ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଆସିକା/ଭଞ୍ଜନଗର,୧୮।୫ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଆସିକା ଅଗ୍ନିଶମ କେନ୍ଦ୍ରର ଜଣେ ଡ୍ରାଇଭର (ହାବିଲଦାର) ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଦୟାନିଧି ମହାନ୍ତ। ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ଜଙ୍ଗଲରେ ବେକରେ ରଶି ଲଗାଇ ସେ ଝୁଲି ପଡ଼ିମଥିଲେ। ମଙ୍ଗଳବାର ସକାଳେ ବୁଢ଼ାକେନ୍ଦୁ ମନ୍ଦିର ଅଞ୍ଚଳର ଲୋକେ ଏହା ଜାଣିବା ପରେ ଗାଙ୍ଗପୁର ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେଠାରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରାଯାଇଥିଲା। ଛୁଟି ନ ମିଳିବାରୁ ଏଭଳି ଚରମ ନିଷ୍ପତ୍ତି ନେଲେ ବୋଲି ଦୟାନିଧି ସେଥିରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କ ଝିଅପୁଅଙ୍କ ଦାୟିତ୍ୱ ନେବାକୁ ଗୁହାରି କରିବା ସହ ଆହୁରି ଅନେକ କଥା ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଭଞ୍ଜନଗର ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏଠାରୁ ମୃତଦେହକୁ ଦୟାନିଧିଙ୍କ ନିଜ ଗ୍ରାମ କେନ୍ଦୁଝର ଜିଲା ତୁରୁମଗଁା ଥାନା ଅନ୍ତର୍ଗତ ବୁଢ଼ିକାପୁଡ଼ିକୁ ପଠାଯିବ ବୋଲି ଜଣାପଡିଛି।
ଦୟାନିଧି କନ୍ଧମାଳ ଜିଲା ରାଇକିଆରେ କାର୍ଯ୍ୟରତ ଥିବାବେଳେ ଗତ କିଛିମାସ ତଳେ ଆସିକାକୁ ଡେପୁଟେଶନରେ ଆସିଥିଲେ। ସୋମବାର ରାତି ପ୍ରାୟ ୯ଟାରୁ ଦୟାନିଧି ଅଗ୍ନିଶମ ଗାଡି ଧରି କେଉଁଆଡ଼େ ଚାଲିଯାଇଥିଲେ। ମୋବାଇଲ ଫୋନ ସୁଇଚ୍‌ ଅଫ୍‌ ଥିବାରୁ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ। ମଙ୍ଗଳବାର ସକାଳେ ବୁଢ଼ାକେନ୍ଦୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା।
ପୋଲିସ ସେଠାରୁ ଜବତ କରିଥିବା ସୁଇସାଇଡ୍‌ ନୋଟରେ ଲାଞ୍ଚ ନ ଦେବାରୁ ବଦଳି ଆଦେଶ କାର୍ଯ୍ୟକାରୀ ନ ହେବା ଓ ଦୂର ସ୍ଥାନକୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଥିବା, ଛୁଟି ନ ମିଳିବା ଯୋଗୁ ମା’ବାପାଙ୍କୁ ହରାଇଲି ଓ ସ୍ତ୍ରୀ ଛାଡ଼ି ପଳାଇଲେ। ଛୁଟି ମାଗିଲେ ମିଳୁନି। ମୋର ୧୫ଟି ଛୁଟି ଲାପ୍ସ ହୋଇଗଲା। ଆଉ ବଞ୍ଚତ୍ କିଛି ଲାଭ ନାହିଁ। ମୋ ଆତ୍ମହତ୍ୟାରେ ଡିଜିଙ୍କ କୌଣସି ଭୁଲ ନାହିଁ । ସେ ମୋ ଗ୍ରାମକୁ ବଦଳି ପାଇଁ ଲେଖି ଦେଇଥିଲେ। କିନ୍ତୁ ଲାଞ୍ଚ ନ ଦେବାରୁ ଆଦେଶ କାର୍ଯ୍ୟକାରୀ ହେଲାନି। ସମସ୍ତଙ୍କୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଶେଷ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ବୋଲି ଦୟାନିଧି ସୁଇସାଇଡ ନୋଟରେ ଲେଖିଥିବା ଜଣାପଡିଛି। ଅନ୍ୟପକ୍ଷରେ ମଙ୍ଗଳବାର ଆସିକା ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଆସିକା ଥାନାରେ ଡ୍ରାଇଭର ଦୟାନିଧିଙ୍କ ନିଖୋଜ ସମ୍ପର୍କରେ ଏକ ଅଭିଯୋଗ ଦାଖଲ ଲାଗି ଉଦ୍ୟମ କରାଯାଇଥିଲା ା ମୃତଦେହ ଠାବ ପରେ ନିଖୋଜ ମାମଲା କିଭଳି ରୁଜୁ ହେବ ବୋଲି କହି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ତାହା ଗ୍ରହଣ କରି ନ ଥିବା ସୂଚନା ଦେଇଛନ୍ତି। ବୁଢାକେନ୍ଦୁ ଜଙ୍ଗଲ ନିକଟରୁ ପୋଲିସ ଜବତ କରିଥିବା ଦମକଳ ଗାଡିକୁ ଅଗ୍ନିଶମକୁ ହସ୍ତାନ୍ତର କରିିଛି ା ସୁଇସାଇଡ ନୋଟ ସମ୍ପର୍କରେ ପଚାରିବାରେ ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri