Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଟ୍ରାନ୍ସଜେଣ୍ଡର

ଲଣ୍ଡନ,୧ା୯(ପି.ଟି.):ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି। କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିବାକୁ ଯାଉଛନ୍ତି। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସ୍‌ ଏଞ୍ଜେଲସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ଟି୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ଆର୍ଜେଣ୍ଟିନା, ବ୍ରାଜିଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ କାନାଡା। ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପାଇଁ ରହିଥିବା ଆଇସିସିର ନିୟମ ମେଲ୍‌ ଟୁ ଫିମେଲରେ ଆସିବା ପରେ ଡାନିଏଲଙ୍କୁ ଖେଳିବାକୁ ଅନୁମତି ମିଳିଛି। ଅନ୍ତର୍ଜାତୀୟ କ୍ରିକେଟରେ ମିଳିଥିବା ସୁଯୋଗ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ। ମୋ କମ୍ୟୁନିଟିର ପ୍ରତିନିଧିତ୍ୱ କରିବାର ପ୍ରଥମ ଖେଳାଳି ହୋଇଥିବା ବେଳେ ଏହା ମୁଁ ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି ବୋଲି ସେ କହିଥିଲେ। ଅଷ୍ଟ୍ରେଲିଆର ମୂଳ ନିବାସୀ ଡାନିଏଲ ୨୦୨୦ରେ କାନାଡାକୁ ଯାଇ ପୁରୁଷରୁ ମହିଳା ହେବାର ଚିକିତ୍ସା କରାଇଥିଲେ। ମହିଳା ହେବା ପରେ ତାଙ୍କୁ ବର୍ତ୍ତମାନ ଖେଳିବାକୁ ଅନୁମତି ପ୍ରଦାନ କରାଯାଇଛି।

Share