କୋଇଲା ଟ୍ରେନ୍‌ରେ ନିଆଁ

ଭଣ୍ଡାରିପୋଖରୀ/ବନ୍ତ,୨୮।୧୨(ସ୍ବ.ପ୍ର./ଡି.ଏନ.ଏ.: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ ରେଳ ଷ୍ଟେଶନ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ଟ୍ରେନ୍‌ଟି ପାରାଦୀପରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ମଞ୍ଜୁରୀରୋଡ୍‌ ଷ୍ଟେଶନର ଡାଉନ ଲାଇନରେ ଟ୍ରେନ୍‌ ଅଟକି ରହିଥିଲା। ଖବରପାଇ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ନ ଥିଲା। ଷ୍ଟେଶନ ପାର୍ଶ୍ୱ ଅଞ୍ଚଳରେ ଚାଷଜମି ରହିଥିବା ବେଳେ ସଂକୀର୍ଣ୍ଣ ସ୍ଥାନ ଯୋଗୁ ନିଆଁ ଆୟତ୍ତ ହୋଇ ନ ଥିଲା। ଏହାପରେ ଟ୍ରେନ୍‌କୁ କେନ୍ଦୁଆପଦା ଷ୍ଟେଶନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାୟ ୪ରୁ ୫ଘଣ୍ଟା ପରିଶ୍ରମ ପରେ ଧାମନଗର ଓ ଭଣ୍ଡାରିପୋଖରୀ ଦମକଳ ବାହିନୀ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲେ। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ରେଳ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟପଥରୁ ଦୂରଉଛି ଆର୍‌ଏସ୍‌ଏସ୍‌: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୬।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା, ଏବେ ସେଥିରୁ ଦୂରେଇଯାଉଛି ବୋଲି କହିଛନ୍ତି...

ଗୁଳି ଫୁଟାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଉଦ୍ୟମ

ବାହାନଗା/ସୋର, ୨୮।୧୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନାୟକ ବନ୍ଧ ଛକରେ ବୁଧବାର ମଧ୍ୟାହ୍ନରେ ୩ ଜଣ ଡକାୟତ ବାଇକ୍‌ରେ ଆସି...

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

ପଦ୍ମପୁର,୨୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ପଞ୍ଚାୟତର ଗୋକୁଳପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରେବତୀ ମହାକୁଡ଼ଙ୍କ ବାପଘରୁ...

ପୁଅ ଚିତା ନ ଲିଭୁଣୁ ଆଖି ବୁଜିଲେ ମା’

ପାତ୍ରପୁର,୨୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ପୁଅର ଚିତା ଜଳୁଥିବା ବେଳେ ମା’ଙ୍କ ମୃତ୍ୟୁ...

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନି ଉଠାଜଳସେଚନ ପ୍ରକଳ୍ପ

କାଶୀନଗର,୧୬।୧୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ଓ ଏନ୍‌ଏସିର ଚାଷ ଜମିକୁ ଜଳସେଚନ ପାଇଁ ୨୦୧୯ରେ ବଥବା ଠାରେ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ...

ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡ଼ିବେନି ଅଭିଭାବକ

ଭଞ୍ଜନଗର,୧୨।୮(ଡି.ଏନ୍‌.ଏ.)- କେନ୍ଦ୍ର ସରକାର ସେପ୍ଟେମ୍ବରରେ ବିଦ୍ୟାଳୟ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଅଭିଭାବକଙ୍କ ଫିଡ୍‌ବ୍ୟାକ୍‌ ମଗାଯିବ। କିନ୍ତୁ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ।...

ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ...

ବାୟାପଣ୍ଡାଧାର ଜୁଆଙ୍ଗ ସାହିରେ ପହଞ୍ଚିଲେ ଆଇଟିଡିଏ ଟିମ୍‌

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌...

Advertisement
Archives

Model This Week