ବାଣ ବେପାରୀ ବାଟବଣା

ଭୁବନ, ୮।୧୧(ଡି.ଏନ.ଏ.):  ଦୀପାବଳିରେ ବାଣ ଫୁଟିବ ନାହିଁ। କରୋନା ସଂକ୍ରମଣ ପାଇଁ ଚଳିତବର୍ଷ ଜାରି କରାଯାଇଥିବା ଏହି ସରକାରୀ କଟକଣା ସିଜିନ ବାଣ ବ୍ୟବସାୟୀଙ୍କ ମଧ୍ୟରେ ନିରାଶା ଖେଳାଇ ଦେଇଛି। ସରକାର କଟକଣା ଜାରି କରିବା ଆଗରୁ ବହୁ ବ୍ୟବସାୟୀ ବାଣ କିଣି ସାରିଥିଲେ। ଆଉ କେତେଜଣ ହୋଲ୍‌ସେଲରଙ୍କୁ ଅଗ୍ରିମ ଦେଇ ସାରିଥିଲେ। ହେଲେ ପର୍ବକୁ ମାତ୍ର ଦିନକେଇଟା ବାକି ଥିବାବେଳେ ହଠାତ୍‌ ଏପରି ଗାଇଡ୍‌ଲାଇନ୍‌ ବାଣ ବେପାରୀ ଏବଂ ବେପାରକୁ ବାଟବଣା କରିଦେଇଛି।
ବାଣ ବ୍ୟବସାୟ ପାଇଁ ଢେଙ୍କାନାଳ ଜିଲାର ଭୁବନ ବ୍ଲକର ରହିଛି ପରିଚୟ। ଏଠାରେ ଯଦିଓ ବାଣ ତିଆରି ହୁଏ ନାହିଁ, ତଥାପି ଆତସବାଜିର ଚାହିଦା ଥିବାରୁ କଟକ, ଭୁବନେଶ୍ୱର, କୁଆଖିଆ, ଯାଜପୁର, ତିଗିରିଆ ଏବଂ ତାଳଚେରରୁ ବାଣ ଆଣି ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ। ଏହି ଋତୁକାଳୀନ ବ୍ୟବସାୟ ପାଇଁ ବ୍ଲକ ଏବଂ ଏନ୍‌ଏସିର ୨୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଏକ୍ସପ୍ଲୋସିଭ ଲାଇସେନ୍ସ ଆଣୁଥିଲେ। ସରକାରୀ ଗାଇଡ୍‌ ଲାଇନ ଅନୁଯାୟୀ ଗୋଟିଏ ସ୍ଥାନରେ ସେମାନେ ଷ୍ଟଲ ଖୋଲି ବିକ୍ରି କରୁଥିଲେ। ଦୀପାବଳି ସମୟରେ ହାରାହାରି ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିକ୍ରିବଟା ହେଉଥିବାବେଳେ ଜଣକା ୫୦ ହଜାର ଟଙ୍କା ଯାଏ ଲାଭ ପାଉଥିଲେ। ଏହି ଅର୍ଥରେ ସେମାନଙ୍କ ପରିବାର ୫-୬ ମାସ ଚଳିଯାଉଥିଲା। ହେଲେ ଚଳିତବର୍ଷ କରୋନା ଗାଇଡ୍‌ଲାଇନ ସେମାନଙ୍କୁ ନିରାଶ କରିଛି।
ଅପରପକ୍ଷେ ବାଣ ଦୀର୍ଘଦିନ ରହିଲେ ନଷ୍ଟ ହୋଇଯିବା ଆଶଙ୍କା ରହିଛି। ତେଣୁ କିଣା ସରିଥିବା ବାଣ କ’ଣ କରିବେ, କେଉଁଠି ସାଇତି ରଖିବେ ଏବଂ ଦିଆସରିଥିବା ଅଗ୍ରିମ କିପରି ଫେରିପାଇବେ ତାହାକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ଏପରି କଟକଣାକୁ ଅଞ୍ଚଳର ଅନେକେ ସ୍ବାଗତ କରିଛନ୍ତି। ଜୀବନ ବଞ୍ଚତ୍ଲେ ଆସନ୍ତା ବର୍ଷକୁ ପର୍ବ ପାଳନ କରିହେବ ବୋଲି ସେମାନେ ମତ ଦେଇଛନ୍ତି।

ବିକିଲେ, ଫୁଟାଇଲେ କାର୍ଯ୍ୟାନୁଷ୍ଠାନ
ସରକାରଙ୍କ ନିୟମ ଅନୁଯାୟୀ ଜିଲାପାଳ ଏକ୍ସପ୍ଲୋସିଭ ଲାଇସେନ୍ସ ଉପରେ କଟକଣା ଜାରି କରିଛନ୍ତି। ବାଣ ବିକିଲେ କିମ୍ବା ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୋଲିସ ଟିମ୍‌ ଗଠନ କରାଯାଇଛି। ନିୟମକୁ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ।

