ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର, ଜଣେ ଗିରଫ

ହିଞ୍ଜିଳିକାଟୁ, ୨୩ା୧(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ବାମୀ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ କୋଡିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା ପରିଚାଳକ ନବକିଶୋର ସାହୁ ଓ ସହକାରୀ ଶାଖା ପରିଚାଳକ ପ୍ରତାପ ବାରିକ । ଅନ୍ୟ ପକ୍ଷରେ ୨ ଫାଇନାନ୍ସ କମ୍ପାନୀର କର୍ମଚାରୀ ଋଣ ଗ୍ରହୀତା ମହିଳାଙ୍କୁ ଆକ୍ରମଣ ସହ ଟଣାଓଟରା କରିଥିବା ନେଇ ପାଲଟା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ବାସନ୍ତି ନାୟକ ବର୍ଷେ ପୂର୍ବେ ସଟିନ କ୍ରେଡିଟ କେୟାର ନେଟୱାର୍କ ଲିମିଟିଡେ ନାମକ ଘରୋଇ ଫାଇନାନ୍ସ କମ୍ପାନୀ ହିଞ୍ଜିଳିକାଟୁ ଶାଖାରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ । ସୋମବାର ସକାଳେ ବାସନ୍ତି ଋଣ ଅର୍ଥର ମାସିକ କିସ୍ତି ପ୍ରଦାନ କରିବା ନେଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଖବର ପାଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଟଙ୍କାର ମାସିକ କିସ୍ତି ଅର୍ଥ ମାଗିଥିଲେ । କିନ୍ତୁ ମହିଳା ଜଣଙ୍କ ପାଖରେ ଅର୍ଥ ନ ଥିବା ଏବଂ ତାଙ୍କ ସ୍ବାମୀ ଆସିଲେ ପ୍ରଦାନ କରିବେ ବୋଲି କହିଥିଲେ ଫଳରେ ୨ କର୍ମଚାରୀ ଫେରି ଆସିଥିଲେ । ସୋମବାର ସା ପ୍ରାୟ ସାଢେ ୭ଟାରେ ବାସନ୍ତି ପୁଣି ଋଣ ଅର୍ଥର ମାସିକ କିସ୍ତି ଦେବେ ବୋଲି କହି ଫାଇନାନ୍ସ କମ୍ପାନୀର ଅଧିକାରୀଙ୍କୁ ଫୋନ ଯୋଗେ ଡାକିଥିଲେ । ଫଳରେ ୨ କର୍ମଚାରୀ ବଳରାମପୁର ଗ୍ରାମରେ ପହଞ୍ଚି ବାସନ୍ତିଙ୍କୁ ଋଣ ଅର୍ଥର ମାସିକ କିସ୍ତି ଟଙ୍କା ମାଗିଥିଲେ । ସେହି ସମୟରେ ମହିଳାଙ୍କ ସ୍ବାମୀ ସିମାଞ୍ଚଳ ନାୟକ ଘଟଣା ସ୍ଥଳରେ ପହଞ୍ଚି ଉତକ୍ଷିପ୍ତ ହୋଇ ସଂପୃକ୍ତ ଫାଇନାନ୍ସ କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ଏକ କୋଡିରେ ଆକ୍ରମଣ କରିଥଲେ । ଆକ୍ରମଣରେ ୨ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ କମ୍ପାନୀର ଏରିଆ ମ୍ୟାନେଜର ବିଶ୍ୱଜିତ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଶାଖା ପରିଚାଳକ ଓ ସହକାରୀ ଶାଖା ପରିଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶାଖା ପରିଚାଳକ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୂବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ନେଇ ମଙ୍ଗଳବାର ଏରିୟା ମ୍ୟାନେଜର ବିଶ୍ୱଜିତ ମହାନ୍ତି ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୩/୨୪ରେ ଏକ ମାମଲା ରୁଜୁ କରି ପୁଲିସ ବଳରାମପୁର ଗ୍ରାମରେ ପହଞ୍ଚି ଆକ୍ରମଣକାରୀ ସିମାଞ୍ଚଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ, ଆଇ. ସୁନିଲ କଣ୍ଡୋଗିରିଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ମହିଳାଙ୍କ ପାଲଟା ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?