Posted inଫୁରସତ

ପ୍ରଥମ ଦରମା ଟଙ୍କାକୁ ବାରମ୍ବାର ଗଣୁଥିଲି: ପରଂବ୍ରହ୍ମ ତ୍ରିପାଠୀ

ଜଗତ୍‌ସିଂହପୁର ଜିଲା ନାଉଗାଁ ହାଟରେ ମୋ ଜନ୍ମ। ପିଲାଟି ଦିନରୁ ପାଠପଢ଼ା ସହିତ ଡିବେଟ୍‌ରେ ବି ମୁଁ ଖୁବ୍‌ ଭଲ ଥିଲି। ଏପରିକି ଦଶମରେ ରାଜ୍ୟସ୍ତରରେ ଏକାଦଶ ସ୍ଥାନ ହାସଲ କରିଥିଲି। ଇଚ୍ଛା ଥିଲା ଡାକ୍ତରୀ ପଢ଼ିବାକୁ। କିନ୍ତୁ ଏଣ୍ଟ୍ରାନ୍ସରେ ଅକୃତକାର୍ଯ୍ୟ ହେବାରୁ ସାଇନ୍ସ ପଢ଼ା ଛାଡ଼ିଦେଇ ଅର୍ଥନୀତିରେ ଯୁକ୍ତ ୩ ଓ ପି.ଜି. କଲି। ଘରେ ଚାହୁଁଥିଲେ ଓଏଏସ୍‌ ପାଇଁ ପ୍ରିପେୟାର୍‌ ହେବାକୁ, କିନ୍ତୁ ମୋର ଇଚ୍ଛା ହେଲା ଜର୍ନାଲିଜମ୍‌ କରିବାକୁ। ଢେଙ୍କାନାଳ ଆଇଆଇଏମ୍‌ସିରେ ଜର୍ନାଲିଜମ୍‌ କରି ୨୦୦୫ ବ୍ୟାଚ୍‌ ଟପ୍ପର ହେଲି। କିନ୍ତୁ ଦୁର୍ଭାଗ୍ୟ ଆମ ବ୍ୟାଚ୍‌ରେ ପଢୁଥିବା ସବୁ ପିଲାଙ୍କୁ ବିଭିନ୍ନ ମିଡିଆ ସେକ୍ଟରରେ ଚାକିରି ମିଳିଗଲା, କେବଳ ମୋତେ ଛାଡ଼ିକି। ଆଉ ୨୦୦୬ ଫେବୃୟାରୀରେ ଶୁଣିବାକୁ ପାଇଲି ଯେ ନୂଆକରି ଏକ ଦୈନିକ ଖବରକାଗଜ ମାର୍କେଟ୍‌କୁ ଆସୁଛି। ସେମାନେ ସାମ୍ବାଦିକ ଆବଶ୍ୟକ କରୁଛନ୍ତି, ସେ ପୁଣି ମାସକୁ ଦଶ ହଜାର ଟଙ୍କା ଦରମାରେ। କିନ୍ତୁ ଏକଥା ମୋତେ ଜୋକ୍‌ ଭଳି ଲାଗିଲ। କାରଣ ସେ ସମୟରେ ନୂଆ କରି ସାମ୍ବାଦିକତା ଯେଉଁମାନେ କରୁଥିଲେ, ସେମାନଙ୍କର ଦରମା ପ୍ରାୟ ହଜାରରୁ ଦୁଇ ହଜାର ଭିତରେ ରହୁଥିଲା। ତଥାପି ମନକୁ ବୁଝାଇ ଇଣ୍ଟରଭ୍ୟୁ ଦେଲି, ଆଉ ଚାକିରି ବି ପାଇଗଲି। ଯେହେତୁ ଫେବୃୟାରୀ ୧୪ରେ ଚାକିରିରେ ଜଏନ୍‌ କରିଥିଲି; ଭାବିଥିଲି ମାର୍ଚ୍ଚ ଶେଷ ବେଳକୁ ମୋତେ ଦରମା ମିଳିବ। କିନ୍ତୁ ଆଶ୍ଚର୍ଯ୍ୟ ଠିକ୍‌ ମାର୍ଚ୍ଚ ୧୪ ତାରିଖ ଦିନ ସନ୍ଧ୍ୟାବେଳକୁ ଆକାଉଣ୍ଟ ସେକ୍ସନରୁ ଖବର ଆସିଲା ଦରମା ନେଇଯିବାକୁ। ମୋର ଜମାରୁ ବିଶ୍ୱାସ ହେଉ ନ ଥାଏ। ସେଠି ମୋ ହାତକୁ ୨୦ଟି ପାଞ୍ଚଶହ ଟଙ୍କିଆ ନୋଟ୍‌ ବଢ଼ାଇ ଦିଆଗଲା ଆଉ ରେଜିଷ୍ଟର୍‌ରେ ସାଇନ୍‌ କରିବାକୁ କୁହାଗଲା। ସାଇନ୍‌ କରି ଟଙ୍କା ଧରି ଆସିଥାଏ ସତ କିନ୍ତୁ ମନ ମୋର ଆଦୌ ବୁଝୁ ନଥାଏ। ଭାବୁଥାଏ, ସାଇନ୍‌ କରି ତ ନେଇଗଲେ ଯଦି ପରେ ପୁଣି କହିବେ ଟଙ୍କାଟି ଫେରେଇ ଦେଇଯାଅ, ତା’ହେଲେ! କିନ୍ତୁ ସେମିତି କିଛି ଘଟଣା ନ ଘଟିବାରୁ କାମସାରି ଘରକୁ ବାହାରିଲି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେଦିନ ଏତେ ଟଙ୍କା ମୋ ପାଖରେ ଥାଇ ବି ମୁଁ ଜଣଙ୍କଠାରୁ ଶହେ ଟଙ୍କା ଧାର କରି ପେଟ୍ରୋଲ୍‌ ପକାଇ ଘରକୁ ଗଲି ପଛେ ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କଲିନାହିଁ। ଏପରିକି ବାଟରେ ଗଲାବେଳେ ୩/୪ ଜାଗାରେ ଅଟକି ପୁଣି ଟଙ୍କାକୁ ଗଣିଥିଲି; ଯେଉଁଥିପାଇଁ ଘରେ ପହଞ୍ଚତ୍ବାକୁ ଡେରି ହୋଇଗଲା। ଘରେ ବ୍ୟସ୍ତ ହେଉଥାନ୍ତି। ଆଗେ ପହଞ୍ଚତ୍ ଟଙ୍କାଟିକୁ ପକେଟ୍‌ରୁ କାଢ଼ି ବାପାଙ୍କ ହାତରେ ଦେଲି। ସେଦିନ ଘରେ ଗୋଟେ ଖୁସିର ମାହୋଲ ଖେଳି ଯାଇଥିଲା। ପାଖାପାଖି ୮ମାସ ସେହି ସଂସ୍ଥାରେ କାମ କରିବା ପରେ ମୁଁ ଦିଲ୍ଲୀ ଚାଲିଗଲି, ଆଉ ସେଠି ସାଇନପ୍ସ ଆଡ୍‌ ଏଜେନ୍ସିରେ କଣ୍ଟେଣ୍ଟ ରାଇଟର୍‌ ଭାବେ କାମ କଲି। ୪ବର୍ଷ ସେଠାରେ କାମ କରିବା ଭିତରେ କ୍ରମେ ପ୍ରମୋଶନ ପାଇ ସିନିୟର୍‌ କଣ୍ଟେଣ୍ଟ ମ୍ୟାନେଜର୍‌ ହେଲି। ତା’ପରେ ବିବିସି ଓ୍ବାଲର୍‌ଡ ସର୍ଭିସ୍‌ ଟ୍ରଷ୍ଟରେ ଜଏନ୍‌ କରି ସେଠି ବି ବେଶ୍‌ କିଛିଦିନ କାମ କଲି। ଶେଷରେ ସିନିୟର୍‌ କଣ୍ଟେଣ୍ଟ ଡେଭ୍‌ଲପର୍‌ ଭାବେ ପ୍ରମୋଶନ ପାଇ ସେ ଚାକିରିକୁ ମଧ୍ୟ ଛାଡ଼ିଦେଲି। ଆଉ ଏବେ ମୁଁ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଚିକାଗୋ ୟୁନିର୍ଭସିଟି ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ‘ଓଡ଼ିଶା ଷ୍ଟାର୍‌ ରେଟିଂ ପ୍ରୋଗାମ୍‌’ର କମ୍ୟୁନିକେଶନ୍‌ କୋ-ଅର୍ଡିନେଟର୍‌ ଭାବେ କାମ କରୁଛି। ଏହାବ୍ୟତୀତ ଲେଖାଲେଖି ବି ମୋର ଜାରି ରହିଛି। ୟା’ଭିତରେ ଗୋଟିଏ କବିତା ସଂକଳନ ଓ ୪ଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇସାରିଲାଣି। ତା’ସହିତ ୨୦୧୨ରୁ ମୋ ଲିଖିତ ଆର୍ଟିକିଲ୍‌ଗୁଡ଼ିକ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଆସୁଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri