ପୁଣି ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ

କାଷ୍ଟାଇକ୍‌(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବରଦସ୍ତ ସ୍ଥାନାନ୍ତର କରିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଲସ୍‌ଏଞ୍ଜେଲ୍ସର ଉତ୍ତରରେ ୮୦ କିଲୋମିଟର ଦୂରରେ ଥିବା ପାର୍ବତ୍ୟାଞ୍ଚଳରେ ନିଆଁ ଲାଗିଥିବାବେଳେ ପ୍ରବଳ ଧୂମକୁଣ୍ଡଳୀ ଉଠୁଥିବା ଦେଖାଯାଇଛି। ମେଟ୍ରୋପଲିଟାନ୍‌ ଅଞ୍ଚଳରେ ୨ ବୃହତ୍‌ ବନାଗ୍ନି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇ ନ ଥିବାବେଳେ ଆଉ ଏକ ଜଙ୍ଗଲ ନିଆଁ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଲସ୍‌ଏଞ୍ଜେଲ୍ସର ପଲିସାଡେସ୍‌ ନିଆଁ ୨୩,୪୪୮ ଏକର ଅଞ୍ଚଳକୁ ଜାଳି ଦେଇଥିବାବେଳେ ଏପର୍ଯ୍ୟନ୍ତ ୬୮ ପ୍ରତିଶତ ନିର୍ବାପିତ ହୋଇଛି। ସେହିପରି ଏଟନ୍‌ ନିଆଁ ୧୪,୦୨୧ ଏକରକୁ ଜାଳିଥିବାବେଳେ ଏହାର ୯୧ ପ୍ରତିଶତକୁ ଲିଭାଯାଇପାରିଛି। ହୁଘ୍‌ସ ଅଞ୍ଚଳରେ ଲାଗିଥିବା ନିଆଁ ବୁଧବାର କିଛି ଘଣ୍ଟା ମଧ୍ୟରେ ଏତେଶୀଘ୍ର ବ୍ୟାପିଯାଇଥିଲା, ଯାହା ଏଟନ୍‌ ବନାଗ୍ନିର ଦୁଇତୃତୀୟାଂଶ ଅଞ୍ଚଳ ହେବ ବୋଲି କୁହାଯାଉଛି।

ନିଆଁ ଏତେ ଭୟାବହ ହୋଇଛି ଯେ, ୩୧ ହଜାର ଲୋକଙ୍କୁ ତୁରନ୍ତ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯିବା ସହ ଅନ୍ୟ ୨୩ ହଜାର ଲୋକଙ୍କୁ ସ୍ଥାନ ଛାଡ଼ି ପଳାଇଯିବା ପାଇଁ ସତର୍କ କରିଦିଆଯାଇଥିବା ଲସ୍‌ଏଞ୍ଜେଲ୍ସ କାଉଣ୍ଟି ଶେରିଫ୍‌ ରବର୍ଟ ଲୁନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?