ଉନ୍ନତି ପାଇଁ ମିଳିଲା ଉପାୟ

ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ ଧରି ବହୁ ଚାଷୀ ଆଦରି ନେଇଥିଲେ ଏହାକୁ। ହେଲେ ପ୍ରଶାସନ ସଚେତନ କରିବା ସହ କଠୋର ହେବା ପରେ ନିଜ ଉନ୍ନତି ପାଇଁ ଉପାୟ ଖୋଜି ପାଇଛନ୍ତି ସେମାନେ। ଫଳରେ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଇଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଅନେକ ଚାଷୀ। ଅନ୍ୟମାନଙ୍କ ପରି ସେମାନେ ମଧ୍ୟ କଦଳୀ, ପରିବା ଫସଲ କରି ଆର୍ଥିକ ଭାବେ ସୁଦୃଢ଼ ହୋଇପାରିଥିବାରୁ ଅଧିକରୁ ଅଧିକ ଯୁବ ଚାଷୀ ଏବେ ଏହି ଅର୍ଥକରୀ ଫସଲ ଫଳାଉଥିବା ସୂଚନା ମିଳିଛି।
ଛେଣ୍ଡିପଦା ବ୍ଲକର ୫ଶହରୁ ଊର୍ଦ୍ଧ୍ୱ ଏକରରେ କଦଳୀ ଚାଷ କରାଯାଇଛି। ସେହିପରି ୮ଶହରୁ ଅଧିକ ଏକର ଜମିରେ ପରିବା ଲଗାଯାଇଛି। ବ୍ଲକର ହାଣ୍ଡିଗୋଡା ଜାମ୍ବୁନାଳିରେ ଚାଷୀମାନେ ୭୦ ହଜାର କଦଳୀ ଗଛ ଲଗାଇଥିବା ବେଳେ କୁକୁରପେଟା ଗ୍ରାମର ଚାଷୀ ୧ଲକ୍ଷରୁ ଊଦ୍ଧର୍‌ବ, ଟେଣ୍ଟୁଲୋଇ ଗ୍ରାମରେ ୪୦ ହଜାର, ବାଲିନାଳି ଗ୍ରାମରେ ୫୦ ହଜାର, ବ୍ରାହ୍ମଣବିଲ ଗ୍ରାମରେ ୭୦ ହଜାର, ଝିଣ୍ଟିପାଳରେ ୨୦ ହଜାର, ବାଗଡିଆ ଖମାର ଗ୍ରାମରେ ୧୦ ହଜାର, ବସନ୍ତପୁର ଗ୍ରାମରେ ୧୦ ହଜାର, ନୂଆଗାଁରେ ୬୦ ହଜାର, କଣଲୋଇରେ ୩୦ ହଜାର କଦଳୀ ଗଛ ଚାଷୀ ଲଗାଇଥିବା ଜଣାପଡ଼ିଛି। ସେହିପରି କମ୍ପସଲା, ବାହାଳସାହି, ବ୍ରାହ୍ମଣବିଲ, ଚାଙ୍ଗୁଡିଆ, ତେଣ୍ଟଲୋଇ, କୋରଡା, ବାଗଡିଆ, ଟାଙ୍ଗିର, ଖମାର, ଶିମିଳିପାଳ, ପାତ୍ରପଡା, ନୂଆଗାଁ, କୁଶକିଳା, କୁକୁରପେଟା, ଦୁର୍ଗାପୁର, କତଡା, ଜରପଡା, ପରା, ଉଗୀ ଆଦି ପଞ୍ଚାୟତର ୮୦୦ରୁ ଊଦ୍ଧର୍‌ବ ଏକରରେ ପରିବା ଚାଷ କରାଯାଇଛି। ଅନୁଗୋଳ, ସମ୍ବଲପୁର, ତାଳଚେର ଅଞ୍ଚଳର ବ୍ୟବସାୟୀମାନେ ଏଠାକୁ ଆସି କଦଳୀ ଓ ପରିବା କିଣି ନେଉଥିବାରୁ ଚାଷୀମାନେ ଭଲ ରୋଜଗାର କରିପାରୁଛନ୍ତି। ଦିନକୁ ଦିନ ଏହି ଫସଲର ଚାହିଦା ବଢ଼ୁଥିବାରୁ ଅଧିକରୁ ଅଧିକ ଚାଷୀ କଦଳୀ ଓ ପରିବା ଚାଷ ପାଇଁ ଆଗଭର ହେଉଥିବା ଜଣାପଡ଼ିଛି। କିନ୍ତୁ ଜଳସେଚନରେ ଥିବା ସମସ୍ୟା ଦୂର କରାଯାଉ ନ ଥିବା ବେଳେ ସରକାରଙ୍କ ନିକଟରୁ ଅଧିକ ପ୍ରୋତ୍ସାହନ ମିଳୁ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଭଲ ବିହନ, ସାର, ଔଷଧ ଓ ଉପଯୁକ୍ତ ତାଲିମର ବ୍ୟବସ୍ଥା କରିବାକୁ ଛେଣ୍ଡିପଦାର ଚାଷୀମାନେ ଦାବି କରିଛନ୍ତି।

ବର୍ଷକୁ ୫୦ ହଜାର ଲାଭ
ଛେଣ୍ଡିପଦାରେ ଏବେ କଦଳୀ ଚାଷ ଜୋର୍‌ଦାର କରାଯାଉଛି। ଚାହିଦା ବଢ଼ୁଥିବାରୁ ସବୁ ଖର୍ଚ୍ଚ ଯାଇ ବର୍ଷକୁ ୫୦ ହଜାର ଟଙ୍କା ଲାଭ ମିଳିପାରୁଛି। ହେଲେ ପ୍ରାକୃତିକ ବିପର୍ଯ୍ୟାୟଜନିତ କ୍ଷୟକ୍ଷତି ପରେ ସରକାରଙ୍କ ତରଫରୁ ଅଧିକ ସହାୟତା ଯୋଗାଇ ଦିଆଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ।
