Posted inଖେଳ

ପ୍ରଥମ ଟେଷ୍ଟ: ଫଓ୍ବାଦ୍‌ଙ୍କ ଶତକ, ପାକିସ୍ତାନ ଅଗ୍ରଣୀ

କରାଚୀ,୨୮।୧(ପି.ଟି.): କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲମଙ୍କ ଶତକ, ଆଝାର ଅଲୀ ଓ ଫହିମ ଆଶ୍ରଫ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ପାକିସ୍ତାନ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୬୯.୨ ଓଭରରେ ୨୨୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ୨୭ ରନରେ ୪ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଥିଲା। ବୁଧବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ପାକିସ୍ତାନ ୧୦୭ ଓଭରରେ ୮ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ୨ ଉଇକେଟ ହାତରେ ରଖି ପାକିସ୍ତାନ ଏବେ ୮୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ହାସନ ଅଲୀ ୧୧ ଓ ନୌମାନ ଅଲୀ ୬ ରନକରି ଅପରାଜିତ ରହିଛନ୍ତି।
ଅପରାଜିତ ପ୍ରଥମ ଇନିଂସ ସ୍କୋର ୩୩/୪ରୁ ଖେଳ ଆରମ୍ଭ କରି ପାକିସ୍ତାନ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କର ଉଚିତ ମୁକାବିଲା କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ଆଝାର ଅଲୀ ଓ ଫଓ୍ବାଦ ଆଲମ ପଞ୍ଚମ ଉଇକେଟରେ ୯୪ ରନକରି ସ୍ଥିତି ସମ୍ଭାଳିଥିଲେ। ୫ ରନରୁ ଖେଳ ଆରମ୍ଭ କରି ଅଲୀ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ଫଓ୍ବାଦ ମଧ୍ୟ ୫ ରନରୁ ଖେଳ ଆରମ୍ଭ କରି ୧୦୯ ରନର ଲଢୁଆ ଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୩୩ ଓ ଫହିମ ଆଶ୍ରଫ୍‌ ୬୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ। ସପ୍ତମ ଉଇକେଟରେ ଫଓ୍ବାଦ ଓ ଫହିମ ୧୦୨ରନର ଭାଗୀଦାରି ସ୍ଥାପନ କରିଥିଲେ। ମଙ୍ଗଳବାର ଓପନର ଇମ୍ରାନ ଅଲୀ ଓ ଅବିଦ ଅଲୀ ଯଥାକ୍ରମେ ୯ ଓ ୪ ରନକରି ଆଉଟ ହୋଇଥିଲେ। ସେହିପରି ଅଧିନାୟକ ବାବର ଆଜମ ୭ ରନ କରି ଆଉଟ ହୋଇଥିବା ବେଳେ ନାଇଟ ଓ୍ବାଚ୍‌ମ୍ୟାନ ଶାହିନ ଶାହା ଆଫ୍ରିଦି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ କାଗିସୋ ରାବାଡ଼ା, ଅନରିଚ୍‌ ନୋର୍ଜ, ଲୁନ୍‌ଗି ଏନ୍‌ଗିଡି ଓ କେଶବ ମହାରାଜ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୬୯.୨ ଓଭରରେ ୨୨୦ ଅଲଆଉଟ।
ପାକିସ୍ତାନ ପ୍ରଥମ ଇନିଂସ: ୧୦୭ ଓଭରରେ ୩୦୮/୮
(ଫଓ୍ବାଦ ଆଲମ- ୧୦୯, ଫହିମ ଆଶ୍ରଫ- ୬୪, ଆଝାର ଅଲୀ- ୫୧, ମହମ୍ମଦ ରିଜଓ୍ବାନ- ୩୩, କାଗିସୋ ରବାଡ଼ା- ୨/୪୫, ଅନରିଜ ନୋର୍ଜ- ୨/୮୪, ଲୁନ୍‌ଗି ଏନ୍‌ଗିଡି- ୨/୫୫, କେଶବ ମହାରାଜ- ୨/୭୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri