ଜେଲ୍‌ରେ ଥିବା କଏଦୀ ମାସକୁ କେତେ ଚିଠି ଲେଖି ପାରିବେ, ଜାଣନ୍ତୁ…

ନୂଆଦିଲ୍ଲୀ,୫।୪: ଗିରଫ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେଇନାହାନ୍ତି । ବର୍ତ୍ତମାନ ତାଙ୍କ ଦଳ ଘୋଷଣା କରିଛି ଯେ, ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଜେଲରୁ କେହି କିପରି ସରକାର ଚଳାଇ ପାରିବେ। ଏନେଇ ସୋସିଆଲ ମିଡିଆରେ ମଧ୍ୟ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ କେଜରିଓ୍ବାଲ ଦିଲ୍ଲୀବାସୀ ଓ ପୁରା ଦେଶବାସୀଙ୍କ ପାଇଁ ଜେଲ୍‌ରୁ ତାଙ୍କ ବାର୍ତ୍ତା ପଠାଇଥାନ୍ତି। ଜାଣିଛନ୍ତି କି, ଜେଲରେ ଥିବା ଜଣେ କଏଦୀ କେତେ ଚିଠି ଲେଖି ପାରି ପଠାଇ ପାରିବେ।

ରିପୋର୍ଟ ଅନୁଯାୟୀ, ଜଣେ କଏଦୀଙ୍କୁ ଗୋଟିଏ ସପ୍ତାହରେ ଗୋଟିଏ ଚିଠି ଲେଖିବାକୁ ଅନୁମତି ଦିଆଯାଇଛି ଏବଂ ଜଣେ ଅନ୍ତେବାସୀଙ୍କୁ ଗୋଟିଏ ସପ୍ତାହରେ ଦୁଇଟି ଚିଠି ଲେଖିବାକୁ ଅନୁମତି ଦିଆଯାଇଛି। ଦିଲ୍ଲୀ ଜେଲ ମାନୁଆଲ ଅନୁଯାୟୀ, ଏଠାରେ ରହୁଥିବା ଜଣେ କଏଦୀ ଯେତେ ଚାହିଁବେ ସେତେ ଚିଠି ଲେଖିବାର ଅଧିକାର ପାଇଛନ୍ତି। ହେଲେ କଏଦୀ ଜଣକ ନିଜ ଖର୍ଚ୍ଚରେ ହିଁି ଚିଠି ଲେଖି ପାରିବେ। କିନ୍ତୁ ଚିଠି ପଠାଇବା ପୂର୍ବରୁ ଜେଲ୍‌ କତ୍ତୃପକ୍ଷ ଏହାକୁ ଥରେ ଯାଞ୍ଚ କରିଥାନ୍ତି। ଯଦି ଚିଠି ଜେଲର ସୁରକ୍ଷା ଉଲ୍ଲଂଘନ କରେ, ତେବେ କଏଦୀଙ୍କୁ ପୁର୍ନବାର ତା’କୁ ସଂଶୋଧନ କରିବାକୁ ପଡିପାରେ।

ସେହିପରି ଜେଲରେ ଥିବା କଏଦୀମାନେ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ଟଙ୍କା ପାଆନ୍ତି। କହିରଖୁଛୁ କି, ଏହି ଟଙ୍କା ନୋଟ୍‌ରେ ନୁହେଁ ବରଂ କୁପନରେ ଉପଲବ୍ଧ । ଜେଲରେ ଥିବା କଏଦୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ ଅଣକୁଶଳୀ । ସେହି ଅନୁଯାୟୀ, କଏଦୀମାନେ ଟଙ୍କା ଏବଂ କାମ ପାଆନ୍ତି । ୨୦୧୫ ର ଜେଲ ତଥ୍ୟ ଅନୁଯାୟୀ, ଦିଲ୍ଲୀର ତିହାର ଜେଲରେ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ କଏଦୀଙ୍କୁ ଯଥାକ୍ରମେ ୧୭୧, ୧୩୮ ଏବଂ ୧୦୭ ଟଙ୍କା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri