ପ୍ରଥମେ ଖାରଜ, ପରେ ମଞ୍ଜୁର

ଯାଜପୁର ରୋଡ୍‌, ୧୮ା୧୦ (ଡି.ଏନ.ଏ.):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋପଣ୍ଡ ମୌଜାର ଏକ ଚାଷଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବାକୁ ବ୍ୟାପକ ଅନିୟମିତତା ଏବଂ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଖାରଜ ଏବଂ ପରେ ମୋଟା ଅଙ୍କର ଅର୍ଥ ନିଆଯାଇ ମାମଲାକୁ ମଞ୍ଜୁର କରାଯାଇଥିବା ଯାଜପୁର ରୋଡର ଜଣେ ଓକିଲ କିଶୋର ଚନ୍ଦ୍ର ସେନାପତି ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଆରଡିସିଙ୍କ କାର୍ଯ୍ୟାଳୟରୁ ୧୪ା୧୦ା୨୦୨୨ରେ ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ତଦନ୍ତ କରି ଫେରି ଯାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ ବ୍ୟାସନଗର ତହସିଲ ଅନ୍ତର୍ଗତ କୋପଣ୍ଡ ମୌଜାର ଖାତା ନମ୍ବର ୫୪୨/୬୯୩, ପ୍ଲଟ ନମ୍ବର ୧୭୦୯, କିସମ ଶାରଦ-୨, ୦.୨୬୫ ଡେସିମିଲ ଜମିକୁ ଘରବାଡ଼ି ଜମି ଭାବେ ପରିବର୍ତ୍ତନ କରିବାକୁ ୨୮ା୧୨ା୨୦୨୧ରେ ଆବେଦନ ହୋଇଥିଲା। ଏନେଇ ବ୍ୟାସନଗର ତହସିଲରେ ୯୧୪୩/ ୨୦୨୧ରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଉପରେ କଣ୍ଟାଝରି ରାଜସ୍ବ ନିରୀକ୍ଷକ କାଟେ ପୂର୍ତ୍ତି ୧୪ା୩ା୨୦୨୨ରେ ତଦନ୍ତ କରି ସର୍ବସାଧାରଣ ଚଳାଚଳ ନିମନ୍ତେ ପ୍ଲଟ ନମ୍ବର-୧୫୩୨(କିସମ-ଆଡି) ଉପରେ ଥିବା ମୋରମ ରାସ୍ତା ଉକ୍ତ ପ୍ଲଟକୁ ସଂଯୋଗ କରୁଛି। ତେଣୁ ଉକ୍ତ ମାମଲାର କିସମ ପରିବର୍ତ୍ତନ ପାଇଁ ବିଚାର ନିମନ୍ତେ ତହସିଲଦାରଙ୍କ ନିକଟରେ ସେ ରିପୋର୍ଟ ଦାଖଲ କରିଥିଲେ। ୧୮ା୪ା୨୦୨୨ରେ ତହସିଲଦାର ଉକ୍ତ ମାମଲାର ବିଚାର କରି ଜମି ସ୍ଥାନକୁ ଚଳାଚଳ ରାସ୍ତା ନ ଥିବା ଦର୍ଶାଇ ତାକୁ ଖାରଜ କରି ଦେଇଥିଲେ। ଏହାପରେ ୧୩ା୬ା୨୦୨୨ରେ ବିଭିନ୍ନ କାରଣ ଦର୍ଶାଇ ପୁଣି ସେହି ଜମି ପରିବର୍ତ୍ତନ ମାମଲାକୁ ମଞ୍ଜୁର କରିଥିଲେ। ଅଭିଯୋଗକାରୀ ସେନାପତି ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ଜମି ପରିବର୍ତ୍ତନ ମାମଲାକୁ ତହସିଲଦାର ଯଦି ଥରେ ଖାରଜ କରି ଦେଇଛନ୍ତି, ତେବେ ସେହି ଅଧିକାରୀଙ୍କ ଆଉ ଉକ୍ତ ମାମଲାକୁ ମଞ୍ଜୁର କରିବାର ଅଧିକାର ନାହିଁ। ଏହାସହ ସମ୍ପୃକ୍ତ ତହସିଲଦାର ୮(ଏ) ଓଏଲ୍‌ଆର୍‌ ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରିଛନ୍ତି। ଜମି ମ୍ୟାପ୍‌ରେ ଉକ୍ତ ଜମିକୁ ରାସ୍ତା ନ ଥିବାରୁ ତହସିଲଦାର ଚାଷ ଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରି ପାରିବେ ନାହିଁ। ଏହିପରି ଭାବରେ ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କଠାରୁ ଲାଞ୍ଚ ନେବାକୁ ଏକାଧିକ ମ୍ୟୁଟେଶନ ମାମଲାକୁ ଖାରଜ କରାଯାଇଛି। ୨୦ା୪ା୨୦୨୨ ରୁ ୨୮ା୪ା୨୦୨୨ ମଧ୍ୟରେ କମ୍ପ୍ୟୁଟରରେ ବୈଷୟିକ ତ୍ରୁଟି ଦର୍ଶାଇ ଏଭଳି କରାଯାଇଥିବା ଅଭିଯୋଗରେ କୁହାଯାଇଛି। ଆରଡିସି ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଇଥିବାବେଳେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ ହିଁ କହିବ ବୋଲି ଅଭିଯୋଗକାରୀ କହିଛନ୍ତି। ଏ ସଂକ୍ରାନ୍ତରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବରକୁ ସୋମବାର ସନ୍ଧ୍ୟା ସମୟରେ ଏକାଧିକ ଥର ଫୋନ କଲ କରିଥିଲେ ବି ସେ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri