Posted inଖେଳ

ପ୍ରଥମ ଟେଷ୍ଟ: ପଦାର୍ପଣରେ ମେୟର୍ସଙ୍କ ଅପରାଜିତ ଦ୍ୱିଶତକ, ଓ୍ବେଷ୍ଟଇଣ୍ଡିଜର ଚମତ୍କାର ବିଜୟ

ଚଟ୍ଟୋଗ୍ରାମ, ୮।୨: ଓ୍ବେଷ୍ଟଇଣ୍ଡିଜ ମିଡ୍‌ଲଅର୍ଡର ବ୍ୟାଟ୍ସମ୍ୟାନ କାଇଲ ମେୟର୍ସ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ପଦାର୍ପଣ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ଦ୍ୱିଶତକ ହାସଲ କରି ଦଳକୁ ଅବିଶ୍ୱସନୀୟ ବିଜୟ ପ୍ରଦାନ କରିଛନ୍ତି। ମେୟର୍ସଙ୍କ ୨୧୦ ରନର ଅପରାଜିତ ଦ୍ୱିଶତକୀୟ ଇନିଂସ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୩ ଉଇକେଟରେ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଓ୍ବେଷ୍ଟଇଣ୍ଡିଜ ୧-୦ରେ ଅଗ୍ରଣୀ ହାସଲ କରିଛି। ମେୟର୍ସ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୫୦.୨ ଓଭରରେ ୪୩୦ ରନ କରି ଅଲ୍‌ଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ୍‌ ୯୬.୧ ଓଭରରେ ୨୫୯ ରନ କରି ଅଲ୍‌ଆଉଟ ହେବା ସହ ୧୭୧ ରନ ପଛରେ ପଡିଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ୬୭.୫ ଓଭରରେ ୮ ଉଇକେଟ ହରାଇ ୨୨୩ ରନକରି ଇନିଂସ ଘୋଷଣା କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୯୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ରବିବାର ପଞ୍ଚମ ଦିବସରେ ୧୨୭.୩ ଓଭରରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଟେଷ୍ଟରେ ଏହା ପଞ୍ଚମ ସର୍ବବୃହତ୍‌ ଓ ଏସିଆରେ ସର୍ବବୃହତ ଚେଜ୍‌ ସାବ୍ୟସ୍ତ ହୋଇଛି।
ଚତୁର୍ଥ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୧୦/୩ରୁ ଓ୍ବେଷ୍ଟଇଣ୍ଡିଜ ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ କାଇଲ ମେୟର୍ସ ୩୭ ରନରୁ ଖେଳ ଆରମ୍ଭ କରି ୨୧୦ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ସେହିପରି ଏନକ୍ରୁମା ବୋନର ୧୫ ରନରୁ ଖେଳ ଆରମ୍ଭ କରି ୮୬ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ। ମେୟର୍ସ ପାଖାପାଖି ୭ ଘଣ୍ଟା କ୍ରିଜ୍‌ରେ ରହି ୩୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୨୦ ଚୌକା ଓ ୭ ଛକା ମାରିଥିଲେ। ପ୍ରଥମ ଇନିଂସରେ ମେୟର୍ସ ୪୦ ରନ ସଂଗ୍ରହ କରିଥିଲେ। ଫଳରେ ସେ ମ୍ୟାଚ୍‌ରେ ମୋଟ ଉପରେ ୨୫୦ ରନ ସଂଗ୍ରହ କରିଛନ୍ତି। ପଦାର୍ପଣରେ ଏହା ଓ୍ବେଷ୍ଟଇଣ୍ଡିଜ ପାଇଁ ଦ୍ୱିତୀୟ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଚତୁର୍ଥ ଉଇକେଟରେ ମେୟର୍ସ ଓ ଏନ୍‌କ୍ରୁମା ୨୧୬ ରନ ସଂଗ୍ରହ କରି ବାଂଲାଦେଶ ବୋଲରଙ୍କୁ ନିରାଶ କରିଥିଲେ। ଦଳ ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଜେର୍ମାଇନ୍‌ ବ୍ଲାକଉଡ୍‌ ୯, ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶୁଆ ଡା ସିଲ୍‌ଭା ୨୦ ରନ କରି ଆଉଟ ହୋଇଥିଲେ। କେମର ରୋଚ ଖାତା ଖୋଲିପାରି ନ ଥିଲେ। ରାହକିମ କର୍ନଓ୍ବାଲ ବିନା ସ୍କୋରରେ ଅପରାଜିତ ରହିଥିଲେ। ଶନିବାର ଓପନର ତଥା ଅଧିନାୟକ କ୍ରେଗ୍‌ ବ୍ରାଥ୍‌ଓ୍ବେଟ ୨୦, ଜନ୍‌ କ୍ୟାମ୍ପ୍‌ବେଲ ୨୩ ଓ ଶାନେ ମୋସ୍‌ଲି ୧୨ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମେହିଦୀ ହାସନ ମିରାଜ ସର୍ବାଧିକ ୪, ତାଇଜୁଲ ଇସ୍‌ଲାମ ୨ ଓ ନୟିମ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ପ୍ରଥମ ଇନିଂସ- ୧୫୦.୨ ଓଭରରେ ୪୩୦ ଅଲଆଉଟ୍‌
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୯୬.୧ ଓଭରରେ ୨୫୯ ଆଲଆଉଟ୍‌
ବାଂଲାଦେଶ ଦ୍ୱିତୀୟ ଇନିଂସ- ୬୭.୫ ଓଭରରେ ୨୨୩/୮ (ଇନିଂସ ଘୋଷଣା)
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୧୨୭.୩ ଓଭରରେ ୩୯୫/୭
(ବୋନର- ୮୬, ମେୟର୍ସ- ୨୧୦*, ମିରାଜ- ୪/୧୧୩, ତାଇଜୁଲ- ୨/୯୧, ନୟିମ- ୧/୧୦୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ହରାରେ,୨୦।୮: ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ୧୦...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ବାଂଲାଦେଶ ୨୮ ରନରେ ପରାସ୍ତ

ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ଭୁବନେଶ୍ୱର ‘ବି’ ୧୮୧ ରନରେ ବିଜୟୀ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଅନୁଷ୍ଠିତ...

ଜନ୍ମଦିନରେ ଭାରତ ଏକାଦଶକୁ ଫେରିଲେ ଶ୍ରେୟସ: ଏହି କାରଣରୁ ବାହାରିଲେ ମନିଷ ପାଣ୍ଡେ

ସିଡ୍‌ନୀ,୬।୧୨: ସ୍ଥାନୀୟ ସିଡ୍‌ନୀ କ୍ରିକେଟ ପଡ଼ିଆରେ ରବିବାର ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳରେ...

ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇଲା ଭାରତ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି

କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ କାନବେରାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ଭାବପ୍ରବଣ ହୋଇଗଲେ ବିରାଟ କୋହଲି

ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ...

ବୟସ ମାତ୍ର ୧୭; ହେଲେ ବାବର ଆଜମଙ୍କ ପରେ ଏବେ କୋହଲିଙ୍କ ଉଇକେଟ ନେବାକୁ ସ୍ବପ୍ନ ଦେଖୁଛନ୍ତି ଏହି ପାକିସ୍ତାନୀ ସ୍ପିନର

ନୂଆଦିଲ୍ଲୀ,୨।୪: ପାକିସ୍ତାନର ବାମହାତୀ ସ୍ପିନର ଫୈସଲ ଅକ୍ରମଙ୍କୁ ଏବେ ମାତ୍ର ୧୭ ବର୍ଷ। ହେଲେ କ୍ରିକେଟ ପଡ଼ିଆରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ସେ ପ୍ରଶଂସିତ ହେଉଛନ୍ତି।...

ପାକିସ୍ତାନରେ ପହଞ୍ଚିଲା ଇଂଲଣ୍ଡ ଦଳ

ଇସ୍‌ଲାମାବାଦ,୨୭ା୧୧: ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଦଳ ରବିବାର ଇସ୍‌ଲାମାବାଦରେ ପହଞ୍ଚିଛି। ୨୦୦୫ ପରେ ଦଳ ପାକିସ୍ତାନରେ ଏହାର ପ୍ରଥମ ଟେଷ୍ଟ ସିରିଜ ଖେଳିବ। ରାଓ୍ବଲପିଣ୍ଡିରେ...

Advertisement
Archives

Model This Week