-ସୁରେଶ ଦେହୁରୀ, ଚାଷୀ, ନୂଆଗାଁ
ବଜାର ସୁବିଧା, ତାଲିମ ବ୍ୟବସ୍ଥା ହେଉ
ଅନେକ ଚାଷୀ ଗଞ୍ଜେଇ ଚାଷ ଛାଡି ଦେଇ ପରିବା ଓ କଦଳୀ ଫସଲରେ ମନୋନିବେଶ କରିଛନ୍ତି। କିନ୍ତୁ କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ବଜାର ସୁବିଧା ସହ ଉନ୍ନତ ପ୍ରଣାଳୀରେ ଚାଷ କରିବା ପାଇଁ ତାଲିମ ଦେବାର ଆବଶ୍ୟକତା ରହିଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଉ।
-ଜନ୍ମେଜୟ ମାଝି, ସରପଞ୍ଚ, କଣଲୋଇ
ଉପଯୁକ୍ତ ପ୍ରୋତ୍ସାହନ ଉତ୍ସାହିତ କରିବ
ସରକାରଙ୍କ ପକ୍ଷରୁ ଉପଯୁକ୍ତ ତାଲିମ ଓ ସହଯୋଗ ଦିଆଗଲେ ଚାଷୀଙ୍କ ରୋଜଗାର ଦୁଇଗୁଣିତ ହୋଇପାରିବ। ଅନ୍ୟ ଅଞ୍ଚଳର ଚାଷୀମାନଙ୍କୁ ଏହା ଉତ୍ସାହିତ କରିବ। ରାଜ୍ୟରେ ଅଧିକରୁ ଅଧିକ କଦଳୀ ଓ ପରିବା ଚାଷ କରାଯିବା ଦ୍ୱାରା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଇପାରିବ।
-ଲଳିତ କୁମାର ପ୍ରଧାନ, ଚାଷୀ, ବାଲିନାଳୀ
ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଉ
କଦଳୀ ଓ ପରିବା ଚାଷ ବହୁ ଚାଷୀଙ୍କ ଆର୍ଥିକ ସଂକଟକୁ ଦୂର କରିପାରୁଛି। ଚାହିଦା ତୁଳନାରେ ଏବେ ଉତ୍ପାଦନ କମ୍‌ ଥିବାରୁ ଏହି ଚାଷକୁ ଅଧିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ସେହିପରି ଜଳସେଚନ ଦିଗରେ ସରକାର ପଦକ୍ଷେପ ନେଲେ ଅଧିକ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ।
-ରୋହିତ ସାହୁ, ଚାଷୀ, ବାଲିନାଳୀ
ଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି
ଋତୁ ଅନୁଯାୟୀ ଚାଷୀ କିପରି ଫସଲ ରକ୍ଷା କରିପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପୂର୍ବପରି ସେମାନଙ୍କୁ ସାର, ଔଷଧ ସିଧାସଳଖ ଦିଆଯାଉନାହିଁ। ଚାଷୀ ତାହାକୁ କିଣି ବିଲ୍‌ ପଇଠ କରିବା ପରେ ସେମାନଙ୍କ ଖାତାକୁ ସିଧାସଳଖ ସବସିଡି ଟଙ୍କା ପଠାଯାଉଛି। କୌଣସି ସମସ୍ୟା ଥିଲେ ଗ୍ରାମ ରୋଜଗାର ସେବକଙ୍କ ସହିତ ଆଲୋଚନା କରନ୍ତୁ।
-ବିନୋଦ କୁମାର ଦଳେଇ, କୃଷି ଅଧିକାରୀ, ଛେଣ୍ଡିପଦା
ହେକ୍ଟର ପିଛା ୩୦ ହଜାର ଦିଆଯାଉଛି
ଉଦ୍ୟାନ ବିଭାଗ ପକ୍ଷରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଚାଷୀମାନଙ୍କୁ କଦଳୀ ଫସଲ ପାଇଁ ବିଭିନ୍ନ କିସମର ଉନ୍ନତମାନର ବିହନ ପ୍ରଦାନ କରାଯାଉଛି। ଏଥିସହ ହେକ୍ଟର ପିଛା ୩୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। ଚାଷୀମାନଙ୍କୁ ଛତୁ, ଫୁଲ, ହାଇବ୍ରିଡ ପନିପରିବା ଚାଷ ପାଇଁ ମଧ୍ୟ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।
-ଅନ୍ବେଷା ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?