ବନାଗ୍ନି: ଓଡ଼ିଶା ଆଗରେ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ଓଡ଼ିଶାରେ ବନାଗ୍ନି ବିପର୍ଯ୍ୟୟ ବଢୁଛି। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ (୭ମାସ) ମଧ୍ୟରେ ରାଜ୍ୟରେ ସର୍ବାଧିକ ଜଙ୍ଗଲ ପୋଡ଼ି ଦୃଷ୍ଟିଗୋଚର ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୩ ଲକ୍ଷ ୪୫ ହଜାର ୯୮୯ଟି ବନାଗ୍ନି ଘଟଣା ତାଲିକାଭୁକ୍ତ ହୋଇଥିବାବେଳେ କେବଳ ଓଡ଼ିଶାରେ ୫୧ ହଜାର ୯୬୮ ଜଙ୍ଗଲ ବନାଗ୍ନି କବଳକୁ ଆସିଥିଲା। ଭାରତୀୟ ଜଙ୍ଗଲ ସର୍ଭେ (ଏଫ୍‌ଏସ୍‌ଆଇ) ଦ୍ୱାରା କରାଯାଇଥିବା ସାଟେଲାଇଟ ସର୍ଭେରୁ ଏହି ତଥ୍ୟ ଜଣାପଡ଼ିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ପାର୍ଲାମେଣ୍ଟରେ ଏହି ସୂଚନା ଦେଇଛନ୍ତି। ତେବେ ବନାଗ୍ନି କାରଣରୁ ମୋଟ କେତେ ଜଙ୍ଗଲ ନଷ୍ଟ ହୋଇଛି, ତାହା ଆକଳନ କରାଯାଇ ନ ଥିବା ମନ୍ତ୍ରୀ କହିଛନ୍ତି।
ବନାଗ୍ନି ଘଟଣାରେ ଓଡ଼ିଶା ପରେ ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ। ଏଠାରେ ୪୭ ହଜାର ୭୯୫ ବନାଗ୍ନି ଘଟଣା ସାମ୍ନାକୁ ଆସିଛି। ସେହିପରି ଛତିଶଗଡ଼ରେ ୩୮ ହଜାର ୧୦୬, ମହାରାଷ୍ଟ୍ରରେ ୩୪ ହଜାର ୨୫, ଝାଡ଼ଖଣ୍ଡରେ ୨୧ ହଜାର ୭୧୩, ଉତ୍ତରାଖଣ୍ଡରେ ୨୧ ହଜାର ୪୮୭, ଆନ୍ଧ୍ରପ୍ରଦେଶରେ ୧୯ ହଜାର ୩୨୮, ତେଲଙ୍ଗାନାରେ ୧୮ ହଜାର ୨୩୭, ମିଜୋରାମରେ ୧୨ ହଜାର ୮୪୬, ଆସାମରେ ୧୦ ହଜାର ୭୧୮ ଏବଂ ମଣିପୁରର ୧୦ ହଜାର ୪୫୭ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା। କେତେକ ସ୍ଥାନରେ ପ୍ରାକୃତିକ ଉପାୟରେ ନିଆଁ ଲାଗି ଥିବାବେଳେ ଅନ୍ୟ କେତେକ ସ୍ଥାନରେ ବିଡ଼ି, ସିଗାରେଟ ନିଅଁ। ବନାଗ୍ନିର କାରଣ ବୋଲି ଏଫ୍‌ଏସ୍‌ଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସାଟେଲାଇଟ ଆଧାରିତ ସ୍ବୟଂକ୍ରିୟ ଜଙ୍ଗଲ ନିଆଁ ତଦାରଖ ଓ ସତର୍କ ବ୍ୟବସ୍ଥା ମାଧ୍ୟମରେ ବନାଗ୍ନି ଉପରେ ନଜର ରଖିବା ଲାଗି ଏଫ୍‌ଏସଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତଦନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିୟମିତ ଏସଏମ୍‌ଏସ ଜରିଆରେ ସୂଚନା ପ୍ରଦାନ କରାଯାଉଛି। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି। ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର। ଏହାଛଡ଼ା ଜଙ୍ଗଲ ନିଆଁ ସମ୍ପର୍କରେ ଏଫ୍‌ଏସ୍‌ଆଇ ପକ୍ଷରୁ ପ୍ରତି ସପ୍ତାହରେ ଆଗୁଆ ସୂଚନା ଦିଆଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ...

ଆମ୍ବୁଲାନ୍ସ ଭଡ଼ା ଆକାଶଛୁଆଁ

ଭୁବନେଶ୍ୱର,୧୨ା୫(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହିଛି। ସ୍ଥିତି ଏପରି ହୋଇଛି ରୋଗୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସର ଅଭାବ ପଡୁଛି। ଏହାର ସୁଯୋଗ ନେଇ...

କେନ୍ଦ୍ରୀୟ ଅଧିକାରୀଙ୍କୁ ଡକରା

ଭୁବନେଶ୍ୱର,୧୭।୨(ବ୍ୟୁରୋ): ବିଭିନ୍ନ ସର୍ବଭାରତୀୟ ସେବା (ଏଆଇଏସ୍‌) ଏବଂ ଆଲାଏଡ୍‌ ସେବା ଅଧିକାରୀମାନେ ଯେପରି ଓଡ଼ିଶା ଆସି କାର୍ଯ୍ୟ କରିପାରିବେ, ସେନେଇ ରାଜ୍ୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ...

ଜେଲ ଭିତରେ ଅର୍ଚ୍ଚନାଙ୍କୁ ଜେରା ଯୋଜନା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଜେଲରେ ଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ତଦନ୍ତ ସେପରି ଆଗେଇ ପାରିନାହିଁ। ଇତିମଧ୍ୟରେ ୧୦ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୨,୫୦୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ...

CORONAVIRUS UPDATE: ଜଗତସିଂହପୁରରେ ପୁଣି ୨୦ କରୋନା ପଜିଟିଭ; ସମସ୍ତେ କୋଲକତା ଫେରନ୍ତା

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ଜଗତସିଂହପୁର ଜିଲାରେ ସୋମବାର ଅପରାହ୍ନରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନାଉଗାଁ ବ୍ଲକ ଜାମୁଗାଁ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ...

ପୁରୀ-ବଡ଼ବିଲ ଇଣ୍ଟରସିଟି ଶୀଘ୍ର ଚାଲିବ

କେନ୍ଦୁଝର, ୨୯।୩ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର(ଜି.ଏମ୍‌) ଅର୍ଚ୍ଚନା ଯୋଶୀ ଓ ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ମ୍ୟାନେଜର ରିଙ୍କେଶ ରାୟ ଏକ...

Advertisement
Archives

Model This Week