Posted inଫୁରସତ

ପ୍ରଥମ ଦରମା ଥିଲା ୫୫୦ ଟଙ୍କା: କବି ଅଶୋକ ସାହୁ

ଗଞ୍ଜାମ ଜିଲା ହୁମ୍ମା ନିକଟସ୍ଥ ସୁବଳୟା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରେ ପ୍ରାୟ ୨ କି.ମି ଦୂରରେ ଥିବା ପାଲୁର ଜଙ୍କସନ୍‌ସ୍ଥିତ ସରକାରୀ ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାଇଲି। ଏହା ଥିଲା ୧୯୭୭ ମସିହାର ଘଟଣା। ସେତେବେଳେ ଆମ ଘରର ଆର୍ଥିକ ପରିସ୍ଥିତି ସେତେ ଭଲ ନଥିଲା। ବିନା ଚପଲରେ ଚାଲିଚାଲି ସ୍କୁଲ୍‌କୁ ଯିବାକୁ ପଡୁଥିଲା। ଆଉ ସ୍କୁଲ୍‌ ଯିବା ପୂର୍ବରୁ ଚାଷ କାମରେ ଘର ଲୋକଙ୍କୁ ସାହାଯ୍ୟ କରିବା ଥିଲା ମୋର ନିତିଦିନିଆ କାମ। ସବୁପରେ ବି ମୋର ପାଠ ଭଲ ହେଉଥିଲା। ଯେଉଁଥିପାଇଁ ମାଟ୍ରିକ୍‌ରେ ସ୍କୁଲ୍‌ ଟପ୍ପର ହୋଇଥିଲି। ତା’ପରେ ଗଞ୍ଜାମ କଲେଜରେ ପଢିଲି। ସେଠାରୁ ବିଜ୍ଞାନ ବିଭାଗରେ ସ୍ନାତକୋତ୍ତର ସାରିବା ପରେ ଭଞ୍ଜନଗର ବନ ବିଭାଗରେ କିରାଣୀ ଚାକିରୀ ପାଇଲି। ଦରମା ମାସକୁ ୫୫୦ ଟଙ୍କା। ୧୯୮୫ ମସିହାରେ ୫୫୦ ଟଙ୍କାର ମୂଲ୍ୟ କିଛି କମ୍‌ ନଥିଲେ ବି ମୋତେ କିନ୍ତୁ ଅଣ୍ଟୁ ନଥିଲା। କାରଣ ଭଞ୍ଜନଗରରେ ଘରଭଡ଼ା ନେଇ ରହୁଥିଲି। ପ୍ରତିମାସ ଘରଭଡ଼ା ତା’ସାଙ୍ଗକୁ ପୁଣି ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ; ଏସବୁରେ ଦରମା ଟଙ୍କା କେମିତି ସରି ଯାଉଥିଲା ଜାଣିପାରୁ ନଥିଲି। ଏମିତି କେତେଥର ହେଇଛି ଚାକିରି କଲା ପରେ ବି ବୋଉ ମୋତେ ଓଲଟା ଖର୍ଚ୍ଚ ପାଇଁ ଟଙ୍କା ଦେଇଛି। ସତ କହିବାକୁ ଗଲେ ବୋଉ ହିଁ ଥିଲା ମୋ ଆଦର୍ଶମୟ ଜୀବନର ମାର୍ଗ ଦର୍ଶିକା। ତା’ରି ଆର୍ଶୀବାଦରୁ କିଛିଦିନ ପରେ ଚାକିରିରେ ପଦନ୍ନୋତି ପାଇ କିଛି ଅଧିକା ଦରମା ପାଇଲି। ତା’ପରେ ବୋଉ ପାଇଁ ଗୋଟେ ଶାଢି ଓ ବାପାଙ୍କ ପାଇଁ ଲୁଙ୍ଗି, ଟାଓ୍ବେଲ୍‌ କିଣି ତାଙ୍କୁ ଉପହାର ଦେଇଥିଲି; ସେମାନେ ବହୁତ ଖୁସି ହୋଇଥିଲେ। ପରେ ବିବାହ କରି ଘର ସଂସାର କଲି। ଆଉ ତା’ରି ଭିତରୁ ସମୟ ବାହର କରି ଓଡ଼ିଆରେ ଏମ୍‌.ଏ ଓ ଲ’ ମଧ୍ୟ ପଢିଲି। ଏବେ ମୁଁ ଘୁମୁସର ବନ ବିଭାଗରେ ସେକ୍ସନ ଅଫିସର୍‌ ଭାବେ କାର୍ଯ୍ୟରତ। ଆପାତତଃ ଭଲରେ ଚଳୁଛି। ତା’ସହିତ ଲେଖାଲେଖିରେ ରୁଚି ଥିବାରୁ କିଛି କବିତା ମଧ୍ୟ ଲେଖିଛି। ଲେଖିବାର ଧାରା କଲେଜ ପଢାବେଳୁ ଆରମ୍ଭ ହୋଇଛି। ୟା’ଭିତରେ ‘ଅନ୍ତହୀନ ଅନ୍ତର୍ଦାହ’, ‘ଛାଇ’, ‘ଢେଉ ସାମ୍ନାରେ’ ଶୀର୍ଷକ ୩ଟି କବିତା ସଂକଳନ ମୋର ପ୍ରକାଶ ପାଇସାରିଛି। ତା’ସହିତ ବନ ଚେତନା ସମ୍ପର୍କିତ ପ୍ରବନ୍ଧ ତଥ୍ୟ ଓ କବିତା ପୁସ୍ତକ ‘ବନ ସାଥୀ’ ବି ପ୍ରକାଶ ପାଇ ଅନେକ ପାଠକୀୟ ପ୍ରଶଂସା ପାଇଛି। ସେହିପରି ‘ଭକ୍ତି ନୈବେଦ୍ୟ’ ଶୀର୍ଷକ ଏକ ଜଣାଣ ଗୀତି ସଂକଳନ ବି ମୋର ରହିଛି। ତଥାପି ଲେଖାର ଅନ୍ତ ନାହିଁ କି ତୃଷ୍ଣା ମେଣ୍ଟି ନାହିଁ। ଏବେ ବି ଲେଖା ଜାରି ରହିଛି। ଏଥିସହିତ ଏକ ଐତିହ୍ୟ ସଂସ୍କୃତି ଭାଷା ସଂଗଠନ କରିଛି ଏବଂ ଦନ୍ତପୁର ଐତିହ୍ୟ ସଂସ୍କୃତି ଉପରେ ମଧ୍ୟ ଗବେଷଣା କରୁଛି। ଏତେ ସବୁ ଖୁସି ଭିତରେ ବି ଗୋଟେ ଦୁଃଖର ବିଷୟ ହେଉଛି ଯେ, ଏବେ ମୋ ପାଖରେ ଆଉ ମୋ ବୋଉ ନାହିଁ। ତା’ର ସେହି ମମତାଭରା ପଣନକାନିକୁ ଭାରି ଝୁରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri