Posted inଫୁରସତ

ପ୍ରଥମ ଦରମାରେ ମା’ଙ୍କୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟ ଦେଇଥିଲି: ଶୁଭେନ୍ଦୁ ମହାନ୍ତି

ଜଗତ୍‌ସିଂହପୁରରେ ଗାଁ ହୋଇଥିଲେ ହେଁ ବାପା ଯେହେତୁ ଢେଙ୍କାନାଳରେ ଚାକିରି କରୁଥିଲେ ତେଣୁ ମୋ ଜନ୍ମ ସେଇଠାରେ ହିଁ ହୋଇଥିଲା। ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିଲା, ତେଣୁ ମୋର ପାଠପଢା ମଧ୍ୟ ବିଭିନ୍ନ ସ୍ଥାନରେ ହେଲା। ତେବେ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀରୁ ୧୯୮୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ବି.ଜେ.ବି. କଲେଜରେ ଆଇ.ଏସ୍‌ସି ପଢିଥିଲି। ତା’ପରେ ଆଉ ବିଜ୍ଞାନ ନ ପଢି କଳା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା କରି ଡି.ଏ.ଭି. କଲେଜ, କୋରାପୁଟରେ ଅର୍ଥନୀତି ସମ୍ମାନରେ ବି.ଏ ପଢିଲି। ବି.ଏ ପାସ୍‌ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ଳେଷଣାତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତିରେ ପି.ଜି କଲି। ପି.ଜି ରେଜଲ୍ଟ ବାହାରିବା ପରେ ଡି.ଏ.ଭି. କଲେଜ, କୋରାପୁଟରେ ଅତିଥି ଅଧ୍ୟାପକ ଭାବେ ଚାକିରି କରିବାକୁ ଲାଗିଲି; ଯେଉଁଠାରେ ମୋତେ ମାସକୁ ହଜାରେ ଟଙ୍କା ଦରମା ମିଳିଲା। ପ୍ରଥମ ମାସ ଦରମାରେ ଖୁସିରେ ମା’ଙ୍କ ପାଇଁ ଏକ ନାଲି ଶାଢ଼ି ଆଉ ବାପାଙ୍କ ପାଇଁ ଏକ ଧଳା ପ୍ୟାଣ୍ଟ କିଣିଥିଲି। କାରଣ ନାଲି ରଙ୍ଗ ମା’ଙ୍କର ଆଉ ଧଳା ରଙ୍ଗ ବାପାଙ୍କର ପ୍ରିୟ ଥିଲା। ମାତ୍ର ୬ ମାସ ଏଠାରେ ଅଧ୍ୟାପନା କରିବା ପରେ ଆଇଏଏସ୍‌ କୋଚିଂ ପାଇଁ ଦିଲ୍ଲୀ ଚାଲିଗଲି। କିନ୍ତୁ ଦୁର୍ଭାଗ୍ୟ ଦୁଇ ଦୁଇ ଥର ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହେବା ପରେ ପୁଣି ଓଡ଼ିଶା ଫେରିଆସି ୧୨ ସେପ୍ଟେମ୍ବର, ୧୯୯୧ରେ ନବରଙ୍ଗପୁର କଲେଜରେ ଅର୍ଥନୀତି ଅଧ୍ୟାପକ ଭାବେ ପୁଣି ଚାକିରି ଜୀବନ ଆରମ୍ଭ କଲି। ଉକ୍ତ କଲେଜରେ ପ୍ରାୟ ୧୨ ବର୍ଷ ଅଧ୍ୟାପନା କରିବା ପରେ ସରକାରୀ ସ୍କେଲ୍‌ରେ ପୂର୍ଣ୍ଣ ଦରମା ପାଇଲି। ୨୦୧୫ରେ ପି.ଏନ୍‌. ଅଟୋନୋମସ୍‌ କଲେଜ, ଖୋର୍ଦ୍ଧାକୁ ମୋର ବଦଳି ହେଲା; ଯେଉଁଠାରେ ୩ ବର୍ଷ ଅଧ୍ୟାପନା କରିବା ପରେ ମୋତେ ପ୍ରାଧ୍ୟାପକ ଭାବେ ପ୍ରମୋଶନ ମିଳିଲା। ଅଧୁନା ମୁଁ ସେହି ପି.ଏନ୍‌. କଲେଜରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। ଅଧ୍ୟାପନା ବ୍ୟତିତ ଗପ ଓ କବିତା ଲେଖିବାରେ ମୋର ଖୁବ୍‌ ରୁଚି ରହିଛି। ୟା’ଭିତରେ ମୋର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର କବିତା ଏବଂ ୧୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଗଳ୍ପ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଲାଣି। ଇଂଲିଶ ଭାଷାରେ ବି ଅନେକ କବିତା ଲେଖିଛି। ଏଥିସହିତ ନବରଙ୍ଗପୁର କଲେଜ ହେଉ ଅବା ପି.ଏନ୍‌. କଲେଜର ମୁଖପତ୍ରର ସମ୍ପାଦକ ଦାୟିତ୍ୱ ତୁଲାଇବାର ସ୍ବଭାଗ୍ୟ ମଧ୍ୟ ମୁଁ ଲଭିସାରିଛି। ସେହିପରି ନବରଙ୍ଗପୁର ହେଉ ଅବା ଖୋର୍ଦ୍ଧାର ବିଭିନ୍ନ ଉତ୍ସବରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରି ଦର୍ଶକଙ୍କର ବହୁ ପ୍ରଶଂସା ମଧ୍ୟ ପାଇଛି। ଏହାଛଡ଼ା କଲେଜ ଛାତ୍ର ସଂସଦର ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଇବାର ଭିନ୍ନ ଅନୁଭୂତି ବି ମୁଁ ଲଭିଛି। କେବଳ ସେତିକି ନୁହେଁ, ‘କୁଇଜ୍‌ ମାଷ୍ଟର’ ଭାବେ ମୋର ଆଉ ଏକ ପରିଚୟ ବି ରହିଛି। ୟା’ଭିତରେ ବିଭିନ୍ନ ସ୍କୁଲ୍‌, କଲେଜ ତଥା ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଦଳଗତ କୁଇଜ୍‌ ଏବଂ ଖୋଲା ପ୍ରଶ୍ନମଞ୍ଚରେ କୁଇଜ୍‌ ମାଷ୍ଟର ଭାବେ ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛି। ଏସବୁବ୍ୟତିତ ୨୦୧୮-୧୯ରେ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ୱର ଏକ୍ସଲେନ୍‌ସର ସଭାପତି ଦାୟିତ୍ୱରେ ଥିଲି ଆଉ ଆଗକୁ ୨୦୨୨-୨୩ ପାଇଁ ସହକାରୀ ଗଭର୍ନରର ଦାୟିତ୍ୱ ଗ୍ରହଣ କରିବାର ଯୋଜନା ରହିଛି। ଜୀବନର ଚଲାପଥରେ ଅନେକ ଘାତ ପ୍ରତିଘାତକୁ ଶୃଙ୍ଖଳିତ ସୈନିକ ଭାବେ ମୁକାବିଲା କରି ମା’ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ତଥା ସମସ୍ତଙ୍କ ଭଲପାଇବା ଏବଂ ଶୁଭେଚ୍ଛାକୁ ପୁଞ୍ଜିକରି ମୋ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି। ସଂଘର୍ଷକୁ ପସନ୍ଦ କରିଛି ଆଉ ସାଲିସ୍‌କୁ ଘୃଣା କରିଛି। କାରଣ ମୋ ମତରେ ଜୀବନଧାରଣର ମାଧ୍ୟମ ସଂଘର୍ଷ, ସାଲିସ୍‌ ନୁହେଁ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri