ଦୋଷୀ କର୍ମଚାରୀଙ୍କୁ ଘଣ୍ଟଘୋଡ଼ା

ବୈପାରିଗୁଡ଼ା,୧୬।୧(ଡି.ଏନ୍‌.ଏ.)  କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର କସମଗୁଡ଼ା ଗ୍ରାମର କେତେଜଣ ହିତାଧିକାରୀଙ୍କ କାଳିଆ, ପିଏମ୍‌ କିଷାନ ଯୋଜନା ଅର୍ଥ ପ୍ରଦାନରେ ବାଟମାରଣା ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ବୁଧବାର କୋରାପୁଟ ଡିଭିଜନ ପକ୍ଷରୁ ଏହାର ତଦନ୍ତ କରାଯାଇଛି। ଡିଭିଜନର ୨ ଜଣ ତଦନ୍ତ ଅଧିକାରୀ ଦୋରାଗୁଡ଼ା ବ୍ରାଞ୍ଚ ପୋଷ୍ଟ ଅଫିସକୁ ଯାଇ ଅଭିଯୋଗକାରୀ କସମଗୁଡ଼ା ଗ୍ରାମର ସନା ପରଜା ଏବଂ ଡମାଇ ପରଜାଙ୍କ ବୟାନ ରେକର୍ଡ କରିଛନ୍ତି। ଅନ୍ୟ ଜଣେ ଅଭିଯୋଗକାରୀ ରାମ ପରଜା ଅନୁପସ୍ଥିତ ଥିଲେ ା ତେବେ ଏ ସମ୍ପର୍କରେ ଡାକ ବିଭାଗ ନିରୀକ୍ଷକ ଶ୍ରୀକାନ୍ତ ମହଲାଙ୍କୁ ପଚାରିବାରୁ ସମସ୍ତ ଅଭିଯୋଗକାରୀ ଟଙ୍କା ପାଇଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ଅଭିଯୋଗକାରୀଙ୍କଠାରୁ ଅଭିଯୋଗ ପାଇବା ପରେ ସମ୍ପୃକ୍ତ ପୋଷ୍ଟମାଷ୍ଟର ତରବରିଆ ଭାବେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଫେରାଇବା ସମ୍ପର୍କରେ ପଚାରିବାରୁ ଏନେଇ ସେମାନଙ୍କ ପାଖରେ କୌଣସି ମ୍ୟାଟେରିଆଲ ଏଭିଡିଏନ୍ସ ନାହିଁ। ତେଣୁ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କୁ ଦୋଷ ଦେଇହେବ ନାହିଁ ବୋଲି କହିଥିଲେ। ଫଳରେ ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ା ଅଭିଯୋଗକାରୀ ସମସ୍ତେ ଅଶିକ୍ଷିତ ହୋଇଥିବାରୁ ପୂର୍ବରୁ ଲେଖା ହୋଇଥିବା ବୟାନ ତଳେ ଦସ୍ତଖତ କରିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ପ୍ରଶାନ୍ତ ସାହୁଙ୍କୁ ପଚାରିବାରୁ ସେ ଚତୁରତାର ସହ ସନାଙ୍କ ବଳକା ଅର୍ଥ ତାଙ୍କ ଘରକୁ ଯାଇ ଫେରାଇଥିଲେ। ସେହିପରି ଅନ୍ୟ ଜଣେ ଅଭିଯୋଗକାରୀ ରାମ ପରଜାଙ୍କୁ ମଧ୍ୟ ୭ ହଜାର ଟଙ୍କା ଫେରାଇଥିଲେ। ପ୍ରଶାସନ ପକ୍ଷରୁ ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବନ୍ୟା ପ୍ରପୀଡ଼ିତଙ୍କୁ ମାଗଣା ରାଶନ ସହ ମିଳିବ…

କୋରାପୁଟ/କୋଟପାଡ଼,୨୮ା୯ (ଅମିତାଭ ବେହେରା/ କେ.ରାଜଶେଖର ରାଓ): ବନ୍ୟା ପ୍ରପୀଡ଼ିତଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରପୀଡ଼ିତଙ୍କୁ ରିଲିଫ କୋଡ୍‌ ଅନୁଯାୟୀ ସବୁ ପ୍ରକାର…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?