Categories: ଖେଳ

ଲକ୍ଷ୍ୟ, କୋଚ୍‌ ବିମଲଙ୍କ ବିରୋଧରେ ଏଫ୍‌ଆଇଆର୍‌

ନୂଆଦିଲ୍ଲୀ, ୪ା୧୨ (ପି.ଟି.): ବୟସ ଜାଲିଆତି ଓ ଠକେଇ ପାଇଁ ଭାରତର ନମ୍ବର ଓ୍ବାନ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଓ ତାଙ୍କ ପରିବାର ଏବଂ ପୂର୍ବତନ ଜାତୀୟ କୋଚ୍‌ ବିମଲ କୁମାରଙ୍କ ବିରୋଧରେ ବେଙ୍ଗାଲୁରୁରେ ଏକ ମାମଲା ଦରଜ ହୋଇଛି। ଏଫ୍‌ଆଇଆର ଦରଜ କରିଥିବା ଏମ୍‌. ଗୋଭିଆପ୍ପା ନାଗରାଜା ଅଭିଯୋଗ କରିଛନ୍ତି, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଲକ୍ଷ୍ୟ ଏବଂ ତାଙ୍କ ଭାଇ ଚିରାଗ ବୟସ ଜାଲିଆତି କରି ୨୦୧୦ ଠାରୁ ବୟସବର୍ଗରେ ଟୁର୍ନାମେଣ୍ଟ ଖେଳି ଆସୁଛନ୍ତି। ଅଭିଯୋଗ ପତ୍ରରେ ଲକ୍ଷ୍ୟଙ୍କ ପିତା ଧୀରେନ୍ଦ୍ର, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଜଣେ କୋଚ୍‌, ମାତା ନିର୍ମଳା, ଦୁଇ ଜଣଙ୍କୁ ୧୦ ବର୍ଷ ହେଲା କୋଚିଂ ଦେଇ ଆସୁଥିବା କୁମାରଙ୍କ ନାମ ଉଲ୍ଲେଖ କରାଯାଇଛି। ସେନ୍‌ ଭ୍ରାତୃଦ୍ୱୟଙ୍କ ଘର ହେଉଛି ଉତ୍ତରାଖଣ୍ଡରେ। ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ କୁମାରଙ୍କ ଅଧୀନରେ ଟ୍ରେନିଂ ନେଉଥିଲେ। ଅଭିଯୋଗକାରୀ ଜଣକ ଦର୍ଶାଇଛନ୍ତି ଯେ, ଲକ୍ଷ୍ୟଙ୍କ ମାତାପିତା ସହ କୁମାର ୨୦୧୦ରେ ଜନ୍ମ ପ୍ରମାଣପତ୍ର ଜାଲିଆତି କରିଛନ୍ତି। ଅଭିଯୋଗ ଯଦି ସତ୍ୟ ପ୍ରମାଣିତ ହୁଏ ତେବେ ନିକଟରେ ଅର୍ଜୁନ ପୁରସ୍କାର ପାଇଥିବା ଏହି ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ ରେକର୍ଡକୁ ରଦ୍ଦ କରିଦିଆଯିବ।

Share