Posted inଭଦ୍ରକ

ଧସିଲା ସାଳନ୍ଦୀ ସୁରକ୍ଷାବନ୍ଧ

ଆରଡ଼ି,୬ା୨ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତର ଶୀତଳପୁର ନିକଟରେ ପ୍ରବାହିତ ସାଳନ୍ଦୀର ସୁରକ୍ଷାବନ୍ଧ ଶୁକ୍ରବାର ବିଳମ୍ବିତ ରାତିରେ ନଦୀ ମଧ୍ୟକୁ ପ୍ରାୟ ୭୦ ଫୁଟ୍‌ ଧସିଯାଇଛି। ପ୍ରବଳ ବର୍ଷା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ସୁରକ୍ଷାବନ୍ଧ ଧସିବା ଫଳରେ ନଦୀ କୂଳରେ ଥିବା ୧୦ ପରିବାର ମଧ୍ୟରୁ ୪ ଜଣଙ୍କ ଘରେ ଚଟାଣ ଦବିଯିବା ସହ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ୨ଟି ଗୁହାଳ ମଧ୍ୟ ନଦୀ ଆଡ଼କୁ ଢଳି ପଡ଼ିଛି। ୪ ପରିବାର ଲୋକେ ଭୟଭୀତ ହୋଇ ନିଜ ଘର ଛାଡ଼ି ଗ୍ରାମର ପଡ଼ୋଶୀ ଘରକୁ ଚାଲିଯାଇଛନ୍ତି।
ଯେ, ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ବି ଜଳସେଚନ ବିଭାଗର ଖାମଖିଆଲି ଯୋଗୁ ପରିସ୍ଥିତିରେ ସୁଧାର ଆସୁନାହିଁ। ନଦୀକୁ ଧସିଥିବା ସୁରକ୍ଷା ବନ୍ଧ ଗ୍ରାମରାସ୍ତା ହୋଇଥିବାରୁ ଲୋକଙ୍କ ଯା’ଆସରେ ବାଧା ଉପୁଜିଛି। ପିଲାମାନେ ଉକ୍ତ ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥାନ୍ତି। ଏହା ଧସିବା ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେବେ। ଏହାବ୍ୟତୀତ କୁମ୍ଭୀର ଭୟରେ ସୁରକ୍ଷାବନ୍ଧ ପାର୍ଶ୍ୱରେ ଗ୍ରାମବାସୀ ବାଉଁଶ ପୋତି ଜାଲ ବାନ୍ଧିଥିଲେ। ନଦୀ ମଧ୍ୟକୁ ଚାଲି ଯାଇଥିବାରୁ କୁମ୍ଭୀର ଗଁା ଦାଣ୍ଡକୁ ଉଠିଆସିବାର ଆଶଙ୍କା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ତୁରନ୍ତ ଏଠାରେ ସ୍ଥାୟୀ ମରାମତି ଲାଗି ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଶଙ୍କର୍ଷଣ ବେହେରାଙ୍କୁ ପଚାରିବାରୁ ଅନୁଧ୍ୟାନ କରାଯାଇ ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୭ ଆହତ, ୩ ଗୁରୁତର

ଭଦ୍ରକ,୨୯।୮(ସନାତନ ରାଉତ): ଭଦ୍ରକ ଚରମ୍ପା ରେଳ ଓଭର ବ୍ରିଜ ନିକଟରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଶୁକ୍ରବାର ରାତିରେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ କିନ୍ନର ଗୋଷ୍ଠୀ ଆକ୍ରମଣରେ…

ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri