ପୁଣି ଆରମ୍ଭ ହେବ ‘ଫାୟାର ପାର୍କ’

ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ଅଗ୍ନିକାଣ୍ଡରେ ଅନେକ ଜୀବନ ଯିବା ସହ ବହୁ ସମ୍ପତ୍ତି ନଷ୍ଟ ହେଉଛି। ବର୍ଷକୁ ବର୍ଷ ଏହି ନିଆଁ ବିପତ୍ତି ବଢ଼ି ଚାଲିଛି। ତେଣୁ ଅଗ୍ନିକାଣ୍ଡ ଘଟିଲାବେଳେ ଭୟଭୀତ ନ ହୋଇ ଏହାକୁ କିଭଳି ଆୟତ୍ତ କରାଯାଇପାରିବ ସେନେଇ ସଚେତନ କରିବା ସହ କୌଶଳ ଶିଖାଇବ ‘ଫାୟାର ପାର୍କ’। ବର୍ଷକ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାରଠାରୁ ପୁଣି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବେ ଏହାର୍ପୂବରୁ ସୋମବାର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଆଣ୍ଡ୍‌ ଡିଜାଷ୍ଟର ରେସ୍‌ପନ୍ସ ଏକାଡେମୀଠାରେ ଏହାର ପ୍ରାକ୍‌ ପ୍ରସ୍ତୁତି କରାଯାଇଥିଲା। ଫାୟାର ବଲ ଓ ନୂଆ ନୂଆ ଅଗ୍ନି ନିରାପତ୍ତା ଯନ୍ତ୍ରର ବ୍ୟବହାର ସହ କୌଶଳ ପ୍ରଦର୍ଶନ କରାଯାଇଥିଲା। ଘର, ବ୍ୟବସାୟ ପ୍ରତିଷ୍ଠାନ, ଉଚ୍ଚ ଅଟ୍ଟାଳିକା, ଗ୍ୟାସ୍‌ ସିଲିଣ୍ଡର କିମ୍ବା ଅନ୍ୟ କେଉଁଠି ନିଆଁ ଲାଗିଲେ କିପରି ନିଜେ ସୁରକ୍ଷିତ ରହି ତାହାକୁ ପ୍ରାଥମିକ ଅବସ୍ଥାରେ ଆୟତ୍ତ କରିହେବ ସେ ସମ୍ପର୍କରେ ଅଗ୍ନିଶମ କର୍ମଚାରୀମାନେ ସର୍ବସାଧାରଣ ସ୍ଥାନକୁ ଆସି ଶିଖାଇବା ପୂର୍ବରୁ ସେଠାରେ ନିଜକୁ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମରେ ଏକାଡେମୀ ପ୍ରିନ୍ସିପାଲ ରମେଶଚନ୍ଦ୍ର ମାଝି, ଭାଇସ୍‌ ପ୍ରିନ୍ସିପାଲ ପ୍ରକାଶ କୁମାର ଜେନାଙ୍କ ସମେତ ଅଗ୍ନିଶମ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଦିଲ୍ଲୀ ମୁଣ୍ଡ୍‌କା ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ରବିବାରଠାରୁ ରାଜ୍ୟବ୍ୟାପୀ ଯାଞ୍ଚ ସହ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହସ୍ପିଟାଲ, ଉଚ୍ଚ ଅଟ୍ଟାଳିକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଉଛି। ଏଥିସହ ସାଧାରଣ ଲୋକ ଓ କର୍ମଚାରୀଙ୍କୁ ନିଆଁଲିଭା କୌଶଳ ଶିଖାଯାଉଛି। ଏହାକୁ ତ୍ୱରାନ୍ବିତ କରିବାକୁ ଫାୟାର ପାର୍କ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରାଯାଇଛି। ପ୍ରଥମେ ୨୦୨୧ ଜାନୁୟାରୀରେ ଫାୟାର ପାର୍କ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା। କରୋନା ମହାମାରୀ ଯୋଗୁ ମାତ୍ର ୪ ମାସରେ ଏହା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶନିବାର ଅପରାହ୍ନ ୩ଟା ୩୦ରୁ ୫ଟା ମଧ୍ୟରେ ଜନଗହଳିପୂର୍ଣ୍ଣ ଓ ବିଭିନ୍ନ ସ୍ଥାନରେ ସାଧାରଣ ଲୋକ ଓ ଛାତ୍ରଗୋଷ୍ଠୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ତାଲିମ ସହ ସଚେତନତା କରାଯିବ। ଏଥିସହ ସେମାନଙ୍କୁ ପାମ୍ପଲେଟ ପ୍ରଦାନ କରାଯାଇ ମତାମତ ନିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri