‘ଗାଁକୁ ରାସ୍ତା କର, ଭୋଟ୍‌ ନିଅ’

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁକୁ ରାସ୍ତା ନାହିଁ । ଆବଶ୍ୟକ ସ୍ଥଳେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି। ପ୍ରାୟ ୨କି.ମି. ଖଟରେ ବୋହି ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡିଥାଏ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଗାଁରେ ପହଞ୍ଚୁଛନ୍ତି ସ୍ଥାନୀୟ ନେତା, ବିଧାୟକ ଓ କର୍ମୀ। ଗ୍ରାମବାସୀ ଏକାଠି ହୋଇ ପ୍ରଥମେ ଗାଁକୁ ରାସ୍ତା କର, ପରେ ଭୋଟ ଦିଆଯିବ ବୋଲି ଦାବି କରି ଜିଦ୍‌ରେ ଅଟଳ ଅଛନ୍ତି।
ସିନ୍ଦୁରିଆ ଗାଁ କୁଲଡ଼ିହା ଅଭୟାରଣ୍ୟ ଅଧୀନ ସ୍ବର୍ଣ୍ଣଚୂଡ଼ ପାହାଡ଼ର ପାଦଦେଶରେ ଦୀର୍ଘ ୬୨ ବର୍ଷ ପୂର୍ବରୁ ଗଢ଼ି ଉଠିଥିଲା। ଆଦିବାସୀ, ହରିଜନ ସମ୍ପ୍ରଦାୟର ଲୋକମାନେ ଏଠାରେ ବସତି ସ୍ଥାପନ କରିଥିଲେ। ଗ୍ରାମରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ପରିବାର ରହିଆସୁଛନ୍ତି। ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ସିନ୍ଦୁରିଆ ଗାଁକୁ ରାସ୍ତାଟିଏ ହୋଇପାରିନାହିଁ । ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ବିଦ୍ୟୁତୀକରଣ ଭଳି ମୌଳିକ ସେବା ଏଠାରେ ଉପଲବ୍ଧ ନାହିଁ । କେବଳ ଗୋଟିଏ ‘ସିନ୍ଦୁରିଆ ପ୍ରାଥମିକ ବିଦ୍ୟାଳୟ’ ଅଛି। ପଞ୍ଚମ ଶ୍ରେଣୀ ପରେ ଛାତ୍ରୀଛାତ୍ର ୪କି.ମି. ଦୂରରେ ଥିବା ଏମ୍‌ଇ ଓ ହାଇସ୍କୁଲକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ଗାଁରେ ଦୀର୍ଘବର୍ଷ ଧରି ରହିଆସୁଥିବା ଅଧିକାଂଶ ଭୂମିହୀନଙ୍କୁ ଏଯାଏ ଜମିପଟ୍ଟା ମିଳିନାହିଁ । ଏଠାକାର ଲୋକେ ପୋଖରୀରେ ଗାଧୋଇବା ସହ ଆବଶ୍ୟକସ୍ଥଳେ ଝରଣାପାଣି ପିଇ ସମୟ ଅତିବାହିତ କରୁଛନ୍ତି। ଗ୍ରାମରେ ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଅନ୍ୟପକ୍ଷରେ କୁଲଡ଼ିହା ଅଭୟାରଣ୍ୟରୁ ବାରମ୍ବାର ହାତୀପଲ ଆସି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଫଳରେ ଏସବୁ ମୌଳିକ ସମସ୍ୟାକୁ ନେଇ ଚଳିତ ପଞ୍ଚାୟତ ନିର୍ବାଚନରେ ଗାଁକୁ ରାସ୍ତା ତିଆରି କରିବା ପରେ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ସମସ୍ତ ନେତାଙ୍କୁ ସମାନ ଦାବି କରୁଛନ୍ତି। ଯେଉଁ ନେତା ରାସ୍ତା ତିଆରି କରିବେ ଭୋଟ୍‌ ତାଙ୍କୁ ମିଳିବ ବୋଲି ଗ୍ରାମବାସୀ ଅଡି ବସିଛନ୍ତି।
ସ୍ଥାନୀୟ ବାସିନ୍ଦା ବାଇଧର ସିଂ କହିଛନ୍ତି, ଗ୍ରାମରେ ରାସ୍ତା ନ ଥିବାରୁ କୌଣସି ରୋଗ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ । ୨କି.ମି. ଚାଲି ଚାଲି ଯିବା ତଥା ରୋଗୀଙ୍କୁ ଖଟିଆରେ ନେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥାନ୍ତି। ଏପରିକି ପ୍ରସୂତିଙ୍କୁ ମଧ୍ୟ ଏଭଳି ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ବର୍ଷାଦିନେ ଏହି ଯନ୍ତ୍ରଣା ଦ୍ୱିଗୁଣିତ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri