ଅଳିଆଗଦାରେ ଜୀବିକା ଖୋଜା

ବାରିପଦା ଅଫିସ, ୧୦।୧: ରାଜା ରାଜୁଡ଼ା ଅମଳରୁ ଛଉନୃତ୍ୟକୁ ଆଦରି ଥିଲେ। ଭାରତର ବିଭିନ୍ନ ସ୍ଥାନରେ ଛଉନୃତ୍ୟ ବେଳେ ଢୋଲ ଓ ମହୁରି ବଜାଇ ବେଶ୍‌ ନାଁ କମାଇଥିଲେ। ୧୨ବର୍ଷ ବୟସରୁ ଛଉନୃତ୍ୟକୁ ନିଶା ଓ ପେସା ଭାବେ ଗ୍ରହଣ କରିଥିବା ମୟୂରଭଞ୍ଜ ଜିଲା ତେନ୍ତୁଳଡିଙ୍ଗା ଅଧୀନ ରଙ୍ଗିଆମ ସାହିର ଏହି ବର୍ଷୀୟାନ କଳାକାର ଭାନୁ ଘଡ଼େଇ(୭୦) ଆଜି ଅଲୋଡ଼ା ପାଲଟିଛନ୍ତି। ବଞ୍ଚିବା ପାଇଁ ଖୋଜୁଛନ୍ତି ରାହା। କଳାକାର ଭତ୍ତା ବାବଦକୁ ମାସକୁ ପାଉଥିବା ୧୨ଶହ ଟଙ୍କା ତାଙ୍କର ସାହାରା। କରୋନା ସମୟରେ ଛଉନୃତ୍ୟ ବନ୍ଦ ରହିିଥିବାରୁ ନିଜ କଳା ବୃତ୍ତିରୁ ଦୂରେଇଯାଇ ଅଳିଆଗଦାରୁ କାଗଜ ପେଟି ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି।
ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ବିବାହ ସମୟରେ ଢୋଲ ଓ ମହୁରି ବଜାଇ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରଠାରୁ ବେଲଗଡ଼ିଆସ୍ଥିତ ପ୍ୟାଲେସକୁ ସେ ଶୋଭାଯାତ୍ରାରେ ଆଣିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ରାଜାଙ୍କ ସମ୍ମୁଖରେ ଛଉନୃତ୍ୟର ବାଦ୍ୟ ବଜାଇ ପ୍ରଶଂସା ସାଉଁଟିଛନ୍ତି। ନାଗିନ୍‌ ଗୀତର ସ୍ବରକୁ ମହୁରି ମାଧ୍ୟମରେ ପରିବେଷଣ କରି ରାଜାଙ୍କଠାରୁ ଟଙ୍କାର ହାର ଉପହାର ରୂପରେ ପାଇଥିଲେ। ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ପୁଣେ, ଗୋଆ ଆଦି ଶହେରୁ ଊର୍ଦ୍ଧ୍ୱ ସ୍ଥାନରେ ଛଉ ବାଦ୍ୟ ପରିବେଷଣ କରି ଜିଲା ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସେ ବହୁବାର ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଓ ଉତ୍ତର ସାହି ଛଉନୃତ୍ୟ ପ୍ରତିଷ୍ଠାନରେ ଭାନୁଙ୍କ ମହୁରି ବାଜିଲେ ମେଦିନୀ କମ୍ପିଥାଏ। ମହୁରି ଶବ୍ଦ ଶୁଣି ଦର୍ଶକଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥାଏ। ପୂର୍ବପୁରୁଷଙ୍କ ବାଦ୍ୟ କଳାକୁ ଆଦରି ଯୁବାବସ୍ଥାରେ ମାସକୁ ୬୦ଟଙ୍କା ଦରମାରେ ଛଉ ବାଦ୍ୟ ପରିବେଷଣ କରୁଥିଲେ। ଏବେ ସେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିିତ ହୋଇଛନ୍ତି। ଜୀବନଜୀବିକା ନିମନ୍ତେ ଆବର୍ଜନାରୁ କାଗଜପେଟି ସଂଗ୍ରହ କରି କେଜି ୧୦ଟଙ୍କାରେ ବିକ୍ରି କରୁଛନ୍ତି। ଏଥିରୁ ଦିନକୁ ମାତ୍ର ୪୦/୫୦ଟଙ୍କା ରୋଜଗାର କରୁଛନ୍ତି। ବୃଦ୍ଧା ସ୍ତ୍ରୀ ଭାରତୀଙ୍କୁ ୬୦ ପାର ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ସେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି। ଦୁଇ ଝିଅଙ୍କ ବାହାଘର ପରେ ପୁଅର ରୋଜଗାର ତାଙ୍କ ପରିବାର ପାଇଁ ନିଅଣ୍ଟ ହୋଇପଡୁଛି। ବଂଶାନୁକ୍ରମିକ କଳାକୁ ଆପଣାଇ ପୁଅ ଟାରଜନ ମଧ୍ୟ ମହୁରି ଓ ଢୋଲକୁ ଆପଣାଇଛନ୍ତି। ସରକାର ଭାନୁଙ୍କ ପ୍ରତି ସହାୟ ହେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri