‘ଗାଁକୁ ରାସ୍ତା କର, ଭୋଟ୍‌ ନିଅ’

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍ଥଳେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି। ପ୍ରାୟ ୨କି.ମି. ଖଟରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥାଏ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ପହଞ୍ଚୁଛନ୍ତି ସ୍ଥାନୀୟ ନେତା, ବିଧାୟକ ଓ କର୍ମୀ। ଗ୍ରାମବାସୀ ଏକାଠି ହୋଇ ପ୍ରଥମେ ଗାଁକୁ ରାସ୍ତା କର, ପରେ ଭୋଟ ଦିଆଯିବ ବୋଲି ଦାବି କରି ଜିଦ୍‌ରେ ଅଟଳ ଅଛନ୍ତି।
ସିନ୍ଦୁରିଆ ଗାଁ କୁଲଡ଼ିହା ଅଭୟାରଣ୍ୟ ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ଦୀର୍ଘ ୬୨ ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା। ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକମାନେ ଏଠାରେ ବସତି ସ୍ଥାପନ କରିଥିଲେ। ଗ୍ରାମରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ପରିବାର ରହିଆସୁଛନ୍ତି। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ସିନ୍ଦୁରିଆ ଗାଁକୁ ରାସ୍ତାଟିଏ ହୋଇପାରିନାହିଁ । ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ବିଦ୍ୟୁତୀକରଣ ଭଳି ମୌଳିକ ସେବା ଏଠାରେ ଉପଲବ୍ଧ ନାହିଁ । କେବଳ ଗୋଟିଏ ‘ସିନ୍ଦୁରିଆ ପ୍ରାଥମିକ ବିଦ୍ୟାଳୟ’ ଅଛି। ପଞ୍ଚମ ଶ୍ରେଣୀ ପରେ ଛାତ୍ରୀଛାତ୍ର ୪କି.ମି. ଦୂରରେ ଥିବା ଏମ୍‌ଇ ଓ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ଗାଁରେ ଦୀର୍ଘବର୍ଷ ଧରି ରହିଆସୁଥିବା ଅଧିକାଂଶ ଭୂମିହୀନଙ୍କୁ ଏଯାଏ ଜମିପଟ୍ଟା ମିଳିନାହିଁ । ଏଠାକାର ଲୋକେ ପୋଖରୀରେ ଗାଧୋଇବା ସହ ଆବଶ୍ୟକସ୍ଥଳେ ଝରଣାପାଣି ପିଇ ସମୟ ଅତିବାହିତ କରୁଛନ୍ତି। ଗ୍ରାମରେ ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଅନ୍ୟପକ୍ଷରେ କୁଲଡ଼ିହା ଅଭୟାରଣ୍ୟରୁ ବାରମ୍ବାର ହାତୀପଲ ଆସି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଫଳରେ ଏସବୁ ମୌଳିକ ସମସ୍ୟାକୁ ନେଇ ଚଳିତ ପଞ୍ଚାୟତ ନିର୍ବାଚନରେ ଗାଁକୁ ରାସ୍ତା ତିଆରି କରିବା ପରେ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ସମସ୍ତ ନେତାଙ୍କୁ ସମାନ ଦାବି କରୁଛନ୍ତି। ଯେଉଁ ନେତା ରାସ୍ତା ତିଆରି କରିବେ ଭୋଟ୍‌ ତାଙ୍କୁ ମିଳିବ ବୋଲି ଗ୍ରାମବାସୀ ଅଡି ବସିଛନ୍ତି।
ସ୍ଥାନୀୟ ବାସିନ୍ଦା ବାଇଧର ସିଂ କହିଛନ୍ତି, ଗ୍ରାମରେ ରାସ୍ତା ନ ଥିବାରୁ କୌଣସି ରୋଗ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ । ୨କି.ମି. ଚାଲି ଚାଲି ଯିବା ତଥା ରୋଗୀଙ୍କୁ ଖଟିଆରେ ନେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥାନ୍ତି। ଏପରିକି ପ୍ରସୂତିଙ୍କୁ ମଧ୍ୟ ଏଭଳି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ଷାଦିନେ ଏହି ଯନ୍ତ୍ରଣା ଦ୍ୱିଗୁଣିତ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଉତ୍ସବରେ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, ଭୁଜାଲି ମାଡ଼ରେ ୫ ଗୁରୁତର

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବ ମୁଖର ଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅଧୀନ...

ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର

ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ...

ବାଲେଶ୍ୱରରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା କଲେ ଖାରବେଳ ସ୍ବାଇଁ

ଭୁବନେଶ୍ୱର,୨୫।୩: ଭାରତୀୟ ଜନତା ପାର୍ଟି (ଭାଜପା) ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର...

ବାହାଘର ସାତ ଦିନ ପରେ ନବବଧୂଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୫।୩: ବିବାହର ସାତ ଦିନ ପରେ ଜଙ୍ଗଲରୁ ମିଳିଲା ନବ ବଧୂଙ୍କର ମୃତଦେହ। ବାଲେଶ୍ୱର ଜିଲାର ସୋର ଅଂଚଳରେ ଏହି ଘଟଣାର ଘଟିଥିବା ସୂଚନା...

କାନ୍ଥ ଭୁଶୁଡ଼ି ପୁଅଙ୍କ ଜୀବନ ଗଲା, ମା-ବାପା ଗୁରୁତର

ଭୋଗରାଇ,୨୫।୩(ପ୍ରଦୀପ ଦାସ): କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା-ବାପା ଗୁରୁତର ଅଛନ୍ତି। ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ...

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ...

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର...

୧ରୁ ଚନ୍ଦନେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା

ଭୋଗରାଇ, ୨୩।୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସ୍ଥିତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କମେଳା ଆସନ୍ତା ୧ରୁ ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri