ମିଟର ଖରାପଅଛି କହି ପକାଇଥିଲେ ଫାଇନ୍‌ : ରାଗିଗଲେ ଗ୍ରାମବାସୀ, ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ସମେତ ୫ଙ୍କୁ ରଖିଲେ ଅଟକ

ଦିଗପହଣ୍ଡି,୧୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ସାହାସପୁର ଗ୍ରାମରେ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ସୋମବାର ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ସୂଚନା ପ୍ରକାରେ ପୂର୍ବରୁ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ପକ୍ଷରୁ ବାରମ୍ବାର ଗ୍ରାମକୁ ଆସି ସାଧାରଣ ଗରିବ ଲୋକଙ୍କ ଘରେ ପଶି ମିଟର ଖରାପ ଅଛି କହି ଗ୍ରାମର ୮ ଜଣଙ୍କୁ ୧୫ ହଜାରରୁ ୨୦ ହଜାର ଟଙ୍କା ଲେଖାଏ ଜରିମାନା ପକାଇ ନୋଟିସ ଦେଇଥିଲେ। ସୋମବାର ପୁଣି ଥରେ ଏକ ବୋଲେରୋ ଗାଡ଼ିରେ ୭ ଜଣ ବିଭାଗୀୟ କର୍ମଚାରୀ ସାହାସପୁର ବଡ଼ସାହିରେ ପହଞ୍ଚି କେତେ ଜଣ ବ୍ୟକ୍ତିଙ୍କ ଘରେ ପଶି ଭିଡିଓ ଉତ୍ତୋଳନ କରିବା ସହ ବିଦ୍ୟୁତ୍‌ ମିଟର ଖରାପ ଅଛି କହି ଏହାର ସିଲ୍‌ ଭାଙ୍ଗିଥିଲେ। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌କୁ ଘେରି ଗ୍ରାମ ମଣ୍ଡପରେ ଅଟକ ରଖିଥିଲେ। ଟିପିଏସ୍‌ଓଡିଏଲ୍‌ ଏବେ ସାଧାରଣ ଗରିବ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ବିଦ୍ୟୁତ୍‌ ମିଟର ଖରାପ ଅଛି କହି ଗ୍ରାମର ୭ ଜଣଙ୍କୁ ପୂର୍ବରୁ ଜରିମନା ପକାଯାଇଛି। ସମ୍ପୃକ୍ତ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କଠାରୁ ଜରିମାନା ଅସୁଲ ନ କରିବା ପାଇଁ ପ୍ରତିଶ୍ରୁତି ଦେଲେ ଅଟକ କର୍ମଚାରୀଙ୍କୁ ଛାଡ଼ିବେ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପାଟପୁର ଥାନା ଏସ୍‌ଆଇ ଶ୍ରୀନିବାସ ଦାସ, ସରପଞ୍ଚ ସୁଶାନ୍ତ ସେଠୀ, ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ପ୍ରମୁଖ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଗ୍ରାମବାସୀଙ୍କୁ ଲିଖିତ ଭାବେ ନିଜର ଭୁଲ ସ୍ବୀକାର କରି ଜରିମନା ଆଦାୟ କରାଯିବ ନାହିଁ ବୋଲି ଦେଇଥିଲେ। ଚଢାଉ ଧରପଗଡ ପୂର୍ବରୁ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ଗ୍ରାମର ମୁଖିଆଙ୍କ ଅନୁମତି ନିଆଯିବ ବୋଲି କହିବା ପରେ ଗ୍ରାମବାସୀ ଅଟକ ରଖିଥିବା କର୍ମଚାରୀ ସ୍ମୃତି ରଞ୍ଜନ ନାୟକ, ସୁନିଲ ରଥ, ରାଜ ମୋହନ ବିଷୋୟୀ, ଲକିପ୍ରିୟା ମହାରଣା, ନନ୍ଦ ସାହୁ ପ୍ରମୁଖଙ୍କୁ ପୋଲିସ ଉପସ୍ଥିତିରେ ଛାଡିଥିଲେ। ଏନେଇ ପାଟପୁର ବିଦ୍ୟୁତ୍‌ ସେକ୍ସନ ସହକାରୀ ଯନ୍ତ୍ରୀ ଇଂ.ଦିଲ୍ଲୀପ ବଳିଆରସିଂଙ୍କୁ ପଚାରିବାରୁ ସେ କହିଲେ ଯେଉଁ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ମିଟର ଖରାପ ଥିବ ନୂଆ ମିଟର ସଂଯୋଗ ପାଇଁ ବିଭାଗ ପକ୍ଷରୁ ସେମାନଙ୍କୁ ନିୟୋଜିତ କରାଯାଇଛି। ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇବାକୁ ଯାଇଥିଲେ ୨ ଭାଇ ୩ ବର୍ଷର ନାତୁଣୀଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣା: ବଡ଼ଭାଇ ମୃତ, ସାନ …

ଗୁଡ଼ାରି, ୨୨।୪ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ର ବକାଗୁଡ଼ା ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଏକ ମୋଟର ସାଇକେଲ ମଙ୍ଗଳବାର ଅପରାହ୍ନରେ…

ଦିବ୍ୟାଙ୍ଗ ନାବାଳିକାଙ୍କୁ କିଏ କଲେ ଗର୍ଭବତୀ: ଅଞ୍ଚଳର ୭ ସଦସ୍ୟଙ୍କ ଗଲା ନମୁନା, ରିପୋର୍ଟରୁ ଜଣାପଡ଼ିଲା ଏହି ବ୍ୟକ୍ତି କରିଥିଲେ…

କୁଚିଣ୍ଡା,୨୨।୪(ବିରଞ୍ଚତ୍ ଦର୍କା):ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ଘଟଣାରେ ଅଭିଯୁକ୍ତ ବଡବାପାଙ୍କୁ ପୋଲିସ ଗିରଫ କରି  ସମ୍ବଲପୁର ପୋକ୍‌ସୋ କୋର୍ଟକୁ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣା: ଇରାନ ପାଇଁ ହର୍ମୁଜରେ ଜାରି ରହିବ ଅବରୋଧ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଓ୍ବାଶିଂଟନ୍‌, ୨୨।୪: ହର୍ମୁଜ ପ୍ରଣାଳୀ ଉପରେ ଘନିଷ୍ଠ ହେଉଥିବା ସଙ୍କଟ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି…

ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ରଥଖଳା…

ପୁରୀ,୨୨ା୪(ଅଜିତ୍‌ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି।…

Business Eminence Awards 2026: ଡିଜିଟାଲ ପ୍ଲାଟ୍‌ଫର୍ମ ରୋଗୀଙ୍କ ଯାତାୟାତ ସମସ୍ୟା ଦୂରକରୁଛି

ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫିସର ଭାବରେ ଡା. ଆଲୋକ ଶ୍ରୀବାସ୍ତବ ନେତୃତ୍ୱ ନେଉଛନ୍ତି। ଡା. ଶ୍ରୀବାସ୍ତବ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରୁ…

ଟ୍ରମ୍ପଙ୍କୁ କେମିତି ଅସ୍ତ୍ରବିରତି ବୃଦ୍ଧି କରିବାକୁ ବାଧ୍ୟ କରିଥିଲେ ଶେହବାଜ-ମୁନିର, ମନା କରିବା ସତ୍ତ୍ୱେ କିପରି ବଦଳିଲା ମନୋଭାବ, ଜାଣନ୍ତୁ…

ଓ୍ବାଶିଂଟନ୍‌, ୨୨।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଅବଧି ଶେଷ ହେବା ପୂର୍ବରୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri