ଏମାର ମଠରେ ପୁଣି ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୭।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା, ସିନ୍ଦୁକ, ଗାଦିଘର ସମେତ ଅନେକ ଗୁପ୍ତ କୋଠରିକୁ ମେଟାଲ ଡିଟେକ୍ଟର ଦ୍ୱାରା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୪ଜଣିଆ ଟିମ୍‌ ଯାଞ୍ଚ କରିଛନ୍ତି। ମଠ ମହନ୍ତ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଟ୍ରଷ୍ଟ ବୋର୍ଡ ସଦସ୍ୟ, ପୋଲିସ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଛି। ତନ୍ନତନ୍ନ ଭାବେ ଯାଞ୍ଚ ପରେ ପାଠଶାଳା ଓ ବାଟ ଅଗଣାର ୪ଟି ସ୍ଥାନ ସ୍କାନରରେ ଆସିଥିବାରୁ ଗୋଲାକାର ଚିହ୍ନ ଦିଆଯାଇଛି। ସମ୍ପୃୃକ୍ତ ସ୍ଥାନଗୁଡ଼ିକରେ କୌଣସି ଧାତବ ପଦାର୍ଥ ଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡ ବୈଠକ ବସି ଖନନ ଲାଗି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ କହିଛନ୍ତି, ୨୦୧୧ରେ ଏମାର ମଠର ଗୁପ୍ତ ସୁଡ଼ଙ୍ଗରୁ ୫୨୨ ଖଣ୍ଡ ରୁପାଇଟା ମିଳିଥିଲା। ଏହାପରେ ଗତ ଏପ୍ରିଲ ୧୦ ତାରିଖରେ ଆଉ ୪୫ ଖଣ୍ଡ ରୁପାଇଟା ବାହାରିଥିଲା। ଏସବୁକୁ ଏବେ ପୁରୀ ଟ୍ରେଜେରିରେ ରଖାଯାଇଛି। ତେଣୁ ଏହି ମଠରେ ଆହୁରି ମୂଲ୍ୟବାନ ଧନସମ୍ପତ୍ତି ଓ ରୁପାଇଟା ଥିବା ସନ୍ଦେହ କରି ନୂଆ ଟ୍ରଷ୍ଟ ବୋର୍ଡ ଯାଞ୍ଚ ଲାଗି ଅନୁରୋଧ କରିଥିଲେ। ଏହି କ୍ରମରେ ଗୁରୁବାର ଏମାର ମଠର ପାଠଶାଳା, ବାଟ ଅଗଣା ଓ ଅନେକ ଗୁପ୍ତ କୋଠରିକୁ ଏକ ଟିମ୍‌ ଯାଞ୍ଚ କରିଛନ୍ତି। ଏଥିରେ ବ୍ୟବହୃତ ହୋଇଥିବା ମେଟାଲ ଡିଟେକ୍ଟର ଚଟାଣରୁ ମାତ୍ର ୨ଫୁଟ୍‌ ତଳେ ଥିବା ଧାତବ ପଦାର୍ଥକୁ ଚିହ୍ନଟ କରିବାରେ ସମର୍ଥ ହୋଇଥାଏ। ତେଣୁ ଆହୁରି ଗଭୀରରେ ଧାତବ ପଦାର୍ଥ ରହିଥିବା ଅନୁମାନ କରାଯାଉଛି। ଏଥିଲାଗି ଆବଶ୍ୟକ ପଡ଼ିଲେ ଅଧିକ କ୍ଷମତାସମ୍ପନ୍ନ ମେଟାଲ ଡିଟେକ୍ଟର ଆଣି ପୁନଶ୍ଚ ଯାଞ୍ଚ କରାଯିବ। ଆଗାମୀ ଦିନରେ ମଧ୍ୟ ଟ୍ରଷ୍ଟ ବୋର୍ଡ ଓ ଦେବୋତ୍ତର ବିଭାଗକୁ ସମସ୍ତ କାର୍ଯ୍ୟରେ ପ୍ରଶାସନ ଏଭଳି ଭାବେ ସହଯୋଗ କରିବ।
ସେହିପରି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ରାମାନୁଜ ନାରାୟଣ ଦାସ କହିଛନ୍ତି, ଟ୍ରଷ୍ଟ ପକ୍ଷରୁ ଚିଠି ଲେଖାଯିବା ପରେ ଏହି ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। ଆଗାମୀ ଦିନରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟ ବୋର୍ଡର ବୈଠକ ପରେ କିଭଳି ସମ୍ପୃକ୍ତ ସ୍ଥାନ ଖନନ କରାଯିବ ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଚୁଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଟ୍ରଷ୍ଟ ସଦସ୍ୟ ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, ଏମାର ମଠ ହେଉଛି ଏକ ପୁରାତନ ତଥା ବିତ୍ତଶାଳୀ ମଠ। ନଅଙ୍କ ଦୁର୍ଭିକ୍ଷ ସମୟରେ ଏଠାରୁ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ଇତିହାସ ରହିଛି। ସେହିପରି ଏହି ମଠକୁ ଦାନ ସୂତ୍ରରେ ଅନେକ ଧନସମ୍ପତ୍ତି ମିଳିଥିଲା। ତେଣୁ ଏଠାକାର ମାଟିତଳେ ଅନେକ ମୂଲ୍ୟବାନ ସାମଗ୍ରୀ ପୋତା ରହିଥାଇପାରେ। ଯାଞ୍ଚ ଟିମ୍‌ ଦ୍ୱାରା ଚିହ୍ନଟ ଗୋଲାକାର ସ୍ଥାନର ଖନନ ପାଇଁ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ବୋର୍ଡ ଚିଠି ଲେଖିବ। କମିଶନରଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri