ଭୁବନେଶ୍ୱର,୭।୯: ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା ଯାଞ୍ଚ କରାଯିବ ବୋଲି ଫାୟାର ଅଫିସର ଦେବେନ୍ଦ୍ର ସୂଚନା ଦେଇଛନ୍ତି।
ଶିଳ୍ପ ପ୍ରତିଷ୍ଠାନ, ବାଣିଜି୍ୟକ ପ୍ରତିଷ୍ଠାନ, ଚିକିତ୍ସାଳୟ ଗୁଡ଼ିକରେ ଅଗ୍ନି ସୁରକ୍ଷା ଯାଞ୍ଚ କରଯିବ। ଯାଞ୍ଚବେଳେ କୌଣସି ଅବହେଳା ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ମାସିକିଆ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଏବଂ ବିଭିନ୍ନ କର୍ମଶାଳା ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।

