ଫିଲ୍ମ ନିର୍ଦ୍ଦେଶକ ଟି ରାମା ରାଓଙ୍କ ପରଲୋକ…

ଚେନ୍ନାଇ, ୨୦।୪ : ଅମିତାଭ ବଚ୍ଚନଙ୍କ ସୁପର ହିଟ ଫିଲ୍ମ ନ୍‌ ‘ଅନ୍ଧା କାନୁନ’ ଏବଂ ହିନ୍ଦୀ ସିନେମାର ପ୍ରସିଦ୍ଧ ବାୟୋପିକ ‘ନାଚେ ମାୟୁରୀ’ ନିର୍ମାଣ କରିଥିବା ନିର୍ଦ୍ଦେଶକ ଟି ରାମା ରାଓଙ୍କ ଚେନ୍ନାଇଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ।

ଅସୁସ୍ଥତା ଯୋଗୁୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ବୁଧବାର ସାରେ ଚେନ୍ନାଇରେ ଟି ରାମା ରାଓଙ୍କର ଅନ୍ତିମ ସଂସ୍କାର କରାଯିବ।

୧୯୬୬ ରୁ ୨୦୦୦ମଧ୍ୟରେ ଟି ରାମା ରାଓ ବହୁ ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ସେ ୧୯୫୦ ଦଶକର ଶେଷ ଭାଗରେ ତାଙ୍କ ସମ୍ପର୍କୀୟ ଭାଇ ଟାଟିନେନି ପ୍ରକାଶ ରାଓ ଏବଂ କୋଟାୟା ପ୍ରତୀକମାଙ୍କ ସହକାରୀ ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ।

୧୯୭୭ରେ ବ୍ଲକବଷ୍ଟର ‘ୟାମାଗୋଲା’ର ନିର୍ଦ୍ଦେଶନା ସେ ଦେଇଥିଲେ। ଏଥିରେ ଜୟପ୍ରଦା ଅଭିନୟ କରିଥିଲେ।ତାଙ୍କର ଅନ୍ୟ ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ଜୀୱାନ ତରଙ୍ଗଲ’, ‘ଅନୁରାଗ ଦେବତା’ ଏବଂ ‘ପାଚାନି କାପୁରମ’ ଅନ୍ତର୍ଭୁକ୍ତ। ସେ୧୯୩୮ରେ ଆନ୍ଧ୍ରପଦେଶର ଜିଷ୍ଣା ଜିଲାର କପିଳେଶ୍ୱରପୁରମ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ସମର୍ଥନ କରି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌

ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଅଭିନେତା ସୋନୁ ସୁଦ୍‌ଙ୍କୁ ଲୋକେ ଭଗବାନ ଭଳି ମାନୁଛନ୍ତି। ଏବେ ତାଙ୍କ...

୧୯୯୯ରେ ହୋଇଥାନ୍ତା ବିବାହ, ହେଲେ ୫ ଦିନ ପୂର୍ବରୁ ଓହରି ଯାଇଥିଲେ ଭାଇଜାନ; କିଛି ଏଭଳି ହୁଏ ଚର୍ଚ୍ଚା

ବମ୍ବେ: କେବେ ବିବାହ କରିବେ ଭାଇଜାନ୍‌? ଏଭଳି ପ୍ରଶ୍ନର ଉତ୍ତର ହୁଏତ କେହି ଜାଣେନା। ଅନେକ ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଛି।...

ଭୁଲ ସ୍ବୀକାର କଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ...

ଭ୍ୟାକେଶନରେ ପିସି

ମୁମ୍ବାଇ: ପାୱାର କପୁଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜ ଝିଅ ସହ ଟାଇମ ସ୍ପେଣ୍ଡ...

କ୍ରିତିଙ୍କୁ କାହା ସହ ଡେଟ୍‌ କରିବାକୁ ଦେଉ ନାହାଁନ୍ତି ବରୁଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ଏବେ ବିବାହ ଯୋଗ୍ୟା ହୋଇ ଗଲେଣି। ହେଲେ ସେ ଜୀବନରେ କେବେ ବିବାହ କରି ନ ପାରନ୍ତି ବୋଲି...

ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…

ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ...

ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ଏହି ଭିଡିଓ ଶେୟାର କରିଥିଲେ ଟିକ୍‌ଟକ୍‌ ଗର୍ଲ ସିୟା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ବଲିଉଡ୍‌ଠାରୁ ଆରମ୍ଭକରି ସାରା ଦେଶର ଲୋକଙ୍କୁ ଥରାଇ ଦେଇଛି। ତାଙ୍କ ମୃତ୍ୟୁକୁ ସପ୍ତାହେ ପରେ ହୋଇଥିଲେ...

ଗ୍ରାମୀ ଆୱାର୍ଡ ସ୍ଥଗିତ

ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର...

Advertisement
Archives

Model This Week