ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର ଜଙ୍ଗଲ ଜଳିଯାଇଛି। ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ନିଆଁ ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପୁଛି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ଭାବେ ଜନବସତିମୁହାଁ ହେଉଥିବା ବେଳେ ସ୍ଥାନୀୟ ଅଧିବାସୀ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ନିଆଁ ଲିଭାଇବା ପାଇଁ ବନ ଓ ଅଗ୍ନିଶମ ବିଭାଗ ନାକେଦମ୍‌ ହୋଇ ପଡ଼ିଲେଣି। ଅଭୟାରଣ୍ୟର ୫ଟି ଡିଭିଜନ ଅଧୀନ ୨୧ଟି ରେଞ୍ଜ ମଧ୍ୟରୁ ଚନ୍ଦନଚତୁରୀ, ଡିଗ୍‌ଡିଗା, ଡୁକୁରା, ପୋଡ଼ାଡ଼ିହା, ଠାକୁରମୁଣ୍ଡା, ବରେହିପାଣି ଏବଂ ଅସ୍ତକୁଅଁାର ରେଞ୍ଜ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଅଭୟାରଣ୍ୟର ଦକ୍ଷିଣରେ ଥିବା ପୋଡ଼ାଡ଼ିହା ରେଞ୍ଜ ଅଧୀନ ଅନନ୍ତପୁର ଓ ବାଲିନଳା ଜଙ୍ଗଲ, ଉତ୍ତରରେ ଥିବା ଠାକୁରମୁଣ୍ଡା ରେଞ୍ଜ ମିଟୁଆଣି ଓ କେନ୍ଦୁମୁଣ୍ଡି, ପୂର୍ବରେ ଥିବା ଡୁକୁରା ରେଞ୍ଜ ଅଧୀନ ବହଳଦା ଏବଂ ପଶ୍ଚିମରେ ଥିବା ବାଙ୍ଗରିପୋଷୀ ରେଞ୍ଜ ଅନ୍ତର୍ଗତ ନେତ୍ରାପାଟ ଜଙ୍ଗଲରେ ନିଆଁ ଲାଗି ଶତାଧିକ ହେକ୍ଟର ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଛି। ପତ୍ରଝଡ଼ା ପରେ ଜଙ୍ଗଲର ଚାରିଆଡ଼େ ଶୁଖିଲା ପତ୍ର ପଡ଼ି ରହିଥିବାରୁ ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ଓ କେତେକ ଲୋକ ମହୁଲ ଫୁଲ ଗୋଟାଇବା ପାଇଁ ଏପରି ହୀନ ଉଦ୍ୟମ କରୁଥିବା ପୋଡ଼ାଡ଼ିହା ଗ୍ରାମର ଅମର ସିଂ କହିିଛନ୍ତି ା ପ୍ରତିବର୍ଷ ପତ୍ରଝଡ଼ା ସମୟରେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଛୋଟବଡ଼ ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ନଷ୍ଟ ହେଉଛି। ଜଙ୍ଗଲରେ ଥିବା ସରୀସୃପ ଓ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି ଅବତୈନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ା ନିଆଁ ନ ଲାଗିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲରେ ଲାଇନିଂ କରାଯାଉଥିବା ନେଇ କାଗଜପତ୍ରରେ ଦର୍ଶାଯାଉଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳର ରମେଶ ସିଂ, ବୁଧିଆ ହେମ୍ବ୍ରମ, ଚୈତନ୍ୟ ହାଁସଦା ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ସେହିପରି କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ଜୀବଜନ୍ତୁ ଶିକାର ପାଇଁ ପ୍ରୟାସ କରୁଥିବା ଠାକୁରମୁଣ୍ଡା ଅଞ୍ଚଳର ସମରାୟ ସିଂ, ମାଧବ ହାଁସଦା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରୁ ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଆବଶ୍ୟକ କର୍ମଚାରୀ, ଅଗ୍ନି ନିରାପତ୍ତା ଯନ୍ତ୍ର ନେଇ ବନ ସୁରକ୍ଷା ସମିତି, ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri