Posted inଖେଳ

ଟିମ୍‌ ଇଣ୍ଡିଆକୁ ବଞ୍ଚାଇଦେଲେ ମୟଙ୍କ

ମୁମ୍ବାଇ,୩।୧୨:ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଭାରତ ୭୦ ଓଭର ଖେଳି ୪ ଉଇକେଟ ହରାଇ ୨୨୧ ରନ୍‌ କରିଛି। କମ୍‌ବ୍ୟାକ କରିଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

ଏହାକୁ ସଠିକ ପ୍ରମାଣିତ କରିଥିଲେ ଭାରତର ଓପନର୍‌ ମୟଙ୍କ ଅଗ୍ରୱାଲ ଏବଂ ଶୁବମାନ ଗିଲ। ଉଭୟ ଲଡୁଆ ବ୍ୟାଟିଂ କରି ଦଳକୁ ଭଳ ଷ୍ଟାଟ୍‌ ଦେଇଥିଲେ। ମୟଙ୍କ ଏବଂ ଶୁବମନ ପ୍ରଥମ ଉଇକେଟ ପାଇଁ ୮୦ ରନ୍‌ ଯୋଡି ଥିଲେ। ହେଲେ ପ୍ରଥମ ଉଇକେଟ ଭାବେ ଶୁବମାନ ଗିଲ ୪୪ ରନ୍‌ (୭୧ ବଲ୍‌, ୭ ଚଉକା, ୧ ଛକା) କରି ଆଉଟ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଖାତା ନ ଖୋଲି ଆଉଟ ହୋଇଥିଲେ। ସେହିପରି ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ବିରାଟ କୋହଲି ୪ ବଲ ଖେଳି ଖାତା ଖୋଲିବାକୁ ଅସମର୍ଥ ହେଇଥିଲେ। ଏଜାଜ ପଟେଲ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିଲେ। ଉଭୟ ପୂଜାରା ଓ କୋହଲି ଶୂନରେ ଆଉଟ ହେବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।

ଓପନର୍‌ ମୟଙ୍କ କ୍ରିଜରେ ରହି ୧୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ସେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପରବର୍ତ୍ତୀ ୫୦ ରନ୍‌ ପାଇଁ ୭୭ ବଲର ସହାୟତା ନେଇଥିଲେ। ସେ ନିଜ ଇନିଂସ ଭିତରେ ୧୩ ଚୌକା ଓ ୩ ଛକା ମାରିଛନ୍ତି। ସେ ତାଙ୍କର ୪ଟି ଯାକ ଶତକ ଭାରତରେ ହିଁ ମାରିଛନ୍ତି। ମୟଙ୍କ ଶେଷଥର ଲାଗି ୨୦୧୯ରେ ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ। ଏହି ମ୍ୟାଚରେ ସେ ୨୪୩ ରନ୍‌ର ଇନିଂସ ଖେଳିଥିଲେ।

ସେହିପରି ଶ୍ରେୟସ ଆୟର ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ। ଉଭୟ ୮୦ ରନର ସହଭାଗିତା କରିଥିଲେ । କିନ୍ତୁ ଆୟର ୧୮ ରନ କରି ଆଉଟ ହେବା ପରେ ଦଳ ଉପରେ ପୁଣି ଚାପ ପଡିଯାଇଥିଲା। ପରେ ସତର୍କତାର ସହ ବ୍ୟାଟିଂ କରିଥିଲେ ରିଦ୍ଧିମାନ ସାହା । ଶୁକ୍ରବାର ଷ୍ଟମ୍ପ ଅପସାରଣ ବେଳକୁ ରିଦ୍ଧିମାନ ୨୫ ରନ୍‌ କରିଥିବା ବେଳେ ମୟଙ୍କ ୧୨୦ ରନ କରି ଅପରାଜିତ ରହିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୪ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri