ମହାକାଶରେ ପ୍ରଥମ ଘରୋଇ ମିଶନ

ଓ୍ବାଶିଂଟନ,୯ା୪: ଇଣ୍ଟରନ୍ୟାଶନାଲ ସ୍ପେସ୍‌ ସେଣ୍ଟର (ଆଇଏସ୍‌ଏସ୍‌) ପାଇଁ ପ୍ରଥମ ଘରୋଇ ମିଶନ୍‌ ଲଞ୍ଚ ହୋଇଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ୪ କ୍ରିଉ ମେମ୍ବରଙ୍କୁ ନେଇ ସ୍ସେ୍‌ସ୍‌ଏକ୍ସ ରକେଟ୍‌ ଭାରତୀୟ ସମୟ ରାତି ୮ଟା ୪୩ରେ ଟେକ୍‌ଅଫ୍‌ କରିଛି। ଉକ୍ତ ମିଶନ ପାଇଁ ଏକ୍ସିଓମ୍‌ ସ୍ପେସ୍‌ ପକ୍ଷରୁ ୪ କ୍ରିଉ ମେମ୍ବରଙ୍କୁ ଚୟନ କରାଯାଇଛି। ଏହି ମିଶନର ନାମ ‘ଏକ୍ସିଓମ୍‌-୧’ ରଖାଯାଇଛି। ଏଥିରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ୍‌)ର ସହଭାଗିତା ରହିଛି। ମହାକାଶର ‘ଲୋ ଆର୍ଥ ଅର୍ବିଟ’ ରିଜିୟନ୍‌କୁ ବ୍ୟବସାୟୀକରଣ କରିବା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ।
ଆମେରିକା ଏବଂ ସ୍ପେନ୍‌ ନାଗରିକତ୍ୱ ହାସଲ କରିଥିବା ନାସାର ପୂର୍ବତନ ମହାକାଶ ଯାତ୍ରୀ ମିଶେଲ୍‌ ଲୋପେଜ୍‌-ଆଲେଗ୍ରିଆ ମିଶନର କମାଣ୍ଡିଂ କରିଛନ୍ତି। ନିର୍ଦ୍ଦିଷ୍ଟ ଦେୟ ଦେଇ ଏଥିରେ ସାମିଲ ହୋଇଥିବା ୩ ମହାକାଶ ଯାତ୍ରୀ ହେଲେ ଆମେରିକାର ରିୟଲଇଷ୍ଟେଟ୍‌ ଇନ୍‌ଭେଷ୍ଟର ଲାରି କୋନ୍ନର, କାନାଡାର ବ୍ୟବସାୟୀ ମାର୍କ ପାଥି ଏବଂ ଇସ୍ରାଏଲର ପୂର୍ବତନ ଯୁଦ୍ଧ ବିମାନ ପାଇଲଟ ଇଟାନ ଷ୍ଟିବ। ମିଶନ ଜରିଆରେ ମହାକାଶ ଯାତ୍ରୀମାନେ ମୋଟ ୨୫୦ ମାଇଲ୍‌ ଅର୍ଥାତ୍‌ ସମୁଦ୍ର ପତ୍ତନଠାରୁ ୪୦୦ କିଲୋମିଟର ଅତିକ୍ରମ କରିବେ। ମୋଟ ୧୦ଦିନିଆ ମିଶନରେ ୨୫ ମାଇକ୍ରୋ ଗ୍ରାଭିଟି ଏକ୍ସପେରିମେଣ୍ଟ ଲାଗି ମହାକାଶ ଯାତ୍ରୀମାନଙ୍କୁ ଆଇଏସ୍‌ଏସ୍‌ରେ ୮ ଦିନ ବିତାଇବାକୁ ପଡ଼ିଥିଲା। ଯିବା ଆସିବାରେ ବାକି ୨ ଦିନ ଲାଗିବ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ମହାକାଶ ଯାତ୍ରା ପାଇଁ ନିର୍ଦ୍ଦାରିତ ଟିକେଟ ମୂଲ୍ୟ ୫୫ ମିଲିୟନ ଧାର୍ଯ୍ୟ କରାଯାଇଥିଲା।
ଇଲାନ ରାମୋନ ହେଉଛନ୍ତି ଇସ୍ରାଏଲର ପ୍ରଥମ ମହାକାଶ ଯାତ୍ରୀ। କଲମ୍ବୋର ଏକ ମହାକାଶ ମିଶନ ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ମିଶନରେ ସାମିଲ ହୋଇଥିବା ଷ୍ଟିବ୍‌ ନିଜ ବନ୍ଧୁ ଇଲାନ ରାମୋନଙ୍କୁ ଆଇଏସ୍‌ଏସ୍‌ରେ ଶ୍ରାଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ଏକ୍ସିଓମ୍‌ ସ୍ସେସ୍‌ର ନିର୍ଦ୍ଦେଶକ ଡେରେକ୍‌ ହାସମାନ୍‌ କହିଛନ୍ତି। ଏକ୍ସିଓମ୍‌ ପକ୍ଷରୁ ମୋଟ ୪ଟି ଅନ୍ତରୀକ୍ଷ ମିଶନ କରାଯିବାକୁ ଥିବାବେଳେ ନାସା ଓ ସ୍ସେ୍‌ସ୍‌ ଏକ୍ସ ଏହାର ଦ୍ୱିତୀୟ ମିଶନ ପାଇଁ ସ୍ବୀକୃତି ପ୍ରଦାନ କରିସାରିଛନ୍ତି। ଏକ୍ସିଓମ୍‌ କମ୍ପାନୀ ନିଜର ଘରୋଇ ସ୍ସେସ୍‌ ଷ୍ଟେଶନ ତିଆରି କରିବାକୁ ଯୋଜନା କରୁଛି। ୨୦୨୪ ସେପ୍ଟେମ୍ବରରେ ଏହାର ପ୍ରଥମ ମୋଡ୍ୟୁଲ ଲୋକାର୍ପିତ ହେବା କଥା ଏକ୍ସିଓମ୍‌ର ସଭାପତି ତଥା ସିଇଓ ମିଶେଲ ପ୍ରକାଶ କରିଛନ୍ତି। ୨୦୩୦ ପରେ ଏକ୍ସିଓମ୍‌ର ଆଇଏସ୍‌ଏସ୍‌ ସହ ସ୍ବାକ୍ଷରିତ ଚୁକ୍ତିନାମା ଅବଧି ଶେଷ ହେବା ପରେ ଏକ୍ସିଓମ ନିଜସ୍ବ ମହାକାଶ ମିଶନ ଲଞ୍ଚ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri