ମହାକାଶରେ ପ୍ରଥମ ଘରୋଇ ମିଶନ

ଓ୍ବାଶିଂଟନ,୯ା୪: ଇଣ୍ଟରନ୍ୟାଶନାଲ ସ୍ପେସ୍‌ ସେଣ୍ଟର (ଆଇଏସ୍‌ଏସ୍‌) ପାଇଁ ପ୍ରଥମ ଘରୋଇ ମିଶନ୍‌ ଲଞ୍ଚ ହୋଇଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ୪ କ୍ରିଉ ମେମ୍ବରଙ୍କୁ ନେଇ ସ୍ସେ୍‌ସ୍‌ଏକ୍ସ ରକେଟ୍‌ ଭାରତୀୟ ସମୟ ରାତି ୮ଟା ୪୩ରେ ଟେକ୍‌ଅଫ୍‌ କରିଛି। ଉକ୍ତ ମିଶନ ପାଇଁ ଏକ୍ସିଓମ୍‌ ସ୍ପେସ୍‌ ପକ୍ଷରୁ ୪ କ୍ରିଉ ମେମ୍ବରଙ୍କୁ ଚୟନ କରାଯାଇଛି। ଏହି ମିଶନର ନାମ ‘ଏକ୍ସିଓମ୍‌-୧’ ରଖାଯାଇଛି। ଏଥିରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା (ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡମିନିଷ୍ଟ୍ରେଶନ୍‌)ର ସହଭାଗିତା ରହିଛି। ମହାକାଶର ‘ଲୋ ଆର୍ଥ ଅର୍ବିଟ’ ରିଜିୟନ୍‌କୁ ବ୍ୟବସାୟୀକରଣ କରିବା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ।
ଆମେରିକା ଏବଂ ସ୍ପେନ୍‌ ନାଗରିକତ୍ୱ ହାସଲ କରିଥିବା ନାସାର ପୂର୍ବତନ ମହାକାଶ ଯାତ୍ରୀ ମିଶେଲ୍‌ ଲୋପେଜ୍‌-ଆଲେଗ୍ରିଆ ମିଶନର କମାଣ୍ଡିଂ କରିଛନ୍ତି। ନିର୍ଦ୍ଦିଷ୍ଟ ଦେୟ ଦେଇ ଏଥିରେ ସାମିଲ ହୋଇଥିବା ୩ ମହାକାଶ ଯାତ୍ରୀ ହେଲେ ଆମେରିକାର ରିୟଲଇଷ୍ଟେଟ୍‌ ଇନ୍‌ଭେଷ୍ଟର ଲାରି କୋନ୍ନର, କାନାଡାର ବ୍ୟବସାୟୀ ମାର୍କ ପାଥି ଏବଂ ଇସ୍ରାଏଲର ପୂର୍ବତନ ଯୁଦ୍ଧ ବିମାନ ପାଇଲଟ ଇଟାନ ଷ୍ଟିବ। ମିଶନ ଜରିଆରେ ମହାକାଶ ଯାତ୍ରୀମାନେ ମୋଟ ୨୫୦ ମାଇଲ୍‌ ଅର୍ଥାତ୍‌ ସମୁଦ୍ର ପତ୍ତନଠାରୁ ୪୦୦ କିଲୋମିଟର ଅତିକ୍ରମ କରିବେ। ମୋଟ ୧୦ଦିନିଆ ମିଶନରେ ୨୫ ମାଇକ୍ରୋ ଗ୍ରାଭିଟି ଏକ୍ସପେରିମେଣ୍ଟ ଲାଗି ମହାକାଶ ଯାତ୍ରୀମାନଙ୍କୁ ଆଇଏସ୍‌ଏସ୍‌ରେ ୮ ଦିନ ବିତାଇବାକୁ ପଡ଼ିଥିଲା। ଯିବା ଆସିବାରେ ବାକି ୨ ଦିନ ଲାଗିବ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ମହାକାଶ ଯାତ୍ରା ପାଇଁ ନିର୍ଦ୍ଦାରିତ ଟିକେଟ ମୂଲ୍ୟ ୫୫ ମିଲିୟନ ଧାର୍ଯ୍ୟ କରାଯାଇଥିଲା।
ଇଲାନ ରାମୋନ ହେଉଛନ୍ତି ଇସ୍ରାଏଲର ପ୍ରଥମ ମହାକାଶ ଯାତ୍ରୀ। କଲମ୍ବୋର ଏକ ମହାକାଶ ମିଶନ ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ମିଶନରେ ସାମିଲ ହୋଇଥିବା ଷ୍ଟିବ୍‌ ନିଜ ବନ୍ଧୁ ଇଲାନ ରାମୋନଙ୍କୁ ଆଇଏସ୍‌ଏସ୍‌ରେ ଶ୍ରାଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି ଏକ୍ସିଓମ୍‌ ସ୍ସେସ୍‌ର ନିର୍ଦ୍ଦେଶକ ଡେରେକ୍‌ ହାସମାନ୍‌ କହିଛନ୍ତି। ଏକ୍ସିଓମ୍‌ ପକ୍ଷରୁ ମୋଟ ୪ଟି ଅନ୍ତରୀକ୍ଷ ମିଶନ କରାଯିବାକୁ ଥିବାବେଳେ ନାସା ଓ ସ୍ସେ୍‌ସ୍‌ ଏକ୍ସ ଏହାର ଦ୍ୱିତୀୟ ମିଶନ ପାଇଁ ସ୍ବୀକୃତି ପ୍ରଦାନ କରିସାରିଛନ୍ତି। ଏକ୍ସିଓମ୍‌ କମ୍ପାନୀ ନିଜର ଘରୋଇ ସ୍ସେସ୍‌ ଷ୍ଟେଶନ ତିଆରି କରିବାକୁ ଯୋଜନା କରୁଛି। ୨୦୨୪ ସେପ୍ଟେମ୍ବରରେ ଏହାର ପ୍ରଥମ ମୋଡ୍ୟୁଲ ଲୋକାର୍ପିତ ହେବା କଥା ଏକ୍ସିଓମ୍‌ର ସଭାପତି ତଥା ସିଇଓ ମିଶେଲ ପ୍ରକାଶ କରିଛନ୍ତି। ୨୦୩୦ ପରେ ଏକ୍ସିଓମ୍‌ର ଆଇଏସ୍‌ଏସ୍‌ ସହ ସ୍ବାକ୍ଷରିତ ଚୁକ୍ତିନାମା ଅବଧି ଶେଷ ହେବା ପରେ ଏକ୍ସିଓମ ନିଜସ୍ବ ମହାକାଶ ମିଶନ ଲଞ୍ଚ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri