Posted inଜାତୀୟ

ବିହାରରେ ହେବ ଜାତିଭିତ୍ତିକ ଜନଗଣନା: ନୀତୀଶ ସରକାରଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

ପାଟନା,୧।୮: ବିହାରରେ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକକୁ ପାଟନା ହାଇକୋର୍ଟ ହଟାଇ ଦେଇଛନ୍ତି। ମଙ୍ଗଳବାର ହାଇକୋର୍ଟ ନୀତୀଶ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେଇଥିବାବେଳେ ବିହାରରେ ଜାତି ଭିତ୍ତିକ ଗଣନା କରାଯିବ ବୋଲି କହିଥିଲେ। ମେ ୪ରେ ପାଟନା ହାଇକୋର୍ଟଙ୍କ ଦ୍ୱାରା ମଧ୍ୟବର୍ତ୍ତୀକାଳୀନ ରୋକ ଲାଗୁ କରାଯାଇଥିଲା।
ଆବେଦନକାରୀଙ୍କ ଓକିଲ ଦୀନୁ କୁମାର କହିଛନ୍ତି ଯେ, ବର୍ତ୍ତମାନ ଆମେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବୁ। ଜାତିଭିତ୍ତିକ ଜନଗଣନା କରିବାର ବିହାର ସରକାରଙ୍କର ଅଧିକାର ନାହିଁ। ଜାତିଭିତ୍ତିକ ଜାତିଭିତ୍ତିକ ଜନଗଣନା ଉପରେ ପ୍ରତିବନ୍ଧକ ଲଗାଇବାକୁ ମୋଟ ୬ଟି ଆବେଦନ କରାଯାଇଥିଲା। ସମସ୍ତ ଆବେଦନକୁ ଖାରଜ କରାଯାଇଛି।
ପାଟନା ହାଇକୋର୍ଟ ପାଞ୍ଚ ଦିନ ପାଇଁ ବିସ୍ତୃତ ଯୁକ୍ତି ଶୁଣିବା ପରେ ଜୁଲାଇ ୭ରେ ରାଜ୍ୟରେ ଜାତିଭିତ୍ତିକ ସର୍ଭେ କରିବା ପାଇଁ ବିହାର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆଡଭୋକେଟ ଜେନେରାଲ ପି.କେ ଶାହି କୋର୍ଟରେ ସରକାରଙ୍କ ପକ୍ଷ ଉପସ୍ଥାପନ କରିଥିଲେ।
ଏହି ସର୍ଭେ କରିବାର ବିହାର ସରକାରଙ୍କର ଅଧିକାର ନାହିଁ ବୋଲି ଆବେଦନରେ କୁହାଯାଇଛି। ଏହା କରି ସରକାର ସମ୍ବିଧାନର ଉଲ୍ଲଂଘନ କରୁଛନ୍ତି। ଜାତି ଜନଗଣନାରେ, ଲୋକଙ୍କ ଜାତି ସହିତ, ସେମାନଙ୍କର କାର୍ଯ୍ୟର ବିବରଣୀ ଏବଂ ସେମାନଙ୍କର ଯୋଗ୍ୟତା ମଧ୍ୟ ନିଆଯାଉଛି। ଏହା ଗୋପନୀୟତା ଅଧିକାରର ଉଲ୍ଲଂଘନ। ଜାତିଭିତ୍ତିକ ଜନଗଣନା ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି ଟିକସ ଅର୍ଥର ଅପଚୟ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri