ପୁଣି ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ

କାଷ୍ଟାଇକ୍‌(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବରଦସ୍ତ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଲସ୍‌ଏଞ୍ଜେଲ୍ସର ଉତ୍ତରରେ ୮୦ କିଲୋମିଟର ଦୂରରେ ଥିବା ପାର୍ବତ୍ୟାଞ୍ଚଳରେ ନିଆଁ ଲାଗିଥିବାବେଳେ ପ୍ରବଳ ଧୂମକୁଣ୍ଡଳୀ ଉଠୁଥିବା ଦେଖାଯାଇଛି। ମେଟ୍ରୋପଲିଟାନ୍‌ ଅଞ୍ଚଳରେ ୨ ବୃହତ୍‌ ବନାଗ୍ନି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇ ନ ଥିବାବେଳେ ଆଉ ଏକ ଜଙ୍ଗଲ ନିଆଁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲସ୍‌ଏଞ୍ଜେଲ୍ସର ପଲିସାଡେସ୍‌ ନିଆଁ ୨୩,୪୪୮ ଏକର ଅଞ୍ଚଳକୁ ଜାଳି ଦେଇଥିବାବେଳେ ଏପର୍ଯ୍ୟନ୍ତ ୬୮ ପ୍ରତିଶତ ନିର୍ବାପିତ ହୋଇଛି। ସେହିପରି ଏଟନ୍‌ ନିଆଁ ୧୪,୦୨୧ ଏକରକୁ ଜାଳିଥିବାବେଳେ ଏହାର ୯୧ ପ୍ରତିଶତକୁ ଲିଭାଯାଇପାରିଛି। ହୁଘ୍‌ସ ଅଞ୍ଚଳରେ ଲାଗିଥିବା ନିଆଁ ବୁଧବାର କିଛି ଘଣ୍ଟା ମଧ୍ୟରେ ଏତେଶୀଘ୍ର ବ୍ୟାପିଯାଇଥିଲା, ଯାହା ଏଟନ୍‌ ବନାଗ୍ନିର ଦୁଇତୃତୀୟାଂଶ ଅଞ୍ଚଳ ହେବ ବୋଲି କୁହାଯାଉଛି।

ନିଆଁ ଏତେ ଭୟାବହ ହୋଇଛି ଯେ, ୩୧ ହଜାର ଲୋକଙ୍କୁ ତୁରନ୍ତ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯିବା ସହ ଅନ୍ୟ ୨୩ ହଜାର ଲୋକଙ୍କୁ ସ୍ଥାନ ଛାଡ଼ି ପଳାଇଯିବା ପାଇଁ ସତର୍କ କରିଦିଆଯାଇଥିବା ଲସ୍‌ଏଞ୍ଜେଲ୍ସ କାଉଣ୍ଟି ଶେରିଫ୍‌ ରବର୍ଟ ଲୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri