନ ସମୟ। ତେବେ ଚିଙ୍ଗୁଡି ଘେରିର ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ମାଛବଂଶ ବୃଦ୍ଧିକୁ ରୋକୁଛି। ଫଳରେ ଆଗାମୀ ଦିନରେ ଖାଦ୍ୟ ଆଶାରେ ଆସୁଥିବା ବିଦେଶୀ ପକ୍ଷୀର ସମ୍ଭାର ଦେଖିବାକୁ ମିଳିବ ନାହିଁ। ସେହିପରି ଏବେ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଥିବା ରିପୋର୍ଟରେ ଦେଖାଯାଉଥିବା ବେଳେ ଆଗାମୀ ଦିନରେ ଏହି ଜୀବଙ୍କ ସଂଖ୍ୟା ହ୍ରାସ ପାଇବାକୁ ଏଡାଇ ଦିଆଯାଇ ନ ପାରେ। ଚିଙ୍ଗୁଡି ଘେରିର ବୃଦ୍ଧି ଅର୍ଥ ସ୍ଥାନୀୟ ଚାଷ ଅଞ୍ଚଳର କ୍ଷତି। ସମୁଦ୍ରର ଖାରିପାଣିକୁ ନାଳ ମଧ୍ୟରେ ଘେରିକୁ ଆଣିବା ସମୟରେ ସ୍ଥାନୀୟ ଚାଷ ଜମି ଲୁଣି ପାଲଟୁଛି। ଫଳରେ ପ୍ରତ୍ୟହ ଚାଷକୁ ନେଇ କଳିଗୋଳ ହେଉଛି। ହାଇକୋର୍ଟଙ୍କ ପକ୍ଷରୁ ଅବୈଧ ଚିଙ୍ଗୁଡି ଘେରି ଉଚ୍ଛେଦ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ତାଗିଦ ହେଉଛି। ଏହାସତ୍ତ୍ୱେ ଚିଙ୍ଗୁଡି ଘେରି ଉଚ୍ଛେଦ ଏକ ପ୍ରକାର ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଖାରିପାଣି ମାଛ ଚାଷ ପାଇଁ କେତେଜଣ ଚାଷୀଙ୍କୁ ଅନୁମତି ଦିଆଯାଇଛି। ଚାଷ ପାଇଁ ଅନୁମତି ନେଇ ନ ଥିବା ଚାଷୀଙ୍କ ଘେରି ଉଚ୍ଛେଦ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri