Posted inଫୁରସତ

ଚାଷ କାମରୁ ମିଳିଥିଲା ପ୍ରଥମ ପାରିଶ୍ରମିକ: ବଂଶୀଧର ପଣ୍ଡା

ମୋର ଜନ୍ମ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ଆରିକମା ଗାଁରେ। ଘରର ଦୁର୍ବଳ ଆର୍ଥିକାବସ୍ଥା ତଥା ସେ ସମୟରେ ଗାଁ ନିକଟରେ ଉଚ୍ଚ ବିଦ୍ୟାଳୟର ସୁବିଧା ନ ଥିବା ଯୋଗୁ ସପ୍ତମ ଶ୍ରେଣୀ ପରେ ମୋ ପାଠପଢାରେ ଡୋରୀ ବାନ୍ଧି ହୋଇ ଯାଇଥିଲା। କିଛିଦିନ ପରେ ବାପା ବି ରୋଗାକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ତେଣୁ ଘର ଖର୍ଚ୍ଚ ତଥା ନିଜ ଖର୍ଚ୍ଚ ଉଠାଇବା ପାଇଁ ପଢା ଛାଡ଼ିବା ପରେ ମୁଁ ବାଧ୍ୟ ହୋଇ ଚାଷ କାମରେ ମନ ନିବେଶ କଲି। ତା’ସହିତ ଗାଁ ଯୁବକଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା କୁଷଳାଶୁଣୀ ଅପେରା ପାର୍ଟିରେ ବି କ୍ରମେ ଛୋଟ ମୋଟ ଅଭିନୟ କରିବାକୁ ଲାଗିଲି। ଯେହେତୁ ପୂର୍ବରୁ ମୋର ବିଭିନ୍ନ ପର୍ବପର୍ବାଣୀବେଳେ ଗାଁରେ ଅନୁଷ୍ଠିତ ହେଉଥିବା ଡ୍ରାମାରେ ଶିଶୁ କଳାକାର ଭାବେ ଅଭିନୟ କରିବାର ଅନୁଭୂତି ରହିଥିଲା ତେଣୁ ଅପେରା ପାର୍ଟିରେ ଅଭିନୟ କରିବାରେ ମୋର କିଛି ଅସୁବିଧା ହେଲା ନାହିଁ। ବରଂ ମୋର ପରିପକ୍ୱ ଅଭିନୟ ଦେଖି ଦର୍ଶକ ମୋତେ ପ୍ରଶଂସା କରିବାକୁ ଲାଗିଲେ; ଯାହା ମୋତେ ପରବର୍ତ୍ତୀ ସମୟରେ ଉକ୍ତ ଅପେରା ପାର୍ଟିଟି ଭାଙ୍ଗିଯିବା ପରେ ପ୍ରେରଣା ଦେଇଥିଲା ନୃତ୍ୟ ନାଟିକା, ଗୀତିନାଟ୍ୟ ଏବଂ ନାଟକ ଲେଖିବାକୁ। ୟା’ ଭିତରେ ମୁଁ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗୀତିନାଟ୍ୟ ଏବଂ ୨୫ରୁ ଉର୍ଦ୍ଧ୍ୱ ନାଟକ ଲେଖିସାରିଛି, ହେଲେ କିଛି ପ୍ରକାଶିତ ହୋଇନାହିଁ। କିନ୍ତୁ ମୋର ଅଧିକାଂଶ ନାଟକ ମୋରି ନିର୍ଦ୍ଦେଶନାରେ ବିଭିନ୍ନ ସ୍କୁଲ ଓ କଲେଜର ବାର୍ଷିକୋତ୍ସବରେ ପରିବେଷଣ ହୋଇ ଉଚ୍ଚ ପ୍ରଶଂସିତ ହୋଇସାରିଛି। ରଘୁ ଅରକ୍ଷିତ, ଖୁଲଣା ସୁନ୍ଦରୀ, ଶାହାଡ଼ା ସୁନ୍ଦରୀ, ରାଜା ଯିବ ଯୋଗୀ ହୋଇ, ମାନ ଭଞ୍ଜନ ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ଏଥିସହିତ ମୁଁ ଗପ, କବିତା ବି ଲେଖେ। ବିଶେଷକରି ବ୍ୟଙ୍ଗ କବିତା ଲେଖିବାରେ ମୋର ରୁଚି ଥାଏ। ‘ବଂଶୀନିସ୍ବନ’ ହେଉଛି ମୋର ଏକ ପ୍ରକାଶିତ କବିତା ସଂକଳନ। ତା’ଛଡ଼ା ରାଜ୍ୟ ସଂସ୍କୃତି ବିଭାଗର ସହାୟତାରେ ‘ପୁରୁଣା କଥା ପୁରାଣ କଥା’ ନାମରେ ଏକ ଆଧ୍ୟାତ୍ମିକ ପୁସ୍ତକ ବି ମୋର ପ୍ରକାଶିତ ହୋଇସାରିଛି। ଏଥିସହିତ ମୋ ଲିଖିତ ଓ ନିର୍ଦ୍ଦେଶିତ ‘ନୀଳମାଧବ’ ନାଟକଟି ଦୂରଦର୍ଶନରେ ପ୍ରସାରିତ ହୋଇ ଉଚ୍ଚ ପ୍ରଶଂସିତ ବି ହୋଇଛି; ଯେଉଁଥିରେ ମୁଁ ଅଭିନୟ ମଧ୍ୟ କରିଛି। ସେହିପରି ୨୦୧୦ରୁ ମୁଁ ବଣମଲ୍ଲୀ ସାହିତ୍ୟ ସଂସଦର ସଭାପତି ଦାୟିତ୍ୱ ତୁଲାଇଆସୁଛି। କେବଳ ସେତିକି ନୁହେଁ ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବାର ଏକ ଛୋଟ ପ୍ରୟାସ ଆରମ୍ଭ କରିଥିବାରୁ ମୋତେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ବି ସରକାରଙ୍କ ତରଫର ମିଳିଛି। ତା’ଛଡ଼ା ମୋ ଗାଁ ଘରେ ନିଜସ୍ବ ଉଦ୍ୟମରେ ଏକ ପୁସ୍ତକ ସଂଗ୍ରହାଳୟ ବି ମୁଁ ଗଢିଛି, ଯାହାର ନାଁ ହେଉଛି ମୁଖଶାଳା ପାଠାଗାର। ଆଉ ଯେଉଁଥିରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ରହିଛି। ଭାଗ୍ୟର ବିଡ଼ମ୍ବନା ଯୋଗୁ ଉଚ୍ଚ ଶିକ୍ଷା ସିନା କରିପାରିଲିନି ହେଲେ ଭଗବାନଙ୍କ ଆର୍ଶୀବାଦରୁ ନିଜ ଲେଖା ଓ ଅଭିନୟ ମାଧ୍ୟମରେ ପାଠକ ତଥା ଦର୍ଶକଙ୍କ ମନରେ ଘର କରିପାରିଥିବାରୁ ଏବେ ବେଶ୍‌ ଖୁସି ଅନୁଭବ କରିପାରୁଛି। ଏଥିସହିତ ମୁଁ ହେଉଛି ଜଣେ ଚାଷୀ ପୁଅ। ତେଣୁ ଜୀବନର ପ୍ରଥମ ପାରିଶ୍ରମିକ ଏହି ଚାଷରୁ ହିଁ ମୁଁ ପାଇଛି। ଅବଶ୍ୟ ଅପେରା ପାର୍ଟିରେ ଅଭିନୟ କଳାବେଳେ କେତେବେଳେ କେମିତି କିଛି ପଇସା ହାତକୁ ଆସୁଥିଲା, ହେଲେ ତାହା ଏତେ କମ୍‌ ଥିଲା ଯେ ସେଥିରେ ସେମିତି କିଛି ଆଖି ଦୃର୍ଶୀୟା କାମ କରି ହେଉ ନଥିଲା। କେବଳ ଜଳଖିଆ ଟିକେ ଖାଇ ପେଟକୁ ଯାହା ଶାନ୍ତି କରିହେଉଥିଲା। ଏବେ ତ ଭଗବାନଙ୍କ ଆର୍ଶୀବାଦ ମୋ ସାଙ୍ଗରେ ଅଛି, ତେଣୁ ଅଭାବରେ ବି ବେଶ୍‌ ଶାନ୍ତିରେ ଆଉ ଖୁସିରେ ମୁଁ ଚଳି
ଯାଉଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri