ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଉଦ୍‌ଘାଟିତ: ୩ ଦିନ ଧରି ଚାଲିବ ଏହି ମହାକୁମ୍ଭ

ଭୁବନେଶ୍ୱର,୩।୨: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪  ଉଦ୍‌ଘାଟିତ  ହୋଇଛି।
ଶନିବାରଠୁ ଜନତା ମଇଦାନରେ ଭାଷାର ଏହି ମହାକୁମ୍ଭ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଲାଗି ଦେଶ ବିଦେଶରୁ ୧୦୦ରୁ ଅଧିକ ଶିକ୍ଷାବିତ୍‌ ଯୋଗ ଦେଇଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ୧୭ଟି ସେସନ ରହିଛି ।
ତେବେ ଏହି ସମ୍ମିଳନୀକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ  କରିଛନ୍ତି। ଏହି ଅବସରରେ ସମ୍ମିଳନୀ ଉପସ୍ଥିତ ଥିବା ଲୋକେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଛନ୍ତି ।  ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଓଡ଼ିଶା ଆଜି ଭାଷା ପାଇଁ ଏକାଠି ହୋଇଛି । ଓଡ଼ିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି । ସମ୍ମିଳନୀରେ ଓଡ଼ିଆ ଭାଷାର ଅଧିକ ବ୍ୟବହାର ନେଇ ଅଧିକ ଆଲୋଚନା ହେବ ।