Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ ନିମ୍ନ ମଧ୍ୟବିତ୍ତ ଓ ଚାଷୀ ପରିବାରର ପିଲା ଭାବରେ ମୋତେ ଜୀବନରେ ବହୁବିଧ ଆର୍ଥିକ ଓ ସାମାଜିକ ସଂଘର୍ଷର ସାମ୍‌ନା କରିବାକୁ ପଡ଼ିଥିଲା। ଏପରି କି ମାଟ୍ରିକ୍‌ ପାସ୍‌ କରିବା ପରେ ବାପା ମୋତେ ଆଉ ନ ପଢ଼ିବା ପାଇଁ କହୁଥିଲେ। କିନ୍ତୁ ମୋର ପାଠ ପଢ଼ିବାର ଆଗ୍ରହକୁ କେହି ରୋକିପାରି ନ ଥିଲେ। ଆର୍ଥିକ ଦୁରବସ୍ଥା ଭିତରେ ବି ବହୁ କଷ୍ଟରେ ମୁଁ ମୋର ପାଠପଢ଼ାକୁ ଜାରି ରଖି ଯାଜପୁରର ଏନ୍‌.ସି. କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରିବା ପରେ ବାଣୀବିହାରରେ ପି.ଜି., ଏମ୍‌ଫିଲ୍‌ ଓ ପିଏଚ୍‌.ଡି. କରିଥିଲି। ସୌଭାଗ୍ୟକୁ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ମୋର ପ୍ରଥମ ପୋଷ୍ଟିଂ ବି ସେହି ବାଣୀବିହାରରେ ହିଁ ହୋଇଥିଲା। ୭୦୦ ଟଙ୍କା ଥିଲା ମୋର ପ୍ରଥମ ଦରମା। ଜୀବନରେ ବହୁ କଷ୍ଟ ସହି ରୋଜଗାର କରିଥିବା ଏହି ଟଙ୍କା ମୋ ପାଇଁ ଅମୂଲ୍ୟ ଥିଲା। ତେଣୁ ସେହି ଟଙ୍କାରେ ମୁଁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇଥିଲି। ତେବେ ବାଣୀବିହାର ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାରିପଦାର ଏମ୍‌.ପି.ସି. ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟରେ କିଛି କିଛି ବର୍ଷ ଅଧ୍ୟାପନା କରିବା ପରେ ଏଇ କିଛିଦିନ ହେବ ପ୍ରଫେସର ଭାବେ ଚାକିରିରୁ ଅବସର ନେଇଛି। ଅବସର ପରେ ବି ମୋର ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ସେମିତି ଜାରି ରଖିଛି। ଅଧ୍ୟାପନା ସହିତ ଲେଖାଲେଖିରେ ବି ମୋର ରୁଚି ରହିଛି। ୟା’ ଭିତରେ ଗବେଷଣା, ନିବନ୍ଧ, ସନ୍ଦର୍ଭ, ପ୍ରବନ୍ଧ ତଥା ରାଜନୀତି ବିଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମକୁ ନେଇ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ମୋର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହୋଇସାରିଛି। ୧୯୯୭ ମସିହାରେ ମୋର ପ୍ରଥମ ପୁସ୍ତକ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉନ୍ମୋଚିତ ହୋଇଥିଲା। ଶିକ୍ଷା ପ୍ରତି ନିବିଡ଼ତା ଓ ଗବେଷଣା ପ୍ରତି ଆଗ୍ରହ ପାଇଁ ମୁଁ ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ; ଯେମିତି କି ଭାରତୀୟ ସମାଜ ବିଜ୍ଞାନ ଏକାଡେମୀ, ରାଷ୍ଟ୍ରୀୟ ସମାଜ ବିଜ୍ଞାନ ପରିଷଦ, ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଭାରତୀୟ ରାଜନୀତି ସମିତି, ଭାରତୀୟ ନାରୀ ଅଧ୍ୟୟନ ସମିତି, ଭାରତୀୟ ଗାନ୍ଧୀ ଅଧ୍ୟୟନ ସମିତି ଇତ୍ୟାଦି ଅନ୍ୟତମ। ସେହିପରି ଅନ୍ତର୍ଜାତୀୟ ଅଧ୍ୟୟନ ଓ ଗବେଷଣା ପାଇଁ ଭାରତ-ଆମେରିକା କେନ୍ଦ୍ରର ମୁଁ ହେଉଛି ଜଣେ ଆଜୀବନ ସଭ୍ୟ ଓ କର୍ମକର୍ତ୍ତା। ଏହାଛଡ଼ା ମୁଁ ମଧ୍ୟ ‘ଓଡ଼ିଶା ସମାଜ ବିଜ୍ଞାନ ପରିଷଦ’ର ଓଡ଼ିଶା ଶାଖାର ପ୍ରତିଷ୍ଠାତା। ମୋର ଏହି ଗବେଷଣା ନିଶା ଯୋଗୁ ମୁଁ ଅନେକ ସେମିନାରରେ ବି ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇଯାଇଛି। ଏତଦ୍‌ବ୍ୟତୀତ ସମାଜସେବା ଏବଂ ପରିବେଶ ସୁରକ୍ଷା ପାଇଁ ଅନେକ କାମ ମଧ୍ୟ କରିଛି; ଯେମିତିକି ନିଜ ଗାଁର କିଛି ଯୁବକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ଏକ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ଗାଁର ଅତି ଅଭାବୀ ପରିବାର ପାଇଁ ମାସିକ ପେନ୍‌ସନ୍‌ର ବ୍ୟବସ୍ଥା କରିବା ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଇତ୍ୟାଦି କାର୍ଯ୍ୟ ଅନ୍ୟତମ। ଯେଉଁଥିପାଇଁ ମୋତେ ‘ଓ୍ବାଲର୍‌ଡ ଗ୍ରୀନ୍‌ ଡେ’ରେ ଦିଲ୍ଲୀରେ ପୁରସ୍କୃତ ବି କରାଯାଇଛି। କେବଳ ସମାଜସେବା ନୁହେଁ, ଗବେଷଣା ଓ ପ୍ରକାଶିତ ପୁସ୍ତକ ପାଇଁ ମଧ୍ୟ ମୁଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇସାରିଛି। ଏପରିକି ଯୁବ ରେଡକ୍ରସ୍‌ର ଜଣେ ପରାମର୍ଶଦାତା ଭାବେ ୨୦୧୫-୧୬ ଶିକ୍ଷାବର୍ଷରେ ସର୍ବଶ୍ରେଷ୍ଠ କୃତ୍ତିତ୍ୱ ପାଇଁ ମୁଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି, ଯାହା ମୋ ପାଇଁ ଅତି ଖୁସିର କଥା ଥିଲା। ତେବେ ମୋ ଜୀବନରେ କିଛିଟା ସ୍ବପ୍ନ ରହିଛି; ଯେମିତିକି ନିଜ ଗାଁରେ ଏକ ଗାନ୍ଧୀ ଭବନର ପ୍ରତିଷ୍ଠା କରିବା, ଦୁର୍ନୀତିମୁକ୍ତ ସମାଜ ସାଙ୍ଗକୁ ଏକ ସବୁଜିମାଭରା ଗ୍ରାମାଞ୍ଚଳ ଗଢ଼ିବା। ଏଥିସହିତ ଶେଷଜୀବନ ନିଜ ଗାଁରେ କଟାଇବା।
-ନମିତା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ସାତଫେରା ପରେ କ୍ୱାରାଣ୍ଟାଇନ୍‌ରେ କନ୍ୟା-ବର-ବରଯାତ୍ରୀ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ସାତଫେରା ପରେ କନ୍ୟା, ବର ଏବଂ ୮୫ ବରଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ସ୍ଥାନୀୟ ଛତ୍ରପୁର ଅଞ୍ଚଳରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ପ୍ରଶାସନ...

ଏହି ଆଇପିଏସ୍‌ କହିଲେ ଜିଲାପି ଖାଇବାକୁ ଦେଉନାହାନ୍ତି ସ୍ତ୍ରୀ, ଫଟୋ ଭାଇରାଲ

ଜିଲାପି ଖାଇ ନ ପାରିବାର କଷ୍ଟ ତାମିଲନାଡୁର ଆଇପିଏସ୍‌ ଅଧିକାରୀ ଟୁଇଟରରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏହି ଆଇପିଏସ୍‌ ଅଧିକାରୀ ଟୁଇଟ୍‌...

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ...

ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..

ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ...

ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରାଣୀ

ଦୁନିଆରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ କେତେକ ଭୟଙ୍କର, ଆଉ କେତେକ ଶାନ୍ତ ସ୍ବଭାବର। କେହି କେହି ମାଂସ ଖାଇ ପେଟକୁ...

ସ୍ବାସ୍ଥ୍ୟ ହିଁ ସମ୍ପଦ

କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ...

ପୂଜା ସମୟରେ କାଳୀ ମୂର୍ତ୍ତିଙ୍କଠାରୁ ବାହାରେ ଝାଳ…

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୁରାତନ ମନ୍ଦିର ରହିଛି। ଏହା ଏକ ଚମତ୍କାରୀ ମନ୍ଦିର। ଏଠାରେ ଗରମ ହେଲେ କାଳୀ ମୂର୍ତ୍ତିଙ୍କଠାରୁ ଝାଳ ବାହାରିଥାଏ।...

ଭାରତ ସହିତ ଏହି ଦେଶ ପାଳିବେ ନୂଆବର୍ଷ

ଶନିବାର ରାତି ୧୨ଟାରେ ଭାରତ ନୂଆ ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ଏଥିସହିତ ଭାରତୀୟ ସମୟ ରାତି ୧୧ଟାରେ ମ୍ୟାନମାର,, ୧୧.୩୦ ପୂର୍ବାହ୍ନରେ ବାଂଲାଦେଶରେ ପାଳନ ହୋଇଥିବାବେଳେ...

Advertisement
Archives

Model This Week