ଜାଣନ୍ତୁ କେଉଁ କାର୍ଯ୍ୟ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ ସେ ଅନେକ ଶ୍ଲୋକ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଜଣେ ବ୍ୟକ୍ତି ମଧୁର କଥା କହିବା ସହିତ ସତ୍ୟ କହିବା ଉଚିତ୍‌। ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ କେଉଁ କାମ କରି ଜଣେ ବ୍ୟକ୍ତି ଜଗତକୁ ନିୟନ୍ତ୍ରଣ କରିପାରିବ।

यदीच्छसि वशीकर्तुं जगदेकेन कर्मणा । 

परापवादसस्येभ्यः गां चरन्तीं निवारय ॥

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଯେ, ଯଦି ଆପଣ ସମଗ୍ର ବିଶ୍ୱକୁ ବଶୀଭୂତ କରିବାକୁ ଚାହୁଁଛନ୍ତି, ତେବେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରିବାକୁ ପଡିବ। ସେ କହିଛନ୍ତି ଯେ, ଏହାକୁ ତ୍ୟାଗ କଲେ ସମସ୍ତେ ଆପଣଙ୍କୁ ପସନ୍ଦ କରିବା ଆରମ୍ଭ କରିବେ। ବିଶ୍ୱକୁ ନିୟନ୍ତ୍ରଣ କରିବାର ଏକମାତ୍ର ଉପାୟ ହେଉଛି ଯେପରି ଆପଣଙ୍କ କଥାରେ କାହାକୁ କ୍ଷତି ନ ପହଞ୍ଚେ।

तावन्मौनेन नीयन्ते कोकिलश्चैव वासराः । 

यावत्सर्वं जनानन्ददायिनी वाङ्न प्रवर्तते॥

ଚାଣକ୍ୟ ଏହି ଶ୍ଳୋକରେ କଥାର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବସନ୍ତ ଆସିବା ପର୍ଯ୍ୟନ୍ତ କୋଇଲି ଯେପରି ଚୁପ ରହିଥାଏ। ବସନ୍ତ ଆସିଲେ ସମସ୍ତେ ତାର ମଧୁର ସ୍ବର ଶୁଣନ୍ତି। ଯଦି ତୁମେ ମଧୁର କଥା କହିପାରିବ ନାହିଁ, ତେବେ ଚୁପ ରହିବା ଭଲ।

लुब्धमर्थेन गृह्णीयात् स्तब्धमंजलिकर्मणा। 

मूर्खं छन्दानुवृत्त्या च यथार्थत्वेन पण्डितम्।। 

 

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ, ଜଣେ ଲୋଭୀ ବ୍ୟକ୍ତିଙ୍କୁ ଟଙ୍କା ଦ୍ୱାରା ବଶିଭୂତ କରିହେବ। ମାତ୍ର ଯଦି ଜଣେ ପଣ୍ଡିତ କିମ୍ବା ଜ୍ଞାନୀ ବ୍ୟକ୍ତିଙ୍କୁ ବଶିଭୂତ, କରିବାକୁ ଚାହାନ୍ତି ତେବେ ତାଙ୍କ ସାମ୍ନାରେ କେବଳ ସତ୍ୟ କହିବା ଉଚିତ୍‌। ଯଦି ଜଣେ ମୂର୍ଖକୁ ନିୟନ୍ତ୍ରଣ କରିବାକୁ ଚାହୁଁଛ, ତେବେ ସେ ଯେପରି କହୁଛନ୍ତି ଠିକ ସେହିପରି କରିବା ଉଚିତ୍‌। ସେ କହିଛନ୍ତି ଯେ, ମୂର୍ଖ ଲୋକମାନେ ମିଥ୍ୟା ପ୍ରଶଂସାରେ ସନ୍ତୁଷ୍ଟ ହୁଅନ୍ତି। ଅହଂକାରୀ ବ୍ୟକ୍ତିଙ୍କୁ ହାତ ଜୋଡି କିମ୍ବା ଉପଯୁକ୍ତ ସମ୍ମାନ ଦେଇ ନିୟନ୍ତ୍ରଣ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

ଗ୍ରହଙ୍କ ବଡ଼ ସଂଯୋଗ: ଏହି ୫ ରାଶିଙ୍କୁ ମିଳିବ ଧନଠାରୁ କ୍ୟାରିୟର ପର୍ଯ୍ୟନ୍ତ ଲାଭ

୨୮ ଅଗଷ୍ଟ ୨୦୨୬ ଦିନଟି ପଞ୍ଜିକା ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥି…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri