ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ବିଧାୟିକା/ବିଧାୟକଙ୍କର କେତେ ସମ୍ପତ୍ତି

ଭୁବନେଶ୍ୱର,୨୦ା୩: ଆସୋସିଏଶନ ଫର୍‌ ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଏବଂ କେଉଁ ବିଧାୟକଙ୍କର କେତେ ସମ୍ପତ୍ତି ରହିଛି ତା’ର ତାଲିକା ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୬୩ କୋଟି ଟଙ୍କା ହୋଇଥିବା ବେଳେ ସବୁଠାରୁ ଧନୀ ବିଧାୟିକା ହେଉଛନ୍ତି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୦ କୋଟି ଟଙ୍କା। ସେହିପରି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ୩୧ କୋଟିର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସବୁଠୁ କମ ସମ୍ପତ୍ତି ବୋଲି ଉଲ୍ଲେଖ ରହିଛି। ମକରନ୍ଦଙ୍କ ସମ୍ପତ୍ତି ମାତ୍ର ୧୫ ହଜାର ଟଙ୍କା। ରାଜ୍ୟରେ ୧୪୬ ଜଣଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ ୯୫ ଜଣ ବିଧାୟକ କୋଟିପତି ଥିବା ଜଣାଯାଇଛି। ଏଥିରେ ବିଜେଡିର ୧୧୧ ବିଧାୟକଙ୍କ ମଧ୍ୟରୁ ୭୭ ଜଣ, ଭାଜପାର ୨୨ ବିଧାୟକଙ୍କ ମଧ୍ୟରୁ ୯ ଜଣ, କଂଗ୍ରେସର ୮ ଜଣଙ୍କ ମଧ୍ୟରୁ ୬ ଜଣ ଓ ୪ ଜଣ ସ୍ବାଧୀନ ବିଧାୟକଙ୍କ ମଧ୍ୟରୁ ୩ ଜଣ କୋଟିପତିଙ୍କ ସମ୍ପତ୍ତି କୋଟିଏ ଟଙ୍କାରୁ ଅଧିକ ରହିଛି।