– ଜିତେନ୍ଦ୍ର କୁମାର ସାହୁ, ଭୁବନ ଥାନାଧିକାରୀ

ବର୍ଷକର ବ୍ୟବସାୟ ବୁଡ଼ିଲା
ବାଣ ବ୍ୟବସାୟୀଙ୍କ ବର୍ଷକର ପେଟପାଟଣା କଥା ବୁଝୁଥିଲା ଦୀପାବଳି। ପ୍ରଶାସନଠାରୁ ଅନୁମତି ଆଣି ୨ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ବ୍ୟବସାୟ କରୁଥିଲୁ। ୪୦ରୁ ୫୦ ହଜାର ଟଙ୍କା ଯାଏ ଲାଭ ହେଉଥିଲା। ଆଦାୟ ଅର୍ଥରୁ ଟିକସ ମଧ୍ୟ ଦେଉଥିଲୁ। ହେଲେ କରୋନା ପାଇଁ ବର୍ଷକର ବ୍ୟବସାୟ ବୁଡ଼ିଗଲା।
-ଅକ୍ଷୟ କୁମାର ଦାସ, ବାଣ ବ୍ୟବସାୟୀ

ଖୁସି ଧୂଳିସାତ୍‌ ହୋଇଯାଇଛି
ସରକାରୀ ଗାଇଡ୍‌ଲାଇନ୍‌ ପାଇଁ ଚଳିତବର୍ଷ ଆଲୋକର ପର୍ବ ଦୀପାବଳି ଫିକା ପଡ଼ିବ। କରୋନା ପାଇଁ ସବୁ ଖୁସି, ଉତ୍ସାହ ଧୂଳିସାତ୍‌ ହୋଇଯାଇଛି। ବାଣ ଫୁଟାଇ ନ ପାରିବା ଛୋଟ ଛୋଟ ପିଲାଙ୍କୁ ବେଶି କଷ୍ଟ ଦେଇଛି। କରୋନା ସଂକ୍ରମଣ କମିଲେ ଆସନ୍ତା ବର୍ଷକୁ ଧୁମ୍‌ଧାମରେ ଆଲୋକର ଏହି ପର୍ବ ପାଳନ କରିବାର ଅବସର ମିଳିବ।
– ନିରଞ୍ଜନ ନାୟକ, ଅଧ୍ୟାପକ

ଲୋକଙ୍କ ମନରେ ଉତ୍ସାହ ନାହିଁ
ଦୀପାବଳି ପର୍ବର ବହୁ ଦିନ ଆଗରୁ ଲୋକମାନେ ଘର ସଜାଇବା ପାଇଁ ଲିଚୁ ଲାଇଟ୍‌ କିଣି ନେଇଥାନ୍ତି। ଚଳିତବର୍ଷ ସରକାର ବାଣ ବ୍ୟବସାୟ ଉପରେ କଟକଣା ଲଗାଇଥିବାରୁ ଲାଇଟ୍‌ ଅଧିକ ବିକ୍ରିବଟା ହେବ ବୋଲି ଆଶା ରହିଛି। ହେଲେ କରୋନା ମାଡ଼ରେ ଅର୍ଥାଭାବର ଶିକାର ହୋଇଥିବା ଲୋକଙ୍କ ମନରେ ପର୍ବପର୍ବାଣି ପାଳନ କରିବାକୁ ଉତ୍ସାହ କମିଯାଇଛି।
– ବିଳାସ କୁମାର ସାମଲ, ଲିଚୁ ଲାଇଟ୍‌ ଦୋକାନୀ

ଦୀପ ବ୍ୟବସାୟରୁ ଲାଭ ଆଶା
ବାଣ ବ୍ୟବସାୟ ବନ୍ଦ କରାଯାଇଥିବା ଜାଣିବା ପରେ ଦୀପ ବିକ୍ରି ଭଲ ହେବ ବୋଲି ଆଶା ଅଛି। ସେଥିପାଇଁ ଅଧିକ ଦୀପ ତିଆରି କରାଯାଇଛି। ଗତବର୍ଷ ୨ମାସ ଆଗରୁ ଦୀପାବଳି ପାଇଁ ଅର୍ଡର ମିଳିଥିଲା। ଚଳିତବର୍ଷ ଏହା କମିଛି। ଦୀପାବଳିକୁ ସପ୍ତାହେ ଥିବାବେଳେ ଦିନେ ଦୁଇଦିନ ଭିତରେ ବ୍ୟବସାୟ ବଢ଼ିବା ସମ୍ଭାବନା ରହିଛି।
– ଅନାମ ଚରଣ ସାହୁ, କୁମ୍ଭକାର


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri